ଭାଇଙ୍କର କାଣ୍ଡ! ମାସ୍କ ପିନ୍ଧି ଦୌଡ଼ିବା ବେଳେ ଫାଟିଗଲା ବ୍ୟକ୍ତିଙ୍କ ଫୁସଫୁସ୍, ଖସି ଆସିଲା ହୃଦୟ

ଭାଇଙ୍କର କାଣ୍ଡ! ମାସ୍କ ପିନ୍ଧି ଦୌଡ଼ିବା ବେଳେ ଫାଟିଗଲା ବ୍ୟକ୍ତିଙ୍କ ଫୁସଫୁସ୍, ଖସି ଆସିଲା ହୃଦୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସମଗ୍ର ବିଶ୍ୱରେ କରୋନା ଯେଉଁ କ୍ଷୟକ୍ଷତି କରୁଛୁ ତାହାତ ସମସ୍ତଙ୍କୁ ଜଣା। ତେବେ କରୋନା ମହାମାରୀ କବଳରୁ ମୁକ୍ତି ପାଇଁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରଖିବା ଜରୁରୀ ହୋଇଥିବା ବେଳେ, ବିଭିନ୍ନ ଦେଶରେ ଏହାକୁ କଡାକଡି ପାଳନ କରାଯାଉଛି। ଘର ହେଇ କି ଅଫିସ୍ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଲଗାତାର ମାସ୍କ ପିନ୍ଧିବା ଦ୍ଵାରା ଅନେକ ଶାରିରୀକ ସମସ୍ୟା ମଧ୍ୟ ଦେଖାଦେଇଛି। ସେହିଭଳି ଚୀନ୍‌ର ୱୁହାନ ସହରରେ ମାସ୍କ ପିନ୍ଧି ଜଣେ ବ୍ୟକ୍ତିଙ୍କ ଫୁସଫୁସ ଫାଟିଯିବାର ଖବର ଏବେ ସମ୍ନାକୁ ଆସିଛି।
ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଖବର ଅନୁଯାୟୀ ଏହି ଘଟଣା ପରେ ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏହାପୂର୍ବରୁ ମାସ୍କ ପିନ୍ଧି ଦୌଡିବା କାରଣରୁ ଜଣେ ୧୪ ବର୍ଷ ବାଳକର ହୃଦ୍‌ଘାତରେ ମୃତ୍ୟୁ ହେବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା। କୁହାଯାଉଛି ଯେ ଚାଇନାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକକୁ ରଦ୍ଦ କରିବା ପଛରେ ଏହା ମଧ୍ୟ ଏକ କାରଣ ଅଟେ। ଏକ ରିପୋର୍ଟରେ କୁହାଯାଇଥିଲା ଯେ ଜଣେ ୨୬ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ମୁହଁରେ ମାସ୍କ ଲଗାଇ ତିନି ମାଇଲ ଦୌଡ଼ିଥିଲେ। ତା’ପରେ ହଠାତ୍ ତାଙ୍କ ଫୁସଫୁସ ଉପରେ ଚାପ ବଢିବାକୁ ଲାଗିଥିଲା ଏବଂ ଫୁସଫୁସ କାମ ବନ୍ଦ କରିଦେଇଥିଲା। ଏହାପରେ ବ୍ୟକ୍ତି ହଠାତ୍ ପାର୍କରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ ଶୀଘ୍ର ୱୁହାନ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
କୁହାଯାଏ ଯେ ସେଠାରେ ବ୍ୟକ୍ତିଙ୍କର ତିନୋଟି ଫୁସଫୁସ ଅସ୍ତ୍ରୋପଚାର କରାଯାଇଥିଲା। ଡାକ୍ତରମାନେ କହିଥିଲେ ଯେ ମାସ୍କ ପିନ୍ଧି ଦୌଡ଼ିବା କାରଣରୁ ବ୍ୟକ୍ତିଙ୍କର ବାମ ଫୁସଫୁସରେ ଛିଦ୍ର ହୋଇଥିଲା। ତା’ପରେ ତାଙ୍କ ଫୁସଫୁସରୁ ବାୟୁ ବାହାରିବାକୁ ଲାଗିଲା ଏବଂ ଚାପ ଏତେ ଅଧିକ ଥିଲା ଯେ ତାଙ୍କ ହୃଦୟ ବାମରୁ ଡାହାଣକୁ ଖସି ଆସିଥିଲା। ଡାକ୍ତରମାନେ କହିଥିଲେ ଯେ ମାସ୍କ କାରଣରୁ ଫୁସଫୁସରେ ଅଧିକ କ୍ଷତି ହୋଇଛି। ଫୁସଫୁସ ପଙ୍କଚର୍ ହେବା ଅବସ୍ଥାକୁ ନିମୋଥ୍ରୋକ୍ସ କୁହାଯାଏ। ଏଥିରେ ବ୍ୟକ୍ତିର ଫୁସଫୁସ ପଙ୍କଚର୍ ହେବା ସହ ଫୁସଫୁସ ଏବଂ ଛାତି ୱାଲ ମଧ୍ୟରେ ବାୟୁ ଭରିଯାଏ। ଏହି ଅବସ୍ଥାରେ ଫୁସଫୁସ କାମ ବନ୍ଦ କରିଦିଏ ଏବଂ ବ୍ୟକ୍ତି ଶ୍ୱାସକ୍ରିୟା କରିବାରେ ଅସୁବିଧା ଭୋଗିଥାଏ। ଏଭଳି ପରିସ୍ଥିତିରେ ବ୍ୟକ୍ତିର ମୃତ୍ୟୁ ନିଶ୍ଚିତ।
ଡାକ୍ତରମାନେ କହିଛନ୍ତି ଯେ ମାସ୍କ ପିନ୍ଧି ଚାଲିବା ଆପଣଙ୍କ ଫୁସଫୁସ ଉପରେ ଅତିରିକ୍ତ ଚାପ ବଢ଼ାଇଥାଏ। ଫୁସଫୁସ ଏଥିରୁ ପର୍ଯ୍ୟାପ୍ତ ଅମ୍ଳଜାନ ପାଇପାରେ ନାହିଁ। ମାସ୍କ ପିନ୍ଧିବା ଦ୍ୱାରା ଫୁସଫୁସ ଶ୍ୱାସ ନେବା କ୍ଷମତାଠାରୁ ଅଧିକ କାମ କରିଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: