ମିଶିକି ବି ମିଶୁନି ଦୁଇ ମହାସାଗର ପାଣି, ଦୈବୀଶକ୍ତି ଦାୟୀ କି ?

ମିଶିକି ବି ମିଶୁନି ଦୁଇ ମହାସାଗର ପାଣି, ଦୈବୀଶକ୍ତି ଦାୟୀ କି ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆମ ସମସ୍ତଙ୍କୁ ଜଣା ଯେ, ପୃଥିବୀର ୭୦ ପ୍ରତିଶତ କେବଳ ଜଳ ରହିଛି। ଯେଉଁଥିରେ ରହିଛି ୫ ଟି ମହାସାଗର, ଅନେକ ଗୁଡ଼ିଏ ସାଗର, ନଦୀ, ଗ୍ଲାସିୟର ଆଦି। ପୃଥିବୀରେ ରହିଥିବା ସାଗର ଓ ମହାସାଗରର ଗଭୀରତାରେ ଅନେକ ରହସ୍ୟ ଲୁଚି ରହିଛି ବୋଲି କୁହାଯାଏ। ଆମେ ଆପଣଙ୍କୁ ଏହି ମହାସାଗର ସହିତ ଜଡିତ ଏକ ରହସ୍ୟ ବିଷୟରେ ଆଜି କହୁଛି। ଏହି ରହସ୍ୟର ସମାଧାନ ଓ ପ୍ରକୃତ କାରଣ କଣ ଏପର୍ଯ୍ୟନ୍ତ କେହି ଖୋଜି ପାଇ ନାହାଁନ୍ତି। ସ୍ଥାନଟି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥାଏ।
ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗର ଆଲାସ୍କାର ଗଲ୍ଫରେ ମିଶିଛନ୍ତି। ତେବେ ଏହି ଦୁଇଟି ମହାସାଗର ଏଠାରେ ମିଶି ମଧ୍ୟ ନମିଶିଲା ପରି ରହିଛନ୍ତି। କାରଣ ସେମାନଙ୍କର ଜଳ ପରସ୍ପର ମଧ୍ୟରେ କେବେ ବି ମିଶନ୍ତି ନାହିଁ। ଭାରତ ଏବଂ ପ୍ରଶାନ୍ତ ମହାସାଗରର ଜଳ ଗୋଟିଏ ସ୍ଥାନରେ ରହି ମଧ୍ୟ ଅଲଗା ରହିଥାନ୍ତି। ପ୍ରଶାନ୍ତ ମହାସାଗର ପାଣି ଗ୍ଲାସୀୟର ରୁ ଆସୁଥିବାରୁ ହାଲକା ନୀଳ ହୋଇଥିବା ବେଳେ ଭାରତ ମହାସାଗର ପାଣି ଗାଢ଼ ନୀଳ ହୋଇଥାଏ। କେତେକ ଲୋକ ଏହାକୁ ଇଶ୍ଵରଙ୍କ ଚମତ୍କାର କହୁଥିବା ବେଳେ ଅନେକ ଲୋକ ଏହାକୁ ଧାର୍ମିକ ବିଶ୍ୱାସ ସହିତ ସଂଯୋଗ କରି ଦେଖନ୍ତି।
ହେଲେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଉଭୟଙ୍କ ପାଣି ନମିଶିବାର କାରଣ ହେଉଛି ଗୋଟିଏର ଲୁଣିଆ ଏବଂ ଅନ୍ୟଟିର ମିଠା ହୋଇଥିବାରୁ ଏଭଳି ହେଉଛି। ଉଭୟଙ୍କ ତାପମାତ୍ରା ଏବଂ ଘନତ୍ଵ ମଧ୍ୟ ଭିନ୍ନ ହେବା କାରଣରୁ ସେମାନଙ୍କ ପାଣି ନମିଶି ବାଡ଼ ସଦୃଶ ରୁହନ୍ତି। କୁହାଯାଏ ଯେ ଯେଉଁଠାରେ ଉଭୟ ମହାସାଗରର ଜଳ ଏକାଠି ହୋଇଛନ୍ତି, ସେଠାରେ ଫେଣର ଏକ କାନ୍ଥ ସୃଷ୍ଟି ହୁଏ। ଭିନ୍ନ ଭିନ୍ନ ଘନତା ହେତୁ ଉଭୟ ମହାସାଗର ମିଶନ୍ତି ସତ ହେଲେ ପରସ୍ପର ଜଳ ମିଶ୍ରଣ ହୁଏ ନାହିଁ।
ଏହା ମଧ୍ୟ କୁହାଯାଏ ଯେ ସୂର୍ଯ୍ୟଙ୍କ କିରଣ ଯୋଗୁଁ ଉଭୟ ମହାସାଗରର ଜଳର ରଙ୍ଗ ବଦଳିଯାଏ। ଯେଉଁଥିପାଇଁ ଲାଗେ ଯେ ଦୁଇ ମହାସାଗର ମିଶି ମଧ୍ୟ ମିଶି ନାହିଁ। ତେବେ ଏହି ସ୍ଥାନଟିର ଫଟୋ ୨୦୧୦ ମସିହାରେ ଲୋକ ଲୋଚନକୁ ଆସିବା ସହ ଭାଇରାଲ ହୋଇଥିଲା। ଏବେ ସେହି ସ୍ଥାନକୁ ନେଇ ଗବେଷଣା ଜାରି ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: