ଘରେ ପ୍ରସ୍ତୁତ କରନ୍ତୁ ଭୋଜି ଷ୍ଟାଇଲ ମାଛ ମୁଣ୍ଡ ପରିବା ମହୁର

ଘରେ ପ୍ରସ୍ତୁତ କରନ୍ତୁ ଭୋଜି ଷ୍ଟାଇଲ ମାଛ ମୁଣ୍ଡ ପରିବା ମହୁର

ପ୍ରିଜମ ନ୍ୟୁଜ ବ୍ୟୁରୋ: ମାଛରେ ଅନେକ ପ୍ରକାର ଆଇଟମ ଆପଣମାନେ ଘରେ ହେଉ କି ହୋଟେଲରେ ଖାଇଥିବେ। ଏହାସହ ମାଛ ମୁଣ୍ଡରେ ମଧ୍ୟ ଅନେକ ପ୍ରକାର ଆଇଟମ ଆମ ଓଡ଼ିଆ ଘରେ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ମାଛ ମୁଣ୍ଡରେ ପ୍ରସ୍ତୁତ ଏକ ସ୍ଵାଦିଷ୍ଟ ଖାଦ୍ୟ ବିଷୟରେ କହିବୁ। ଏହା ହେଉଛି ମାଛ ମୁଣ୍ଡ ପରିବା ମହୁର। ତେବେ ଚାଲନ୍ତୁ ଜାଣିବା କେମିତି ତିଆରି କରିବେ ମାଛ ମୁଣ୍ଡ ପରିବା ମହୁର….

ଆବଶ୍ୟକ ସାମଗ୍ରୀ: ବଡ଼ ମାଛ ମୁଣ୍ଡ-୨ଟା, ପୁଆସାରୁ- ୮ ରୁ ୧୦ ଟି, ଖମ୍ବ ବା ଦେଶୀ ଆଳୁ-୧୦୦ ଗ୍ରାମ, ଆଳୁ-୪ଟି, କଞ୍ଚା କଦଳୀ-୧ଟା, ବାଇଗଣ-୨ଟା, ରସୁଣ-ଗୋଟେ ବଡ ବୁଦା, ସୋରିଷ ତେଲ-ଆବଶ୍ୟକତା ଅନୁଯାୟୀ, ଜିରା ଏକ ଚାମୁଚ, ଶୁଖିଲା ଲଙ୍କା-୨ଟି ଓ ଆବଶ୍ୟକ ଅନୁସାରେ ଲୁଣ ଏବଂ ହଳଦି ଗୁଣ୍ଡ, ଅଳ୍ପ ଗରମ ମସଲା, ମାଛ ବା ଚିକେନ ମସଲା, ଧନିଆ ପତ୍ର ସ୍ବାଦ ପାଇଁ।

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ପରିବାକୁ ଧୋଇ ଛୋଟ ଛୋଟ କରି କାଟି ରଖନ୍ତୁ । ମାଛ ମୁଣ୍ଡକୁ ଲୁଣ ଓ ହଳଦୀ ଗୋଳାଇ ଭଲଭାବେ ଭାଜି ଦିଅନ୍ତୁ । ମସଲାକୁ ବାଟି ରଖନ୍ତୁ । ଏବେ କଡ଼େଇ ବସେଇ ସେଥିରେ ତେଲ ଗରମ କରି ଫୁଟଣ ଫୁଟାନ୍ତୁ। ଫୁଟଣ ଫୁଟିବା ପରେ ସେଥିରେ ବାଟି ରଖିଥିବା ମସଲା ପକାଇ ଗୋଳାନ୍ତୁ। ମସଲା ହୋଇଗଲା ପରେ ସେଥିରେ ମାଛ ମୁଣ୍ଡ ପରିବାକ ପକେଇ ଅଳ୍ପ ସମୟ ଭାଜନ୍ତୁ। ଏବେ ସେଥିରେ ଲୁଣ, ହଳଦି ପକେଇ ଘୋଡ଼େଇ ରଖନ୍ତୁ । ପରିବା ଓ ମାଛ ସିଝିଗଲେ ମୁଣ୍ଡକୁ ଭଲ କରି ଘାଣ୍ଟି ଛୋଟ ଛୋଟ କରି ଦିଅନ୍ତୁ। ଏଥିରେ ଅଳ୍ପ କଞ୍ଚା ସୋରିଷ ତେଲ, ଗରମ ମସଲା, ମାଛ ବା ଚିକେନ ମସଲା ଓ ଧନିଆ ପତ୍ର ପକାଇ ଓହ୍ଲାଇ ଦିଅନ୍ତୁ । ଏଥର ମାଛ ମୁଣ୍ଡ ପରିବା ମହୁର ତରକାରୀ ପ୍ରସ୍ତୁତ ହୋଇଗଲା । ଆପଣ ଏହାକୁ ଭାତ, ରୁଟି, ପରଟା ଓ ନାନା ସହ ମଧ୍ୟ ଖାଇ ପାରିବେ। ଆପଣ ଏହାକୁ ବାହାଘର ଭୋଜିରେ ଏକ ଆଇଟମ ଭାବେ ନେଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: