କନ୍ୟାର କାନ୍ଦଣାରେ ଭିଡ଼ ଭିତରେ ଖୋଲିଗଲା ବରର ଧୋତି

କନ୍ୟାର କାନ୍ଦଣାରେ ଭିଡ଼ ଭିତରେ ଖୋଲିଗଲା ବରର ଧୋତି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ଟେନସନ୍ ଭିତରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କେତେକ ମଜାଳିଆ ଭିଡ଼ିଓ ଲୋକଙ୍କ ମନୋରଞ୍ଜନ ଖୋରାକ ଯୋଗାଇଛି। ତେବେ ଏହି ମଜାଳିଆ ଭିଡ଼ିଓ ମଧ୍ୟରୁ ଅନେକ ଗୁଡ଼ିଏ ବାହାଘର ଦେଖିବାକୁ ମିଳୁଛି। ତେବେ କଟକଣା ଭିତରେ ବାହାଘର ହେଉଥିଲେ ହେଁ ଅଜବ କାଣ୍ଡ କରୁଛନ୍ତି ଲୋକମାନେ। ଏବେ ସେହିଭଳି ଗୋଟିଏ ମଜାଳିଆ ଭିଡ଼ିଓ ଇଣ୍ଟରନେଟରେ ଭୟଙ୍କର ଭାବରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବର ଏବଂ କନ୍ୟା ବିବାହ ପରେ କନ୍ୟାର ପରିବାର ଲୋକଙ୍କ ଆଶୀର୍ବାଦ ନେଇ ବିଦାୟ ନେବାକୁ ଯାଉଛନ୍ତି। କିନ୍ତୁ ଏହି ସମୟରେ କନ୍ୟା ନିଜ ପରିବାର ଲୋକଙ୍କୁ ଛାଡିକି ଯିବା ଦୁଃଖରେ ସମସ୍ତଙ୍କୁ ଧରି ଧରି ଜୋରରେ କାନ୍ଦିବାକୁ ଲାଗୁଥିବାର ଭିଡ଼ିଓରୁ ଦେଖିବାକୁ ମିଳିଛି। ତା’ପରେ ଏପରି କିଛି ଘଟଣା ଘଟେ, ଯାହାକୁ ଦେଖି ସମସ୍ତେ ଜୋରରେ ହସୁଛନ୍ତି। ତେବେ ଆଶୀର୍ବାଦ ନେବା ସମୟରେ ହଠାତ୍ କନ୍ୟା ପଛକୁ ବୁଲି କାହାକୁ ଦେଖିବାକୁ ଲାଗେତ ତାର ଚୁଡ଼ିରେ ବର ପିନ୍ଧିଥିବା ଧୋତିଟି ଲାଗି ତାହା ସମ୍ପୂର୍ଣ୍ଣ ଖୋଲାଯାଏ ଓ ବର ସମସ୍ତଙ୍କ ସାମ୍ନାରେ ଉଲଗ୍ନ ହୋଇଯାଏ। ଯାହାକୁ ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକ ହସିବାକୁ ଲାଗନ୍ତି। ବରର ଏହି ଧୋତି ଖୋଲା କାରନାମା କ୍ୟାମେରାରେ ରେକର୍ଡ ହୋଇଯାଏ। ଇନଷ୍ଟାଗ୍ରାମରେ idiotic_sperm ନାମକ ଆକାଉଣ୍ଟରେ ଭିଡ଼ିଓଟି ସେୟାର ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ତାହାକୁ ୭୩ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଏହାସହ ଲୋକମାନେ ଏଥିରେ ଅତ୍ୟନ୍ତ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: