ଫୁଡିଜ୍ ଭିଲ୍ଲା ସ୍ବତନ୍ତ୍ର- ସ୍ଵାଧୀନତା ଦିବସରେ ଏମିତି ବନାନ୍ତୁ ତ୍ରିରଙ୍ଗା ଢୋକଲା

ଫୁଡିଜ୍ ଭିଲ୍ଲା ସ୍ବତନ୍ତ୍ର- ସ୍ଵାଧୀନତା ଦିବସରେ ଏମିତି ବନାନ୍ତୁ ତ୍ରିରଙ୍ଗା ଢୋକଲା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଢୋକଲା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଏହା ଯେତିକି ସ୍ଵାଦିଷ୍ଟ ସେତିକି ସ୍ବାସ୍ଥ୍ୟ ଉପଯୋଗୀ। ତେବେ ଆମେ ଏଥର ସ୍ୱାଧୀନତା ଦିବସ ଅବସରରେ ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର ତ୍ରି ରଙ୍ଗର ଢୋକଲା ରେସିପି ଆଣିଛୁ। ଆପଣ ଏହାକୁ ଅତ୍ୟନ୍ତ ସହଜରେ ତିଆରି କରି ନିଜ ପରିବାର ଏବଂ ସମ୍ପର୍କୀୟଙ୍କୁ ଖାଇବାକୁ ଦେଇପାରିବେ। ତେବେ ଚାଲନ୍ତୁ ଜାଣିବା ଏହି ତ୍ରିରଙ୍ଗା ଢୋକଲା ତିଆରି କିପରି କରିବେ…
ଆବଶ୍ୟକ ଉପାଦାନ:-
ସୁଜି – ୨୫୦ ଗ୍ରାମ
ଦହି – ୧ କପ୍
ଖାଦ୍ୟ ରଙ୍ଗ – ସବୁଜ ଏବଂ ସାଫ୍ରନ୍ ତେଲ – ୪ ଚାମଚ
ଲେମ୍ବୁ – ୨ଟି ତାଜା
ନଡ଼ିଆ କୋରା – ୨ରୁ୩ଚାମଚ
ହଳଦୀ ଗୁଣ୍ଡ – ଅଧ ଚାମଚ
ଗୋଟା ସୋରିଷ – ୧ ଚାମଚ
ରାଶି – ୧ ଚାମଚ
ଭୂରସଙ୍ଗ ପତ୍ର – ୧୫-୨୦ଟି
ଲୁଣ – ସ୍ୱାଦ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ:-
ସର୍ବପ୍ରଥମେ, ସୁଜିରେ ଦହି ଏବଂ ଲୁଣ ମିଶାଇ ଭଲ ଭାବରେ ଫେଣ୍ଟନ୍ତୁ। ଏହାପରେ ସେହି ମିଶ୍ରଣକୁ ୧୦ ମିନିଟ୍ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ। ଏବେ ତାହାକୁ ତିନି ଭାଗରେ ବିଭକ୍ତ କରନ୍ତୁ । ବର୍ତ୍ତମାନ ଗୋଟିଏ ଅଂଶରେ ସବୁଜ ଏବଂ ଅନ୍ୟ ଅଂଶରେ ହଳଦୀ ଏବଂ କେଶର ରଙ୍ଗ ମିଶ୍ରଣ କରନ୍ତୁ। ତୃତୀୟ ଭାଗକୁ ସେମିତି ଧଳା ଛାଡିଦିଅନ୍ତୁ । ବର୍ତ୍ତମାନ କୁକରରେ ପାଣି ଗରମ କରନ୍ତୁ । ଏବେ ଢୋକଲା ପାତ୍ରରେ ଭଲଭାବେ ଘିଅ ଲଗାନ୍ତୁ । ପ୍ରଥମେ ସବୁଜ ସୁଜି ମିଶ୍ରଣ, ପରେ ଧଳା ଏବଂ ଶେଷରେ କେସରୀ ସୁଜି ମିଶ୍ରଣ ଦିଅନ୍ତୁ। ଏବେ କୁକରରୁ ସିଟ୍ ବାହାର କରି କମ୍ ଆଞ୍ଚରେ ଢୋକଲା ରାନ୍ଧି ହେବାକୁ ଛାଡ଼ି ଦିଅନ୍ତୁ। ଢୋକଲା ହେବା ପରେ ଏହାକୁ ଏକ ଥାଳିରେ ବାହାର କରି ଇଚ୍ଛା ଅନୁସାରେ କାଟି ଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନରେ ତେଲ ଗରମ କରନ୍ତୁ, ସୋରିଷ , ଭୂରସଙ୍ଗ ପତ୍ର, ରାଶି ପକାଇ ତଡକା ପ୍ରସ୍ତୁତ କରନ୍ତୁ। ଏବେ ସେଥିରେ କୋରା ନଡ଼ିଆ, ପାଣି ଏବଂ ଲେମ୍ବୁ ରସ ମିଶାଇ ଫୁଟିବାକୁ ଛାଡ଼ି ଦିଅନ୍ତୁ । ଏବେ ଢୋକଲା ଉପରେ ପ୍ରସ୍ତୁତ ତଡକାକୁ ଦେଇ ଦିଅନ୍ତୁ। ଏବେ ତାହାକୁ ଗ୍ରୀନ ଚଟନି କିମ୍ବା ଟମାଟୋ ସସ୍ ସହିତ ପରସନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: