ଚମତ୍କାର ପାହାଡ଼, ୪୦୦ ବର୍ଷ ହେଲା କହୁଛି ଗର୍ଭସ୍ଥ ଶିଶୁ ପୁଅ ନା ଝିଅ !

ଚମତ୍କାର ପାହାଡ଼, ୪୦୦ ବର୍ଷ ହେଲା କହୁଛି ଗର୍ଭସ୍ଥ ଶିଶୁ ପୁଅ ନା ଝିଅ !

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସାଧାରଣତଃ ଗର୍ଭରେ ଥିବା ଶିଶୁର ଲିଙ୍ଗ ଜାଣିବା ପାଇଁ ସୋନୋଗ୍ରାଫି ବ୍ୟବହୃତ ହୋଇଥାଏ, କିନ୍ତୁ ଏହା ଆମ ଦେଶରେ ଏବେ ଆଇନଗତ ଅପରାଧ | କିନ୍ତୁ ଝାଡ଼ଖଣ୍ଡର ଏମିତି ଗୋଟିଏ ଗାଁ ଅଛି ସେଠାରେ ଲିଙ୍ଗ ପରୀକ୍ଷା ପାଇଁ କୌଣସି ଟେକ୍ନୋଲୋଜି ସାହାଯ୍ୟରେ ନୁହେଁ । ବରଂ ପଥର ଦ୍ୱାରା ପେଟରେ ପୁଅ ନା ଝିଅ ଅଛି ଜାଣି ହେଉଛି| ଝାଡଖଣ୍ଡର ଲୋକେ ଏହାକୁ ବହୁ ପ୍ରାଚୀନ ପରମ୍ପରା ବୋଲି ମାନି ଆସିଛନ୍ତି । ଏହି ପାହାଡ଼ଟି ଝାଡଖଣ୍ଡର ଲୋହରଡାଗାର ଖୁକ୍ରା ଗ୍ରାମରେ ରହିଛି | ୪୦୦ ଶହ ବର୍ଷ ପୂର୍ବେ ନାଗବଂଶୀ ରାଜାମାନଙ୍କ ଶାସନ କାଳରୁ ଏହି ପ୍ରଥା ଏଠାରେ ଚାଲି ଆସିଛି ବୋଲି ସ୍ଥାନୀୟ ପୁରୁଖା ଲୋକମାନେ କୁହନ୍ତି |

ଲୋକଙ୍କ କହିବାନୁସାରେ, ଏହି ପର୍ବତ ଗତ ୪୦୦ ବର୍ଷ ଧରି ଲୋକଙ୍କୁ ସେମାନଙ୍କ ଭବିଷ୍ୟତ ବିଷୟରେ ଅବଗତ କରାଉଛି | ସ୍ଥାନୀୟ ଲୋକ କହିଛନ୍ତି ଯେ, ଗୋଟିଏ ଟଙ୍କା ଖର୍ଚ୍ଚ ନକରି ଆମେ ଗର୍ଭସ୍ଥ ଶିଶୁ ପୁଅ ନା ଝିଅ ଜାଣିପାରୁଛୁ । ଏହି ପର୍ବତକୁ ସେଠକା ଲୋକମାନେ ବହୁତ ସମ୍ମାନ କରିବା ସହ ପୂଜା ବି କରନ୍ତି | ଲୋକମାନେ କୁହନ୍ତି ଯେ, ଚନ୍ଦ୍ର ପରି ଆକୃତି ଏହି ପାହାଡ ଉପରେ ରହିଛି , ଯାହା ଗର୍ଭସ୍ଥ ଶିଶୁର ଲିଙ୍ଗ ବିଷୟରେ କହିଥାଏ | ପାହାଡ଼ ଉପରେ ପଥର ମାଡ କରି ଏହି ଅନୁସନ୍ଧାନ କରାଯାଏ | ଜଣେ ଗର୍ଭବତୀ ମହିଳା ଏହି ପାହାଡ଼ ଠାରୁ ନିର୍ଦ୍ଦିଷ୍ଟ ଦୂରରେ ରହି ପଥରକୁ ଚନ୍ଦ୍ର ଆଡକୁ ଫୋପାଡ଼ିଥାନ୍ତି | ଯଦି ଏହି ପଥରଟି ଚନ୍ଦ୍ରର ଆକୃତିର ମଝିରେ ପଡେ ତେବେ ବିଶ୍ୱାସ କରାଯାଏ ଯେ, ଗର୍ଭରେ ଏକ ପୁଅ ଅଛି ଏବଂ ଯଦି ସେହି ପଥରଟି ଚନ୍ଦ୍ର ବାହାରେ ପଡେ । ତାହାଲେ ବିଶ୍ୱାସ କରାଯାଏ ଯେ, ଗର୍ଭରେ ଝିଅ ବଢୁଛି | କେବଳ ଏହି ଗାଁ ନୁହେଁ ଆଖପାଖ ଗାଁର ମହିଳା ମାନେ ଏଠାକୁ ଆସିଥାନ୍ତି| ଏଠାରେ ଅନେକ ସମୟରେ ବିଶେଷ ଉତ୍ସବ ମଧ୍ୟ ପାଳନ କରାଯାଏ|
ବାସ୍ତବରେ କହିବାକୁ ଗଲେ ଗର୍ଭସ୍ଥ ଶିଶୁର ଲିଙ୍ଗ ପରୀକ୍ଷା କରିବା ଉପାୟ ସମ୍ପୂର୍ଣ୍ଣ ଭୁଲ୍ ଅଟେ । ତେଣୁ ଏହାକୁ ବନ୍ଦ କରିବା ଉଚିତ୍। ଏହା ଗର୍ଭପାତକୁ ପ୍ରୋତ୍ସାହିତ କରେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: