କମ୍ ସମୟରେ ଘରେ ବନାନ୍ତୁ ସ୍ଵାଦିଷ୍ଟ ପାଳଙ୍ଗ ପରଟା

କମ୍ ସମୟରେ ଘରେ ବନାନ୍ତୁ ସ୍ଵାଦିଷ୍ଟ ପାଳଙ୍ଗ ପରଟା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପାଳଙ୍ଗକୁ ଅତ୍ୟନ୍ତ ସ୍ବାସ୍ଥ୍ୟ ଉପକାରୀ ମାନାଯାଇଥାଏ। ଏଥିରେ ଅନେକ ପୋଷାକତତ୍ତ୍ୱ, ଭିଟାମିନ ରହିଥାଏ। ପାଳଙ୍ଗ ଖାଇବା ଦ୍ବାରା ଆଣ୍ଠୁଗଣ୍ଠି ପୀଡ଼ା ଭଲ ହେବା ସହ ଦୃଷ୍ଟି ଶକ୍ତି ବଢ଼ିଥାଏ, ରକ୍ତହୀନତା ଦୂର ହୋଇଥାଏ, ଅବସାଦ ଓ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ତେବେ ଯଦି ଆପଣ ସବୁଦିନ ପାଳଙ୍ଗର ଗୋଟିଏ ପ୍ରକାର ଆଇଟମ ଖାଇ ବିରକ୍ତ ହେଉଛନ୍ତି ତେବେ, ତାକୁ ପରଟା କରି ଖାଆନ୍ତୁ ଅତ୍ୟନ୍ତ ଟେଷ୍ଟି ହୋଇଥାଏ।
ଆବଶ୍ୟକ ସାମଗ୍ରୀ:-
ପାଳଙ୍ଗ ପତ୍ର -୨ କପ୍ ଛୋଟ ଛୋଟ କଟା
ଲୁଣ -୧ଛୋଟ ଚାମଚ
ଘିଅ- ୨ ଛୋଟ ଚାମଚ/ ରିଫାଇନ
ହେଙ୍ଗୁ- ଚିମୁଟାଏ
ଅଟା- ୨କପ୍
କଞ୍ଚାଲଙ୍କା – ଅଳ୍ପ କଟା
ଅଦା ରସୁଣ ପେଷ୍ଟ – ଗୋଟେ ଚାମଚ

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ପାଳଙ୍ଗ ପତ୍ରକୁ ଭଲରେ ଧୋଇ ରଖିବେ। ଛୋଟଛୋଟ ଖଣ୍ଡରେ କାଟନ୍ତୁ। ପାଳଙ୍ଗକୁ ଗ୍ରାଇଣ୍ଡରରେ ଭଲରେ ବାଟିବେ ନଚେତ୍ ଟିକେ ଭାଜି ଦେବେ। ଗୋଟିଏ ବଡ଼ ପାତ୍ରରେ ଅଟାରେ ସମସ୍ତ ସାମଗ୍ରୀ ପାଳଙ୍ଗ ବଟା ବା କଟା ମିଶାଇ ଉଷୁମ ପାଣି ଦେଇ ଭଲ ଭାବେ ଚକଟନ୍ତୁ। ଅଟା ଚକଟା ହେବା ପରେ ତାକୁ ଘୋଡ଼ାଇ ୧୦ମିନିଟ୍ ରଖିଦେବେ। ଏବେ ଚୁଲାରେ ତାୱା ଗରମ କରି ପରଟା ବେଲି ସେକନ୍ତୁ। ତେଲ କିମ୍ବା ଘିଅ ଯେଉଁଟି ଆପଣଙ୍କୁ ପସନ୍ଦ ସେଥିରେ ପରଟା ସେକିପାରିବେ। ପ୍ରୋଟିନ୍, ଭିଟାମିନ୍ସ ଭରପୂର ଏଇ ପରଟା ନିୟମିତ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼େ। ଆପଣ ଏହାକୁ ଟମାଟୋ, ନଡ଼ିଆ ବା ପୋଦିନା ଚଟଣୀ ସହ ଖାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: