ଫୁଡିଜ ଭିଲ୍ଲା ସ୍ୱତନ୍ତ୍ର: ଛତୁ ପରଟା

ଫୁଡିଜ ଭିଲ୍ଲା ସ୍ୱତନ୍ତ୍ର: ଛତୁ ପରଟା

ପ୍ରିଜମ୍ ନ୍ୟୁଜ ସ୍ୱତନ୍ତ୍ର :

ଆବଶ୍ୟକ ସାମଗ୍ରୀ
୧ କପ ଚୂନା କଟା ଛତୁ
୨ କପ ଅଟା
୧ କପ ମଇଦା
୨ଟି ସିଝା ଆଳୁ
ଅଧା କପ୍ କଟା ପିଆଜ
୨ ଚାମଚ ଅଦା, ରସୁଣ ବଟା
ଅଧା ଚାମଚ କଟା ଲଙ୍କା
୨ ଚାମଚ କଟା ଧନିଆ ପତ୍ର
୧ ଚାମଚ ଗରମ ମସଲା ଗୁଣ୍ଡ
ଆବଶ୍ୟକୀୟ ଘିଅ ବା ରିଫାଇନ ତେଲ

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ ଅଟା ଓ ମଇଦାକୁ ଏକାଠି ଲୁଣ ଓ ପାଣି ମିଶାଇ ଭଲଭାବେ ଚକଟିବେ। ଏହାକୁ ୧ ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ। ଏହାପରେ ଆଳୁ ସିଝାରେ ସମସ୍ତ ମସଲା ମିଶାଇ ଓ କଟା ଛତୁ ପକାଇ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ। ଏହାପରେ ଏହି ଛୋଟ ଗୁଳାକୁ ଅଟା ଗୁଳା ମଧ୍ୟରେ ରଖି ନିଜ ପସନ୍ଦ ଅନୁସାରେ ପରଟା ବେଲନ୍ତୁ। ଏହାପରେ ଘିଅ କିମ୍ୱା ରିଫାଇନ ତେଲ ପକାଇ ପରଟା ସେକନ୍ତୁ। ଏହାପରେ ପ୍ରସ୍ତୁତ ହୋଇଯିବ ଛତୁ ପରଟା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: