ଶାଗମାଛ ଦରରେ ଅନଲାଇନ ମିଳୁଛି ବାଘ-ସିଂହ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନ, ବିଶ୍ଵତାପନ ବା ଅନ୍ୟ କେତେକ କାରଣରୁ ଅନେକ ପ୍ରାଣୀ ଲୋପ ପାଇଗଲେଣି ଆଉ କେତେକ ଲୋପ ପାଇବା ଅବସ୍ଥାରେ ଆସି ପହଞ୍ଚିଛନ୍ତି। ବିଶେଷ କରି ବନ୍ୟ ଜନ୍ତୁଙ୍କ ସଂଖ୍ୟା କମିବାରେ ଲାଗିଛି। ଏହିପରି ପଶୁମାନଙ୍କୁ ସଂରକ୍ଷଣ କରିବା ବିଶ୍ୱସ୍ତରରେ ବିଭିନ୍ନ ସଂସ୍ଥା ପକ୍ଷରୁ ଅନେକ ପ୍ରକାର କାର୍ଯ୍ୟକ୍ରମ ଓ ଯୋଜନା କରାଯାଉଛି। ଲୋପ ପାଇବାକୁ ଯାଉଥିବା ପଶୁମାନଙ୍କ ମଧ୍ୟରୁ ସିଂହ ଅନ୍ୟତମ। ଭାରତରେ ଗତ କିଛି ବର୍ଷ ଧରି ସିଂହ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା ବେଳେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୦ ର ସର୍ବେକ୍ଷଣରୁ ଜଣାପଡିଛି ଯେ ଯେଉଁଠାରେ ପାଞ୍ଚ ବର୍ଷ ପୂର୍ବେ ସମୁଦାୟ ସିଂହ ସଂଖ୍ୟା ୫୨୩ ଥିବା ବେଳେ ଏହା ୨୦୨୦ ରେ ୬୭୪ କୁ ବୃଦ୍ଧି ପାଇଛି।
ଭାରତରେ ସିଂହ ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ, ବିଶ୍ଵର ବାକି ଦେଶରେ ସିଂହ ସଂଖ୍ୟା ହ୍ରାସ ଘଟିଛି। ସିଂହ ଏପରି ଏକ ପଶୁ ଯାହାକୁ ଭାରତରେ ପାଳିବା ନିଷେଧ। ତଥାପି, ଏପରି ଅନେକ ଦେଶ ଅଛି ଯେଉଁଠାରେ ଲୋକମାନେ ସିଂହ ଏବଂ ବାଘ ରଖନ୍ତି। ସାଉଦି ଆରବରେ ଅନେକ ସେକ୍ ସିଂହକୁ ଅନ୍ୟ ପଶୁମାନଙ୍କୁ ନିଜ ଘରେ ରଖନ୍ତି। ଭାରତର ପଡୋଶୀ ଦେଶ ପାକିସ୍ତାନରେ ଏହି ପଶୁମାନଙ୍କୁ ପାଳିବା ଉପରେ ମଧ୍ୟ କୌଣସି ପ୍ରତିବନ୍ଧକ ନଥାଏ। ସିଂହଠାରୁ ବାଘ ପର୍ଯ୍ୟନ୍ତ ଏହି ଦେଶରେ ଅନଲାଇନରେ ବିକ୍ରି ହୁଏ। ଆଶ୍ଚର୍ଯ୍ୟର କଥା ହେଉଛି, ଲୋକମାନେ ଏହି ପଶୁମାନଙ୍କୁ କିଣିବା ପାଇଁ ବହୁତ କମ ପରିମାଣର ଅର୍ଥ ଖର୍ଚ୍ଚ କରନ୍ତି। ପାକିସ୍ତାନର ଏକ ୱେବସାଇଟରେ ଅଢେଇ ଶହ ଟଙ୍କାରେ ବାଘ ଏବଂ ସିଂହ ଛୁଆ ମିଳୁଛନ୍ତି।
ପାକିସ୍ତାନର ସାଇଟ୍ www.petsfactory.pk ରେ ବାଘ ଠାରୁ ସିଂହ ପର୍ଯ୍ୟନ୍ତ ଯେ କେହି କିଣି ପାରିବେ। ଏହି ୱେବସାଇଟରେ ସେଗୁଡିକ ବିଭିନ୍ନ ମୂଲ୍ୟରେ ବିକ୍ରି ହୁଏ। ଏଥିରେ ସିଂହ, ଚିତା ଏବଂ ବାଘ ଛୁଆ ମିଳିଥାଏ। ତେବେ ସେମାନଙ୍କର ମୂଲ୍ୟ ଅଲଗା ଅଲଗା ରହିଥାଏ। ଏହି ସାଇଟରେ ଅଢେଇ ଶହ ଟଙ୍କାରୁ ଆରମ୍ଭ କରି ଅଢେଇ ଲକ୍ଷ ପର୍ଯ୍ୟନ୍ତ ସିଂହ ଏବଂ ବାଘ ମିଳୁଛନ୍ତି। ଯଦି କେହି ଇଚ୍ଛା କରନ୍ତି , ତେବେ ସେମାନେ ବଡ଼ ସିଂହ ଏବଂ ବାଘ ମଧ୍ୟ କିଣି ପାରିବେ। ସାଇଟରେ ଅନ୍ୟ ସାମଗ୍ରୀ ପରି ପିଲାମାନଙ୍କର ଛବି ଦେଖି ସିଂହ-ବାଘକୁ ପସନ୍ଦ କରିବାକୁ ପଡ଼ିଥାଏ। ସେମାନଙ୍କର ମୂଲ୍ୟ ସାଇଟରେ ଫଟୋ ସହ ଉପଲବ୍ଧ ରହିଥାଏ। କେବଳ ସେତିକି ନୁହେଁ କିଣିବାକୁ ଆଗ୍ରହୀ ଥିବା ଲୋକମାନେ ବିକ୍ରେତାଙ୍କୁ ସିଧାସଳଖ କଲ କରିପାରିବେ । ପସନ୍ଦ କରିବା ପରେ, ବିକ୍ରେତା ବାଘ ଓ ସିଂହକୁ ଘରେ ପହଂଚାଇଥାଆନ୍ତି। ଏହି ସାଇଟ୍ ପାକିସ୍ତାନର ବିଭିନ୍ନ ସ୍ଥାନରେ ସବାକମାନଙ୍କୁ ହୋମ୍ ଡେଲିଭରି କରିଥାଏ। ତେବେ ସୋସିଆଲ ମିଡିଆରେ ଏହି ସାଇଟର ଆଲୋଚନା ପରେ ଉତ୍ତେଜନା ଦେଖାଦେଇଛି। ଲୋକମାନେ ସୋସିଆଲ ମିଡିଆରେ ପାକିସ୍ତାନକୁ ଅତ୍ୟନ୍ତ କଟୁ ବାକ୍ୟରେ ସମାଲୋଚନା କରୁଛନ୍ତି।

Leave a Reply

Your email address will not be published. Required fields are marked *