ନିକ ଜୋନାସଙ୍କୁ ଛାଡ଼ପତ୍ର ଦେବେ ପ୍ରିୟଙ୍କା!

ନିକ ଜୋନାସଙ୍କୁ ଛାଡ଼ପତ୍ର ଦେବେ ପ୍ରିୟଙ୍କା!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ଯୋଡିକୁ ବେଶ ପ୍ରଶଂସା କରାଯାଏ। କିନ୍ତୁ ବର୍ତ୍ତମାନ ଉଭୟଙ୍କ ସମ୍ପର୍କକୁ ନେଇ ଆଶ୍ଚର୍ଯ୍ୟଜନକ ଖବର ସମ୍ନାକୁ ଆସିଛି। ସୋମବାର ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟା ବାୟୋରେ ପରିବର୍ତ୍ତନ କରିଛନ୍ତି । ଏହି ପରିବର୍ତ୍ତନ ପରେ, ଏବେ ସେମାନଙ୍କ ସମ୍ପର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଉଭୟଙ୍କ ଛାଡପତ୍ର ନେଇ ଚର୍ଚ୍ଚା ହେଉଛି। ବାସ୍ତବରେ, ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ବାୟୋରୁ ସ୍ୱାମୀଙ୍କ ସରନେମ୍ ‘ଜୋନାସ୍’ କୁ ହଟାଇ ଦେଇଛନ୍ତି।
ପ୍ରିୟଙ୍କା-ନିକ୍ ଛାଡପତ୍ର?
ପ୍ରିୟଙ୍କାଙ୍କ ଏହି ପରିବର୍ତ୍ତନ ପ୍ରଶଂସକ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରୁଛି। ନିକ୍ ଏବଂ ପ୍ରିୟଙ୍କାଙ୍କ ସଂପର୍କରେ ବିବାଦ ଦେଖାଦେଇଛି ବୋଲି ସୋସିଆଲ ମିଡ଼ିଆ ବ୍ୟବହାରକାରୀମାନେ ଅନୁମାନ କରୁଛନ୍ତି। କେହି କେହି ବିଶ୍ୱାସ କରୁଛନ୍ତି ଯେ ଉଭୟ ଛାଡପତ୍ର ନେବାକୁ ଯାଉଛନ୍ତି। ଉଲ୍ଲେଖଥାଉ କି, ପ୍ରିୟଙ୍କା ଇନଷ୍ଟା ବାୟୋରୁ ସ୍ୱାମୀ ନିକ ଜୋନାସଙ୍କ ସହ ତାଙ୍କ ସରନେମ୍ ‘ଚୋପ୍ରା’ କୁ ମଧ୍ୟ ହଟାଇ ଦେଇଛନ୍ତି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏବଂ ପ୍ରଶଂସକମାନେ ଏଥିରେ ବିରକ୍ତ ହୋଇ ରିଟୁଇଟ୍ କରୁଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ‘ମୁଁ କହିବାକୁ ଚାହୁଁଥିଲି ଯେ ଏମିତି ହୋଇପାରିବନି ନିକ ଏବଂ ପ୍ରିୟଙ୍କାଙ୍କ ବ୍ରେକଅପ୍ ହୋଇଯାଇଛି। ଦୁହେଁ ଦୀପାବଳିରେ ଏକାଠି ଦେଖାଦେଇଥିଲେ। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ମୁଁ ଭୁଲ୍ ଅଟେ। ଅନ୍ୟ ଜଣେ ଉପଭୋକ୍ତା ପଚାରିଥିଲେ, ‘ନିକ ଏବଂ ପ୍ରିୟଙ୍କା ଛାଡପତ୍ର ନେଇଛନ୍ତି କି?’ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ମୁଁ କହୁଛି ନିକ ଏବଂ ପ୍ରିୟଙ୍କାଙ୍କ ସମ୍ପର୍କରେ କିଛିତ ଗଡ଼ବଡ ଅଛି। ସେ କ୍ଲିଭଲାଣ୍ଡରେ ଥିବାବେଳେ ମଧ୍ୟ ମୁଁ ଏହା କହିଥିଲି। ତାଙ୍କ ପୁରା ପରିବାର ତାଙ୍କ ସହ ଥିଲେ, କିନ୍ତୁ ତାଙ୍କ ପତ୍ନୀ ପ୍ରିୟଙ୍କା ସେଠାରେ ନଥିଲେ।
ଚଳିତ ବର୍ଷ ଦିୱାଲୀ ଅବସରରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଦୁହେଁ ଏକାଠି କିଣିଥିବା ନୂଆ ଘରେ ଦୀପାବଳି ପାଳନ କରିଥିଲେ। ହଲିଉଡର ଅନେକ ଜଣାଶୁଣା ସେଲିବ୍ରେଟ୍ ଏହି ଉତ୍ସବରେ ସାମିଲ ଥିଲେ। ପ୍ରିୟଙ୍କା ତାଙ୍କ ଦିୱାଲୀ ପାର୍ଟିର ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯାହା ବେଶ ଭାଇରାଲ ହୋଇଥିଲା । କିନ୍ତୁ ଏବେ ହଠାତ୍ ପ୍ରିୟଙ୍କା ନିଜର ଏବଂ ସ୍ବାମୀ ନିକଙ୍କ ସରନେମ ହଟାଇବା ପଛର କାରଣ କ’ଣ, କେବଳ ସେ ହିଁ କହିପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: