ଏହି ଦେଶରେ ଘର କାନ୍ଥରେ ସ୍ତ୍ରୀଙ୍କ ଫଟୋ ଲଗେଇବା ରହିଛି ପରମ୍ପରା, ରାଜାଙ୍କ ପାଖରେ ରହିଛି ୭୦୦୦ କାର

ଏହି ଦେଶରେ ଘର କାନ୍ଥରେ ସ୍ତ୍ରୀଙ୍କ ଫଟୋ ଲଗେଇବା ରହିଛି ପରମ୍ପରା, ରାଜାଙ୍କ ପାଖରେ ରହିଛି ୭୦୦୦ କାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରତ୍ୟେକ ଦେଶରେ କିଛିନା କିଛି ନିଆରା ପରମ୍ପରା ରହିଥାଏ। ଯାହାକୁ ନେଇ ସେମାନଙ୍କୁ ଚଳିବାକୁ ପଡିଥାଏ। ତେବେ ଦୁନିଆର ବ୍ରୁନେଇ ଦେଶରେ ମଧ୍ୟ ଏକ ଅଜବ ପରମ୍ପରା ରହିଛି ଯାହାକୁ, ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଇଣ୍ଡୋନେସିଆକୁ ଲାଗି ରହିଥିବା ଏହି ଦେଶରେ ଏବେ ପର୍ଯ୍ୟନ୍ତ ରାଜତନ୍ତ୍ର ଚାଲୁଛି, ଅର୍ଥାତ୍ ରାଜା ଏଠି ଦେଶର ସର୍ବେସର୍ବା, ଶାସନ ମୁଖ୍ୟ। ବ୍ରୁନେଇ ଏକ ମୁସଲମାନ ବହୁଳ ଦେଶ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଜି ବି ଏହି ଦେଶର ମହିଳାମାନଙ୍କର ଭୋଟ୍ ଦେବାର ଅଧିକାର ନାହିଁ। ଏହି ଦେଶର ରାଜଧାନୀର ନାମ ବ୍ରୁନେଇ ଟାଉନ୍ ଏବଂ ଏହା ଏହି ଦେଶର ସବୁଠାରୁ ବଡ ସହର। ଅନ୍ୟାନ୍ୟ ଦେଶ ପରି ଏହି ଦେଶ ମଧ୍ୟ ବ୍ରିଟିଶରମାନଙ୍କର ଅଧୀନରେ ରହି ସାରିଛି, ଯାହା ୧୯୪୮ ମସିହା ଜାନୁଆରୀ ୧ ତାରିଖରେ ସ୍ଵାଧୀନତା ପାଇଥିଲା।
ତେବେ ନିଜ ପତ୍ନୀଙ୍କ ଚିତ୍ରକୁ ଘରର କାନ୍ଥରେ ରଖିବା ଏଠାକାର ଏକ ପ୍ରଥା। କେତେକ ଘରେ ଏକାଧିକ ପତ୍ନୀଙ୍କ ଚିତ୍ର ମଧ୍ୟ ଦେଖିବାକୁ ମିଳେ। ଏହା ବ୍ୟତୀତ କାନ୍ଥରେ ସୁଲତାନଙ୍କ ଚିତ୍ର ମଧ୍ୟ ଦେଖିବାକୁ ମିଳେ।
ବ୍ରୁନେଇର ସୁଲତାନ ହାସନଲ ବୋଲକିୟାଙ୍କୁ ଦୁନିଆର ସବୁଠାରୁ ଧନୀ ରାଜା ଭାବରେ ବିବେଚନା କରାଯାଏ। ୨୦୦୮ ରେ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ ତାଙ୍କ ସମ୍ପତ୍ତି ପ୍ରାୟ ୧୩୬୩ ବିଲିୟନ ଟଙ୍କା । ସେ ଯାନବାହନକୁ ବହୁତ ଭଲ ପାଆନ୍ତି ଏବଂ ସେଥିପାଇଁ ତାଙ୍କ ପାଖାପାଖି ୭୦୦୦ କାର ଅଛି।
ଏହାସହ ହାସନଲ ବୋଲକିୟାଙ୍କ ବ୍ୟକ୍ତିଗତ କାରକୁ ସୁନାରେ ସଜାଯାଇଛି। ଯେଉଁଠାରେ ସୁଲତାନ ବାସ କରନ୍ତି ସେହି ପ୍ରାସାଦ ଦୁନିଆର ସବୁଠୁ ବଡ ଆବାସିକ ପ୍ରାସାଦ ଭାବରେ ବିବେଚନା କରାଯାଏ। ଏବଂ ଏଥିରେ ୧୭୦୦ ରୁ ଅଧିକ କୋଠରୀ ରହିଛି।
ବ୍ରୁନେଇରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବା ନିଷେଧ। କେବଳ ସେତିକି ନୁହେଁ, ରାସ୍ତାରେ ଯାଉଥିବା ସମୟରେ ଏଠାରେ ଖାଇବା ପିଇବା ପାଇଁ ମଧ୍ୟ ଅନୁମତି ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠାରେ ଥିବା ଲୋକମାନେ ଫାଷ୍ଟଫୁଡ୍ ଅଧିକ ଖାଇବାକୁ ପସନ୍ଦ କରନ୍ତି ନାହିଁ। ମ୍ୟାକଡୋନାଲ୍ଡ ପରି ରେଷ୍ଟୁରାଣ୍ଟଗୁଡିକ ମଧ୍ୟ ଏଠାରେ କ୍ୱଚିତ୍ ଦେଖାଯାଏ। କୁହାଯାଏ ଯେ ଏହି ଦେଶରେ ଘର ଅପେକ୍ଷା ଲୋକଙ୍କ ପାଖରେ ଅଧିକ କାର ଅଛି। ଏକ ରିପୋର୍ଟ ଅନୁଯାୟୀ, ଏଠାରେ ୧୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୭୦୦ ଜଣକର କାର ରହିଛି। ବାସ୍ତବରେ, ଏଠାରେ ଅଧିକ କାର୍ ହେବାର କାରଣ ହେଉଛି ଏଠାରେ ତୈଳ ମୂଲ୍ୟ ବହୁତ କମ୍ ଏବଂ ଏଠାରେ ପରିବହନ ଟିକସ ମଧ୍ୟ ବହୁତ କମ୍ ଦେବାକୁ ପଡ଼ିଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: