ଦେଶର ଏହି ରେଳ ଷ୍ଟେସନକୁ ଯିବାକୁ ଭାରତୀୟଙ୍କୁ ଦରକାର ପଡେ ଭିସା – ପାସପୋର୍ଟ

ଦେଶର ଏହି ରେଳ ଷ୍ଟେସନକୁ ଯିବାକୁ ଭାରତୀୟଙ୍କୁ ଦରକାର ପଡେ ଭିସା – ପାସପୋର୍ଟ

ଭାରତୀୟ ରେଳ ବିଶ୍ଵର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ ଏବଂ ଏସିଆର ଦ୍ୱିତୀୟ ବୃହତ୍ତମ ରେଳ ନେଟୱାର୍କ ଅଟେ। ରିପୋର୍ଟ ଅନୁଯାୟୀ, ଭାରତରେ ସମୁଦାୟ ୮୩୩୮ ରେଳ ଷ୍ଟେସନ ରହିଛି। କିନ୍ତୁ ଆପଣ ଜାଣନ୍ତି କି? ଦେଶରେ ଏପରି ଏକ ରେଳ ଷ୍ଟେସନ ଅଛି, ଯେଉଁଠାରେ ଭାରତୀୟଙ୍କୁ ଭିସା ଏବଂ ପାସପୋର୍ଟ ନେଇକି ଯିବାକୁ ପଡିଥାଏ। ଯଦି କେହି ବିନା ଭିସାରେ ଏଠାକୁ ଯାଆନ୍ତି, ତେବେ ତାଙ୍କୁ ଜେଲ ଯିବାକୁ ପଡିପାରେ।

୨୪ ଘଣ୍ଟିଆ ସୁରକ୍ଷା: ରେଳ ଷ୍ଟେସନର ନାମ ହେଉଛି ଅଟାରି(Atari), ଯାହାକି ପଞ୍ଜାବରେ ରହିଛି। ବର୍ତ୍ତମାନ ଏହି ଷ୍ଟେସନ ଅଟାରି ଶ୍ୟାମ ସିଂ ଷ୍ଟେସନ ଭାବରେ ଜଣାଶୁଣା। ଏଠାକୁ ଯିବା ପାଇଁ ପାକିସ୍ତାନୀ ଭିସା ବାଧ୍ୟତାମୂଳକ କରାଯାଇଛି। ୨୪ ଘଣ୍ଟା ଧରି ଗୁପ୍ତଚର ଏବଂ ସୁରକ୍ଷା ଏଜେନ୍ସି ଦ୍ୱାରା ଘେରି ରହିଥିବା ଦେଶର ଏହି ରେଳ ଷ୍ଟେସନକୁ ଯଦି କୌଣସି ନାଗରିକ ବିନା ଭିସାରେ ଯାଆନ୍ତି ତେବେ ତାଙ୍କୁ ୧୪ ଟି ଫରେନ୍ ଆକ୍ଟ ଅନୁଯାୟୀ ବିନା ଭିସାରେ ରେଳ ଷ୍ଟେସନକୁ ଆସିଥିବାର ଅଭିଯୋଗରେ କଠୋର ଦଣ୍ଡ ମିଳିଥାଏ। ଏବଂ ଯେଉଁଥିରେ ଜାମିନ ମିଳିବା ବହୁତ କଷ୍ଟସାଧ୍ୟ ହୋଇଥାଏ।ଏହି ରେଳ ଷ୍ଟେସନରୁ ଦେଶର ସର୍ବାଧିକ ଭିଭିଆଇପି ଟ୍ରେନ୍ ସମଝୋତା ଏକ୍ସପ୍ରେସକୁ ପତାକା ଦେଖା ଯାଇଥିଲା। ସୂଚନା ଯୋଗ୍ୟ ଯେ,କାଶ୍ମୀରରୁ ଧାରା 370 ହଟିବା ପରେ ସମଝୋତା ଏକ୍ସପ୍ରେସ ବନ୍ଦ ରହିଛି। ଏହା ହେଉଛି ଦେଶର ପ୍ରଥମ ରେଳ ଷ୍ଟେସନ ଯେଉଁଠାରେ କଷ୍ଟମ ବିଭାଗ ସମେତ ବସିଥିବା ଯାତ୍ରୀମାନଙ୍କ ଅନୁମତି ନେବାକୁ ପଡ଼ିଥାଏ। ଏହାସହ ପ୍ରତ୍ୟେକ ରେଳ ଟିକେଟରେ କ୍ରେତାଙ୍କ ପାସପୋର୍ଟ ନମ୍ବର ଲେଖା ଯାଇଥାଏ ଏବଂ ସେମାନଙ୍କୁ କନ ଫର୍ମ ସିଟ୍ ମିଳିଥାଏ।

ଦେଶର ଶେଷ ରେଳ ଷ୍ଟେସନ:ପଞ୍ଜାବରେ ରହିଥିବା ଏହି ଅଟ୍ଟାରି ଷ୍ଟେସନ ଭାରତର ଶେଷ ରେଳ ଷ୍ଟେସନ। ଏହାର ଗୋଟିଏ ପାର୍ଶ୍ୱରେ ଅମୃତେଶ୍ୱର ଏବଂ ଅନ୍ୟ ପାର୍ଶ୍ୱରେ ଲାହୋର ରହିଛି। ଏହି ଷ୍ଟେସନ୍ ସେତେ ବଡ ନହେଲେ ମଧ୍ୟ ଭାରତର ଏକ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ। ଏହାର ଭୂମିକା ବହୁତ ଅଧିକ। ଟ୍ରେନ୍ ବନ୍ଦ ହେବା ପରେ ମଧ୍ୟ ଏହି ଷ୍ଟେସନରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଜାରି ରହିଛି, ତଥାପି ଲୋକଙ୍କୁ ସହଜରେ ଏଠାକୁ ଯିବାକୁ ଅନୁମତି ମିଳେ ନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: