ସ୍ତ୍ରୀର ଜନ୍ମଦିନ ଭୁଲିବା ଅପରାଧ, ଯିବାକୁ ପଡ଼ିବ ଜେଲ୍!

ସ୍ତ୍ରୀର ଜନ୍ମଦିନ ଭୁଲିବା ଅପରାଧ, ଯିବାକୁ ପଡ଼ିବ ଜେଲ୍!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୁନିଆର ବିଭିନ୍ନ ଦେଶ ନିଜସ୍ୱ ନିୟମ ଅନୁସରଣ କରନ୍ତି। କେତେକ ଦେଶର ବିଚିତ୍ର ଆଇନମାନ ମଧ୍ୟ ଦେଖିବାକୁ ମିଳେ। କେଉଁଠି ନିୟମ ଅତ୍ୟନ୍ତ କଠୋର ହୋଇଥିବା ବେଳେ କେତେକ ସ୍ଥାନରେ ଏପରି ନିୟମ ଅଛି ଯାହାକୁ ଆପଣ ଶୁଣି ନିଶ୍ଚୟ କହିବେ – ସତରେ କଣ ଏଭଳି ଘଟେ ? ପ୍ରଶାନ୍ତ ମହାସାଗରର ପଲିନେସିଆ ଅଞ୍ଚଳରେ ରହିଥିବା ସାମୋଆରରେ ଏଭଳି ଅଭୁତ ନିୟମ ପ୍ରଚଳିତ ରହିଛି। ଯଦିଓ ଏହି ଦ୍ୱୀପ ଏହାର ମନମୁଗ୍ଧକର ସୌନ୍ଦର୍ଯ୍ୟ ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ, କିନ୍ତୁ ଏଠାରେ ଥିବା ଅନନ୍ୟ ନିୟମଗୁଡ଼ିକ ମଧ୍ୟ ଚର୍ଚ୍ଚାରେ ରହିଆସିଛି।
ସ୍ୱାମୀ-ସ୍ତ୍ରୀ ସଂପର୍କରେ କୌଣସି ନା କୌଣସି କଥାକୁ ନେଇ ସର୍ବଦା ମତଭେଦ ରହିଥାଏ । କିନ୍ତୁ ସ୍ୱାମୀ ପତ୍ନୀଙ୍କ ଜନ୍ମଦିନ ଭୁଲିଯିବା, ବିବାହବାର୍ଷିକୀ ତାରିଖ ଭୁଲିଯିବା କିମ୍ବା ଏକ ଗୁରୁତ୍ୱପୂର୍ଣ୍ଣ ତାରିଖ ଭୁଲିଯିବା ସେମାନଙ୍କ କଳିର ସାଧାରଣ ଓ ବଡ କାରଣ ହୋଇଥାଏ। ଏପରି ପରିସ୍ଥିତିରେ, ଯଦି ଆପଣଙ୍କ ପତ୍ନୀ ରାଗି କଥାବାର୍ତ୍ତା କରୁ ନାହାନ୍ତି ବା ଝଗଡ଼ା କରୁଛନ୍ତି ତଥାପି ଆପଣ ଭାଗ୍ୟବାନ ବୋଲି ଧରି ନିଅନ୍ତୁ। କାରଣ ସାମୋଆରେ ଆପଣଙ୍କର ଏହି ସାମାନ୍ୟ ଭୁଲ୍ ପାଇଁ ଜେଲ୍ ଦଣ୍ଡ ମିଳିପାରେ। କଳ୍ପନା କରନ୍ତୁ ଯଦି ଏହି ନିୟମ ଆମ ଦେଶରେ ରହିଥାନ୍ତା ତେବେ ପ୍ରତିଦିନ କେତେ ସ୍ୱାମୀ ଜେଲ ଯାଆନ୍ତେ! ସାମୋଆରେ, ଯଦି ଜଣେ ସ୍ୱାମୀ ହଠାତ୍ ନିଜ ପତ୍ନୀଙ୍କ ଜନ୍ମଦିନ ଭୁଲିଯାଆନ୍ତି, ତେବେ ତାଙ୍କୁ ଦଣ୍ଡ ଭାବରେ ଜେଲ୍ ଯିବାକୁ ପଡିଥାଏ।
ସାମୋଆ ଦ୍ୱୀପଟି ଦେଖିବା ପାଇଁ ସ୍ୱର୍ଗ ପରି ସୁନ୍ଦର , କିନ୍ତୁ ଅସାବଧାନ ସ୍ୱାମୀମାନଙ୍କ ପାଇଁ ଏହା ନର୍କ ସହ ସମାନ। ଏଠାରେ ସ୍ୱାମୀମାନେ ଏକ ଛୋଟ ଭୁଲ ପାଇଁ ମଧ୍ୟ କଠୋର ଦଣ୍ଡ ପାଆନ୍ତି। ସାମୋଆର ନିୟମ ଅନୁଯାୟୀ, ଯଦି ସ୍ୱାମୀ ହଠାତ୍ ପତ୍ନୀଙ୍କ ଜନ୍ମଦିନ ଭୁଲିଯାଆନ୍ତି, ତେବେ ଏହା ଅପରାଧ ବର୍ଗରେ ଆସେ। ଯଦି ପତ୍ନୀ ପୋଲିସ ନିକଟରେ ଏନେଇ ଅଭିଯୋଗ କରନ୍ତି, ତେବେ ସ୍ୱାମୀଙ୍କୁ ଜେଲ୍ ହାଜତକୁ ଯିବାକୁ ପଡିପାରେ। କିନ୍ତୁ ସ୍ୱାମୀ ତାଙ୍କ ଭୁଲକୁ ସଂଶୋଧନ କରିବା ପାଇଁ ଆଇନଗତ ବ୍ୟବସ୍ଥା ମଧ୍ୟ କରାଯାଇଛି । ପ୍ରଥମ ଥର ପାଇଁ ପତ୍ନୀଙ୍କ ଜନ୍ମଦିନ ଭୁଲିଥିବା ସ୍ବାମୀମାନଙ୍କୁ ପୋଲିସ ପରବର୍ତ୍ତୀ ସମୟରେ ଏପରି କରିବା ଉଚିତ ନୁହେଁ ବୋଲି ଚେତାବନୀ ଦେଇଥାଏ। ଯଦି ସ୍ୱାମୀଙ୍କ ଭାଗ୍ୟ ଖରାପ ଏବଂ ପରବର୍ତ୍ତୀ ସମୟରେ ସେ ପୁଣି ସମାନ ଭୁଲ କରନ୍ତି, ତେବେ ଦଣ୍ଡ ଜେଲ ଆକାରରେ ଦିଆଯାଏ। କେବଳ ସାମୋଆରେ ଅଜବ ନିୟମ ବିଦ୍ୟମାନ ତାହା ନୁହେଁ । ଯଦି ଆପଣ ଉତ୍ତର କୋରିଆରେ ନୀଳ ଜିନ୍ସ ପିନ୍ଧି ବାହାରକୁ ଯାଆନ୍ତି, ତେବେ ଏହା ବେଆଇନ ବୋଲି ଧରାଯାଏ। ଆପଣ ପୂର୍ବ ଆଫ୍ରିକାରେ ଜଗିଂ କରିପାରିବେ ନାହିଁ କାରଣ ଏହା ଦେଶରେ ନିଷେଧ । ସିଙ୍ଗାପୁରରେ ଚୁଇଙ୍ଗମ୍ ଖାଇବା ନିଷେଧ, କାରଣ ଏହା ଅପରିଷ୍କାରର କାରଣ ହୋଇଥାଏ, ଯେତେବେଳେ ଆକ୍ଲହୋମାରେ କୁକୁର ଉପରେ ପାଟି କରନ୍ତି ତେବେ ଜେଲ ଯାଇ ପାରନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: