ଶୀତରେ ତିଆରି କରନ୍ତୁ ରସୁଣ ସୁପ୍

ଶୀତରେ ତିଆରି କରନ୍ତୁ ରସୁଣ ସୁପ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଧୀରେ ଧୀରେ ଶୀତ ଆରମ୍ଭ ହୋଇଗଲାଣି ଏବଂ ସୁପ୍ ହେଉଛି ଶୀତ ଦିନ ପାଇଁ ଏକ ଆରାମଦାୟକ ଖାଦ୍ୟ। ସୁପ ଶୀତରେ ଶରୀରକୁ ଗରମ ପ୍ରଦାନ କରିଥାଏ। ଆପଣ ନିଶ୍ଚିତ ଭାବରେ ଟମାଟୋ ସୁପ୍, ସୁଇଟ କର୍ଣ୍ଣ ସୁପ୍, ମିକ୍ସ୍ ଭେଜ୍ ସୁପ୍, କୋବି ସୁପ୍ ଇତ୍ୟାଦି ପ୍ରକାରର ସୁପ୍ ଟେଷ୍ଟ କରିଥିବେ, କିନ୍ତୁ ଆପଣ କେବେ ରସୁଣ ସୁପ୍ ଖାଇଛନ୍ତି କି? ଏଥର ଶୀତରେ ଏହି ରେସିପି ନିଶ୍ଚୟ ଚେଷ୍ଟା କରନ୍ତୁ। ଏହି ସୁସ୍ୱାଦୁ ସୁପ୍ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କେବଳ ରସୁଣ, ପିଆଜ, ଆଳୁ, ଫ୍ରେସ କ୍ରିମ୍, ଜିରା, ଜୁଆଣି, ଲଙ୍କା ଏବଂ ଲୁଣ ଆବଶ୍ୟକ ହୋଇଥାଏ।
ସୁପ୍ ରେ କିଛି ଅତିରିକ୍ତ ସ୍ୱାଦ ଆଣିବା ପାଇଁ ଆପଣ ଏଥିରେ କିଛି ଖଣ୍ଡ ଖଣ୍ଡ ଭଜା ବ୍ରେଡ ମିଶାଇ ପାରିବେ। ଏହାସହ ଏଥିରେ କିଛି ପନିପରିବା, ଅଦା, ପାଳଙ୍ଗ ଇତ୍ୟାଦି ମିଶାଇ ପାରିବେ।
ରସୁଣ ସୁପ ପାଇଁ ଆବଶ୍ୟକ ସାମଗ୍ରୀ:
୮/୧୦ କୋଲା ବଡ ରସୁଣ
୧ ଟା କଟା ଆଳୁ
ଅଧ ଚାମଚ ଜିରା
୧ ଚାମଚ ଚିଲି ଫ୍ଲେକ୍
୨ ଚାମଚ ଅଲିଭ୍ ତେଲ
୧ଟା ପିଆଜ
ଅଧ କପ୍ ଫ୍ରେସ କ୍ରିମ୍
୧ ଚାମଚ ଜୁଆଣି
ଆବଶ୍ୟକ ଅନୁଯାୟୀ ଲୁଣ
ରସୁଣ ସୁପ୍ ପ୍ରସ୍ତୁତ ପ୍ରଣାଳୀ:

ଏକ ବଡ଼ ହାଣ୍ଡିରେ ଅଲିଭ୍ ତେଲ ଗରମ କରନ୍ତୁ। ସେଥିରେ ଜିରା ପକାନ୍ତୁ ଏବଂ ତାକୁ ଫୁଟିବାକୁ ଦିଅନ୍ତୁ। ଏବେ କଟା ପିଆଜ ପକାଇ ଏକ ମିନିଟ୍ ପାଇଁ ଭାଜନ୍ତୁ। ତାପରେ ଭଲ ଭାବେ କଟା ରସୁଣ ପକାଇ ଏକ ମିନିଟରୁ ଅଧିକ ସମୟ ଭାଜନ୍ତୁ।ବର୍ତ୍ତମାନ କଟା ଆଳୁକୁ ୧-୩ କପ୍ ପାଣି ସହିତ ମିଶାନ୍ତୁ। ଏହାପରେ ସ୍ୱାଦ ଅନୁଯାୟୀ ଲୁଣ ମିଶାନ୍ତୁ, ହାଣ୍ଡିକୁ ଏକ ଢାଙ୍କୁଣୀରେ ଘୋଡାଇ ଦିଅନ୍ତୁ ଏବଂ ସମସ୍ତ ଉପାଦାନଗୁଡିକ ୧୫-୨୦ ମିନିଟ୍ ପାଇଁ ରାନ୍ଧିବାକୁ ଦିଅନ୍ତୁ। ବର୍ତ୍ତମାନ ସୁପ୍ ରେ ଫ୍ରେସ କ୍ରିମ୍ ପକାନ୍ତୁ ଏବଂ ଉପାଦାନ ସହିତ ଭଲ ଭାବରେ ମିଶାନ୍ତୁ। ଏବେ କ୍ରିମ ପକେଇ ଦୁଇ ମିନିଟ୍ ଭଲଭାବେ ରାନ୍ଧିବା ପରେ ଗ୍ୟାସ୍ ବନ୍ଦ କରନ୍ତୁ।ବର୍ତ୍ତମାନ ଉପାଦାନଗୁଡ଼ିକୁ ମିଶ୍ରଣ କରିବା ପାଇଁ ବ୍ଲେଣ୍ଡର ବ୍ୟବହାର କରନ୍ତୁ। ଏହାପରେ ଗୋଟିଏ ପ୍ୟାନରେ ବଲେଣ୍ଡ ହୋଇଥିବା ସୁପ୍ ବାହାର କରନ୍ତୁ। ବର୍ତ୍ତମାନ ସ୍ୱାଦ ଅନୁଯାୟୀ ପାଣି ମିଶାନ୍ତୁ ଏବଂ ସ୍ଥିରତା ଆଡଜଷ୍ଟ କରନ୍ତୁ। ଏବେ ସୁପ୍ କୁ ଏକ ପାତ୍ରରେ ବାହାର କରି ଜୁଆଣି, ଚିଲି ଫ୍ଲେକ୍ ସହିତ ସଜାଇ ପରିବେଷଣ କରନ୍ତୁ। ଆପଣ ଏଥିରେ ଧନିଆ ପତ୍ର ପକାଇ ପାରିବେ। ରସୁଣ ସୁପ ଜର ଥଣ୍ଡାରୁ ମଧ୍ୟ ରକ୍ଷା କରିଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: