ଫୁଡିଜ୍ ଭିଲ୍ଲା ସ୍ୱତନ୍ତ୍ର- ବେଙ୍ଗଲ ଷ୍ଟାଇଲ ବାଇଗଣ ଭଜା, ସ୍ଵାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର

ଫୁଡିଜ୍ ଭିଲ୍ଲା ସ୍ୱତନ୍ତ୍ର- ବେଙ୍ଗଲ ଷ୍ଟାଇଲ ବାଇଗଣ ଭଜା, ସ୍ଵାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅନେକ ଲୋକଙ୍କୁ ବାଇଗଣ ଖାଇବାକୁ ପସନ୍ଦ ହୋଇନଥାଏ। ଯାହାଦ୍ଵାରା ବାଇଗଣରେ ରହିଥିବା ପୋଷାକ ତତ୍ତ୍ୱ ତାଙ୍କୁ ମିଳି ପାରେନି। ହେଲେ ଆଜି ଆମକୁ ବାଇଗଣର ଗୋଟିଏ ସ୍ଵାଦିଷ୍ଟ ଆଇଟମ ବିଷୟରେ କହିବୁ ଯାହାକୁ ଥରେ ଟେଷ୍ଟ କଲେ ବାରମ୍ବାର ଖାଇବାକୁ ଈଛା କରିବେ। ଏହି ରେସିପି ନାମ ହେଉଛି ବେଙ୍ଗଲି ବାଇଗଣ ଭଜା। କମ ତେଲ ମସଲା ବ୍ୟବହାର ସହ ଅତ୍ୟନ୍ତ ସ୍ଵାଦିଷ୍ଟ ହୋଇଥାଏ ଏହି ବେଙ୍ଗଲି ବାଇଗଣ ଭଜା। କିଛି ଲୋକ ଏହାକୁ ବେଙ୍ଗଲି ଭଜା ବୋଲି ମଧ୍ୟ କୁହାଯାଏ। ଏହା ତିଆରି କରିବାକୁ ଖୁବ୍ କମ ସମୟ ମଧ୍ୟ ଲାଗିଥାଏ। ଏବଂ ଏଥି ପାଇଁ ଅଧିକ ସାମଗ୍ରୀ ମଧ୍ୟ ଆବଶ୍ୟକ ହୁଏ ନାହିଁ। ଘରେ ଥିବା କିଛି ଜିନିଷ ବ୍ୟବହାର କରି ଆପଣ ଏହାକୁ ସହଜରେ ପ୍ରସ୍ତୁତ କରିପାରିବେ। ତେବେ ଏହାକୁ କିପରି ପ୍ରସ୍ତୁତ କରିବେ ଜାଣନ୍ତୁ।

ଆବଶ୍ୟକ ସାମଗ୍ରୀ: ବେଙ୍ଗଲ ବାଇଗଣ ଭଜା ତିଆରି କରିବା ପାଇଁ କେବଳ ପାଞ୍ଚଟି ଜରୁରୀ ସାମଗ୍ରୀ ଆବଶ୍ୟକ।
୨ଟି ବଡ ବା ମଝି ସାଇଜ ବାଇଗଣ, ଦୁଇ ଚାମଚ ଗୁଣ୍ଡ ହଳଦୀ, ଅଧା ଚାମଚ ଗୁଣ୍ଡ ନାଲି ଲଙ୍କା, ସ୍ୱାଦ ଅନୁଯାୟୀ ଲୁଣ ଏବଂ ତିନିରୁ ଚାରି ଚାମଚ ଖାଇବା ତେଲ ।
ପ୍ରସ୍ତୁତ ପ୍ରଣାଳୀ:-
ସର୍ବପ୍ରଥମେ ବାଇଗଣକୁ ଭଲଭାବେ ଗୋଟା ଧୋଇ ପୋଛି ଦିଅନ୍ତୁ, ଯେପରି ସେଥିରେ ପାଣି ରହିବ ନାହିଁ। ଏହା ପରେ ସେଗୁଡିକୁ ଗୋଲ ଗୋଲ ଏବଂ ମୋଟା ଆକାରରେ କାଟି ଦିଅ। କିଛି ଲୋକ ସେମାନଙ୍କୁ ଲମ୍ବା ଆକାରରେ ମଧ୍ୟ କାଟିଥାନ୍ତି, କିନ୍ତୁ ଗୋଲେଇ କାଟିବା ଦ୍ୱାରା ମସଲା ଉଭୟ ପାର୍ଶ୍ୱରେ ଭଲ ଭାବରେ ପ୍ରୟୋଗ କରିହେବ, ତେଣୁ ଆପଣ ସେଗୁଡିକୁ କେବଳ ଗୋଲେଇ କାଟନ୍ତୁ ଅଧିକ ସ୍ଵାଦିଷ୍ଟ ହେବ। ଏହା ପରେ, ଏହି ଖଣ୍ଡଗୁଡ଼ିକୁ ଏକ ଥାଳିରେ ରଖନ୍ତୁ ଏବଂ ଏକ ପାତ୍ରରେ ସମସ୍ତ ସାମଗ୍ରୀକୁ ମିଶାଇ ଦିଅନ୍ତୁ।
ଏବେ ସମସ୍ତ ମସଲାକୁ ବାଇଗଣର ଉଭୟ ପାର୍ଶ୍ୱରେ ଭଲ ଭାବରେ ଲଗାନ୍ତୁ। ମସାଲାକୁ ଏପରି ଛିଞ୍ଚନ୍ତୁ ଯେପରି ଏହା ବାଇଗଣର ଉଭୟ ଅଂଶରେ ଭଲ ଲାଗିପାରିବ। ଯଦି ଆପଣ ଖଟା ଖାଇବାକୁ ପସନ୍ଦ କରନ୍ତି, ତେବେ ଆପଣ ଟିକେ ଆମଚୂର୍ଣ୍ଣ ମଧ୍ୟ ବ୍ୟବହାର କରିପାରିବେ। ଏହା ପରେ ପ୍ୟାନକୁ ଗ୍ୟାସରେ ବସେଇ ଗରମ ହେବା ପରେ ସୋରିଷ ତେଲ ପକାନ୍ତୁ ଏବଂ ବାଇଗଣ ଖଣ୍ଡକୁ ଭାଜିବା ଆରମ୍ଭ କରନ୍ତୁ। ଆବଶ୍ୟକ ଅନୁଯାୟୀ ଏକ ଦୁଇ ଚାମଚ ତେଲ ସେଥିରେ ମଝିରେ ମଝିରେ ବିଲାନ୍ତୁ। ଏବେ ଗ୍ୟାସର ଆଞ୍ଚ କମ କରି ଲାଲ ହେବାକୁ ଦିଅନ୍ତୁ। ଯେତେବେଳେ ଉଭୟ ପାର୍ଶ୍ୱରୁ ଭାଜିବା ପରେ ବାଇଗଣଗୁଡିକ ଲାଲ ହୋଇଯାଏ, ସେଗୁଡିକୁ ଏକ ପାତ୍ରରେ ବାହାର କରି ଧନିଆ ପତ୍ର ଅଳ୍ପ ଓ ଗୁଣ୍ଡ ପିଆଜ ଦେଇ ଭାତ କିମ୍ବା ରୁଟି ସହିତ ଖାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: