ଶୀତରେ ଶରୀରକୁ ଗରମ ରଖିବା ପାଇଁ ଖାଆନ୍ତୁ ଖଜୁରୀ ବର୍ଫି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଶୀତ ଋତୁରେ ଖଜୁରୀର ବ୍ୟବହାର ବହୁତ ଲାଭଦାୟକ ହୋଇଥାଏ। ଏହା ଶରୀରରେ ଗରମ ବଜାୟ ରଖିବା ସହ ଅନ୍ୟ ଲାଭ ମଧ୍ୟ ଦେଇଥାଏ। ଶୀତ ଆରମ୍ଭ ସହିତ ଖଜୁରୀ ବର୍ଫିର ଚାହିଦା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଥାଏ। ଆପଣ ନିଶ୍ଚିତ ଭାବରେ ବଜାରରେ ମିଳୁଥିବା ଖଜୁରୀ ବର୍ଫିର ସ୍ୱାଦ ଚାଖିଥିବେ। ଯଦି ଆପଣ ଏହାକୁ ପସନ୍ଦ କରନ୍ତି ତେବେ ଘରେ ମଧ୍ୟ ତିଆରି କରି ଖାଇ ପାରିବେ। ଆମେ ଏହାକୁ ପ୍ରସ୍ତୁତ କରିବା ପାଇଁ ସହଜ ପଦ୍ଧତି କହିବାକୁ ଯାଉଛୁ। ଯାହାକୁ ଅନୁସରଣ କରି, ଆପଣ ସୁସ୍ବାଦୁ ଖଜୁରୀ ବର୍ଫି ତିଆରି କରିବାକୁ ସମର୍ଥ ହୋଇ ପାରିବେ।
ଖଜୁରୀ ବର୍ଫି ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ:
ଖଜୁରୀ -୧ କପ୍
ମାୱା / ଖୁଆ – ୩ ଚାମଚ
କ୍ଷୀର – ୨୫୦ ଗ୍ରାମ
ଚିନି – ୧ କପ୍
ନଡ଼ିଆ କୋରା – ୨ ଚାମଚ
କାଜୁ – ୮-୧୦
ବାଦାମ – ୮-୧୦
ପିସ୍ତା – ୮-୧୦
ଗୁଜରାତି ଗୁଣ୍ଡ – ଅଧ ଚାମଚ

ଖଜୁରୀ ବର୍ଫି କିପରି ତିଆରି କରିବେ :-
ଖଜୁରୀ ବର୍ଫି ପାଇଁ ପ୍ରଥମେ ଖଜୁରୀକୁ ଭଲଭାବେ ଧୋଇ ତାର ମଞ୍ଜି ବାହାର କରି ଦିଅନ୍ତୁ। ଏହା ପରେ, ତାକୁ ଛୋଟ ଛୋଟ ଖଣ୍ଡରେ କାଟି ଅଧା କପ୍ କ୍ଷୀରରେ ଭିଜାନ୍ତୁ। ଏହା ପରେ, ତାକୁ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହା ପରେ, ଏକ କଡ଼େଇ ନିଅନ୍ତୁ, ମଧ୍ୟମ ଆଞ୍ଚରେ କଡ଼େଇ ଗରମ କରି ସେଥିରେ ଘିଅ ଦିଅନ୍ତୁ। ଘିଅ ଗରମ ହେବା ପରେ ସେଥିରେ ଖଜୁରୀ ପେଷ୍ଟ ଓ ଚିନି ଦେଇ ଭାଜନ୍ତୁ। ଏହା ଅଠାଳିଆ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ସେଥିରେ କ୍ଷୀର ଏବଂ ମାୱା ବା ଖୁଆ ମିଶାନ୍ତୁ। ଏଥିରୁ ଘିଅ ଅଂଶ ବାହାରିବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ଏହା ପ୍ରାୟ ୫ ମିନିଟ୍ ନେବ। ବର୍ତ୍ତମାନ ଏହି ପେଷ୍ଟରେ ଗୁଜୁରାତି ଗୁଣ୍ଡ ଏବଂ କାଜୁ ବାଦାମ, ବାଦାମ, ପିସ୍ତା ମିଶାଇ ପ୍ରାୟ ୨ ରୁ ୩ ମିନିଟ୍ ପାଇଁ ଭଲ ଭାବରେ ଘାଣ୍ଟନ୍ତୁ। ବର୍ତ୍ତମାନ ଗ୍ୟାସ ବନ୍ଦ କରି ଏକ ପ୍ଲେଟ୍ କିମ୍ବା ଟ୍ରେରେ ସାମାନ୍ୟ ଘିଅ ଲଗାଇ କଡ଼େଇରୁ ପେଷ୍ଟକୁ ସେଥିରିକୁ ବାହାର କରନ୍ତୁ, ଏବଂ ଉପରେ କୋରା ନଡ଼ିଆକୁ ସିଞ୍ଚି ମିଶ୍ରଣକୁ ଭଲରେ ଥଣ୍ଡା ହେବାକୁ ଦିଅନ୍ତୁ। ଯେତେବେଳେ ମିଶ୍ରଣ ଥଣ୍ଡା ହୋଇଯିବ, ତାକୁ ବର୍ଫି ଆକୃତିରେ କାଟିଦିନ୍ତୁ। ଏବେ ଖଜୁରୀ ବର୍ଫି ପ୍ରସ୍ତୁତ ହୋଇଗଲା।

Leave a Reply

Your email address will not be published. Required fields are marked *