ଫୁଡିଜ୍ ଭିଲ୍ଲା ସ୍ୱତନ୍ତ୍ର- ସ୍ଵାଦିଷ୍ଟ ଚିଙ୍ଗୁଡ଼ି ଡାଲି

ଫୁଡିଜ୍ ଭିଲ୍ଲା ସ୍ୱତନ୍ତ୍ର- ସ୍ଵାଦିଷ୍ଟ ଚିଙ୍ଗୁଡ଼ି ଡାଲି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣ ଚିଙ୍ଗୁଡ଼ି ଝୋଳ, ପୋଇ ଚିଙ୍ଗୁଡ଼ି ବା ଚିଙ୍ଗୁଡ଼ିରେ ପ୍ରସ୍ତୁତ ଅନ୍ୟାନ୍ୟ ଖାଦ୍ୟ ଖାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ଆଇଟମ ବିଷୟରେ କହୁଛି ଯାହାକୁ ରାନ୍ଧି ଜାଣିଲେ ପାଟିରୁ ଛାଡ଼ିବନି, ବାରମ୍ବାର ଘରେ ତିଆରି କରି ଖାଇବା ଆଉ ଖୁଆଇବାକୁ ଈଛା ହେବ। ତେବେ ଆଜି ଆମେ ଆପଣଙ୍କୁ ଚିଙ୍ଗୁଡ଼ି ଡାଲମା ବିଷୟରେ କହୁଛୁ….
ଆବଶ୍ୟକୀୟ ସାମଗ୍ରୀ –; ମୁଗ ଡାଲି, ଛୋଟ ଚିଙ୍ଗୁଡ଼ି, କଖାରୁ, କଞ୍ଚା କଦଳୀ, ଆଳୁ, ଫୁଲ କୋବି, ଟମାଟୋ, ପିଆଜ଼, ରସୁଣ,
ଅଦା, ଫୁଟଣ,ତେଜପତ୍ର ,ଶୁଖିଲା ଲଙ୍କା, ଅଳେଇଚ, ଡାଲଚିନ, ତେଜ ପତ୍ର, ଗୋଟା ଜିରା, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ,ତେଲ,ଧନିଆ ପତ୍ର, ଲୁଣ ଆଦି।
ପ୍ରସ୍ତୁତି ପ୍ରଣାଳୀ-;
ପ୍ରଥମେ ଡାଲମା ପାଇଁ ଆବଶ୍ୟକ ପରିବା କାଟି ଦିଅନ୍ତୁ।
ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ତାକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହା ପରେ ଏଥିରେ ଲୁଣ ଓ ହଳଦୀ ଦେଇ ଗୋଳେବା ସହ ତାକୁ କିଛି ସମୟ ଭାଜନ୍ତୁ।
ପରେ ପ୍ରେସର କୁକରରେ ଆବଶ୍ୟକ ଅନୁସାରେ ପାଣି ଦେଇ ସେଥିରେ ଡାଲି, କଟା ଫୁଲ କୋବି, ବୋଇତି କଖାରୁ, ଆଳୁ, ଟମାଟୋ, କଞ୍ଚା କଦଳୀ, ଲୁଣ ଓ ହଳଦୀ ଦେଇ ରାନ୍ଧନ୍ତୁ।
ଏବେ ପିଆଜ, ଅଦା, ରସୁଣ, ଶୁଖିଲା ଲଙ୍କା, ଡାଲଚିନି ଆଉ ଅଳେଇଚକୁ ବାଟି ପେଷ୍ଟ ବନାନ୍ତୁ। ଏହା ପରେ କଡ଼େଇକୁ ବୁଲେଇ ସାଧାରଣ ଡାଲି ପରି ଛୁଙ୍କ ଦେବା ସହ ସେଥିରେ ଓ ମାସଲାମସଲି ଦିଅନ୍ତୁ। ଅଳ୍ପ ସମୟ ପରେ ଏଥିରେ ଛୋଟ ଛୋଟ କରି କଟାଯାଇଥିବା ଟମାଟୋ ଖଣ୍ଡଗୁଡ଼ିକୁ ପକାନ୍ତୁ। ଅଳ୍ପ କଷି ସାରିଲା ପରେ ଭଜା ଚିଙ୍ଗୁଡ଼ିକୁ ସେଥିରେ ପକାନ୍ତୁ ଓ ଦୁଇରୁ ତିନି ମିନିଟ୍ ଘାଣ୍ଟନ୍ତୁ। ପରେ କୁକରରେ ଥିବା ଡାଲି ଓ ପରିବା ସିଝାକୁ ଫୁଟଣ କଡ଼େଇକୁ ପକାଇ ଫୁଟାନ୍ତୁ। ଶେଷରେ ଧନିଆ ପତ୍ର ଓ ଜିରା-ଲଙ୍କା ଗୁଣ୍ଡ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ଡାଲମା। ତେବେ ଆପଣ ଏହାକୁ ରୁଟି, ଡାଲମା, ଉପମା ସହ ଖାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: