ମାନସିକ ପୂରଣ ପାଇଁ ଦେବୀଙ୍କୁ ପିନ୍ଧାଯାଏ ଚପଲ ମାଳ! କେଉଁଠି ରହିଛି ଏହି ଅଦ୍ଭୁତ ମନ୍ଦିର ଜାଣନ୍ତୁ

ମାନସିକ ପୂରଣ ପାଇଁ ଦେବୀଙ୍କୁ ପିନ୍ଧାଯାଏ ଚପଲ ମାଳ! କେଉଁଠି ରହିଛି ଏହି ଅଦ୍ଭୁତ ମନ୍ଦିର ଜାଣନ୍ତୁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମନ୍ଦିରକୁ ଅତି ପବିତ୍ର ସ୍ଥାନ ଭାବେ ବିବେଚନା କରାଯାଏ, ତେଣୁ ଯେ କୌଣସି ମନ୍ଦିର ହେଉ ବା ଧାର୍ମିକ ସ୍ଥଳୀ ଜୋତା, ଚପଲ,ବେଲଟ୍ ବା ଅନ୍ୟାନ୍ୟ ଚମଡାରେ ତିଆରି ଜିନିଷ, ଆମିଷ ପ୍ରବେଶ ଉପରେ କଟକଣା ରହିଥାଏ। ନୂଆ ହେଉ କି ପୁରୁଣା କୌଣସି ଜୋତା – ଚପଲ ମନ୍ଦିର ଭିତରକୁ ନେବାର ଅନୁମତି ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଅନନ୍ୟ ମନ୍ଦିର ବିଷୟରେ କହିବୁ, ଯେଉଁଠାରେ ଭକ୍ତମାନେ ଈଶ୍ୱରଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ନିଜର ମାନସିକ ପୂରଣ ପାଇଁ ଚପଲର ମାଳ ଅର୍ପଣ କରିଥାନ୍ତି। ଏହା ହେଉଛି କର୍ଣ୍ଣାଟକର ଗୁଲବର୍ଗ ଜିଲ୍ଲାରେ ଅବସ୍ଥିତ ଲକ୍କମା ଦେବୀ ମନ୍ଦିର। ସେଠାରେ ପ୍ରତିବର୍ଷ ପାଦୁକା ମହୋତ୍ସବ ବା Footwear Festival ଆୟୋଜିତ ହୋଇଥାଏ, ଯେଉଁଥିରେ ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ଭକ୍ତ ଏଠାକୁ ଚପଲ ମାଳ ଆଣି ଆସିଥାନ୍ତି। ଦୀପାବଳିର ଷଷ୍ଠ ଦିନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥାଏ, ପ୍ରତିବର୍ଷ ଦୀପାବଳିର ଷଷ୍ଠ ଦିନରେ ପାଦୁକା ମହୋତ୍ସବ ବା Footwear Festival ଆୟୋଜିତ ହୋଇଥାଏ। ଲୋକମାନେ ଅତ୍ୟନ୍ତ ଉତ୍ସାହର ସହିତ ଏହି ପର୍ବକୁ ଅପେକ୍ଷା କରିଥାନ୍ତି। ଏହି ଦିନ ଲୋକମାନେ ଚପଲର ମାଳ ଆଣି ଏଠାକୁ ଆସି ମାଆଙ୍କ ଆଗରେ ସେମାନଙ୍କର ଇଚ୍ଛା ବିଷୟରେ ଜାଣନ୍ତି। ଏହା ପରେ, ଚପଲର ମାଳଟିକୁ ଗଛରେ ଟାଙ୍ଗି ସେଠାରୁ ଚାଲିଯାଆନ୍ତି। ଲକମା ଦେବୀଙ୍କ ଭକ୍ତମାନେ ବିଶ୍ବାସ କରନ୍ତି ଯେ ଯେଉଁମାନେ ଚପଲ ମାଳ ଚଢ଼ାନ୍ତି ମାତା ସେମାନଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି। ମାତାରାଣୀ ରାତିରେ ସେମାନଙ୍କ ଦ୍ଵାରା ଚଢ଼ା ଯାଇଥିବା ଚପଲ ପିନ୍ଧନ୍ତି ଏବଂ ସେମାନଙ୍କୁ ମନ୍ଦ ଶକ୍ତିରୁ ରକ୍ଷା କରନ୍ତି। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଏଠାରେ ଚପଲ ଅର୍ପଣ କରିବା ଦ୍ଵାରା ପାଦ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା ସବୁଦିନ ପାଇଁ ଦୂର ହୋଇଯାଏ।
କୁହାଯାଏ ଯେ ଏହି ମନ୍ଦିରରେ ଦେବୀଙ୍କ ସମ୍ମୁଖରେ ବଳଦ ବଳି ଦିଆଯାଇଥିଲା। କିନ୍ତୁ ପଶୁ ବଳି ବନ୍ଦ ହେବା ପରେ ଏହି ପାଦୁକା ପର୍ବ ଆରମ୍ଭ ହୋଇଥିଲା । ପାଦୁକା ମହୋତ୍ସବ ଦିନ ମାତାଙ୍କ ଭକ୍ତମାନେ ଏଠାକୁ ଆସି ନିଜର ସକ୍ଷମ ଓ ଶ୍ରଦ୍ଧା ଅନୁସାରେ ଶାକାହାରୀ ଏବଂ ଆମିଷ ଖାଦ୍ୟ ମା’ଙ୍କୁ ଭୋଗ ଲଗେଇ ଥାଆନ୍ତି। ଏହି ମନ୍ଦିରର ନିଆରା ପରମ୍ପରା ବିଷୟରେ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ଅନେକ ଥର ଚର୍ଚ୍ଚା ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: