ନାଚ ଗୀତରେ ମାଧ୍ୟମରେ କରୋନା ସହ ଲଢ଼ିବାକୁ ଗୁରୁମନ୍ତ୍ର ଦେଲା ପୋଲିସ

ନାଚ ଗୀତରେ ମାଧ୍ୟମରେ କରୋନା ସହ ଲଢ଼ିବାକୁ ଗୁରୁମନ୍ତ୍ର ଦେଲା ପୋଲିସ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନା ଭାଇରସ୍ ଦ୍ୱିତୀୟ ଲହର ସମଗ୍ର ଦେଶକୁ କବଳିତ କରିଛି । ପ୍ରତିଦିନ ସାରା ଦେଶରେ ୩ ଲକ୍ଷରୁ ଅଧିକ ନୂଆ ରୋଗୀ ଚିହ୍ନଟ ହେଉଥିବା ବେଳେ ହଜାର ହଜାର ଲୋକ ମରୁଛନ୍ତି। ଏପରି ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ପୋଲିସ ପ୍ରଶାସନ ଏବଂ ଅନ୍ୟ ସମସ୍ତ ଫ୍ରଣ୍ଟଲାଇନ କର୍ମଚାରୀମାନେ କରୋନା ବିରୋଧରେ ଯୁଦ୍ଧ କରୁଛନ୍ତି। ଏହି କ୍ରମରେ କେରଳ ପୋଲିସ ସେମାନଙ୍କ ନୃତ୍ୟର ଏକ ଭିଡିଓ ସେୟାର କରି ଲୋକଙ୍କୁ କରୋନା ବିଷୟରେ ସଚେତନ କରାଇଛି। ତେବେ କେରଳ ପୋଲିସର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏହି ଭିଡିଓଟିକୁ କେରଳ ପୋଲିସ ପକ୍ଷରୁ ନିଜ ଫେସବୁକ୍ ପେଜରେ ସେୟାର କରାଯାଇଛି। ଭିଡିଓରେ କେରଳ ପୋଲିସ କର୍ମଚାରୀମାନେ ନଚୁଥିବାର ଦେଖିବାକୁ ମିଳିଛି । ଭିଡିଓରେ ଏକ ଗୀତ ମଧ୍ୟ ଚାଲିଛି, ଯେଉଁଥିରେ କରୋନାକୁ ଏଡାଇବା ପାଇଁ ନିୟମ ପାଳନ କରିବାକୁ କୁହାଯାଉଛି । ଏଥିରେ ଆପଣ ଦେଖିପାରିବେ ଯେ, ସମସ୍ତ ପୋଲିସ୍ କର୍ମଚାରୀ ନାଚିବା ସମୟରେ ମାସ୍କ ପିନ୍ଧିଛନ୍ତି। ଭିଡିଓରେ ନାଚୁଥିବା ସମୟରେ ଏହି ପୋଲିସ୍ କର୍ମଚାରୀମାନେ ସାମାଜିକ ଦୂରତା, ହାତ ସାନିଟାଇଜିଂ, ସଠିକ୍ ଦୂରତା ଇତ୍ୟାଦି ବିଭିନ୍ନ ଦିଗ ବିଷୟରେ କହୁଛନ୍ତି, ଯାହା ସାହାଯ୍ୟରେ କରୋନାକୁ ଏଡ଼ାଇ ଦିଆଯାଇପାରିବ।
ଏହି ଭିଡିଓକୁ ରାଜ୍ୟ ପୋଲିସ ମିଡିଆ ସେଣ୍ଟର୍ କେରଳ ତାହାର ଅଫିସିଆଲ ଫେସବୁକ ପେଜରେ ସେୟାର କରିଛି। ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି – “ଆସନ୍ତୁ ଏକାଠି ମହାମାରୀ ସହିତ ଲଢିବା। କେରଳ ପୋଲିସ ସବୁବେଳେ ଆପଣଙ୍କ ସହ ଅଛି।”
ତେବେ ସୋସିଆଲ ମିଡିଆରେ ସେହି କେରଳ ପୋଲିସ କର୍ମଚାରୀଙ୍କ ନୃତ୍ୟର ଭିଡିଓ ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି। ୨୭ ଏପ୍ରିଲରେ ସନ୍ଧ୍ୟାରେ ଭିଡ଼ିଓଟି ସେୟାର କରାଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୭ ଲକ୍ଷ ୨୯ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ତେବେ ଏହି ଭିଡିଓଟିକୁ ୩୫ ହଜାରରୁ ଅଧିକ ଲୋକ ଲାଇକ ମଧ୍ୟ କରିଛନ୍ତି। ଏହାସହ ୧୪ ହଜାରରୁ ଅଧିକ ଲୋକ ଏହାକୁ ସେୟାର ମଧ୍ୟ କରିଛନ୍ତି। ଲୋକମାନେ ଭିଡିଓ ଦେଖିବା ପରେ ପ୍ରତିକ୍ରିୟା ପ୍ରକାଶ କରିବା ସହ କେରଳ ପୋଲିସକୁ ବେଶ ପ୍ରଶଂସା କରୁଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: