୨୦ ବର୍ଷର କଳଙ୍କିତ କାହାଣୀ ୨୦ ମିନିଟରେ ଶେଷ

ବିଜୟ କୁମାର ସ୍ମରଣ କରନ୍ତି ଯେ, “ପରବର୍ତ୍ତୀ ମୁହୂର୍ତ୍ତରେ ମୁଁ ଫୋନରେ ଜୟଲଳିତାଙ୍କ ସ୍ୱର ଶୁଣିଲି। ମୋ ପାଟିରୁ ବାହାରିଲା, ମ୍ୟାମ ଆମେ ତାଙ୍କୁ ପାଇଲୁ। ଜୟଲଳିତା ମୋତେ ଏବଂ ମୋ ଦଳକୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ମୁଁ ମୁଖ୍ୟମନ୍ତ୍ରୀ ଥିଲା ଭିତରେ ଏହାଠୁ ଭଲ ଖବର ମିଳି ନାହିଁ।

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିରାପ୍ପାନ ଚର୍ଚ୍ଚାକୁ ଆସିବା ପୂର୍ବରୁ ତାମିଲନାଡୁରେ ଲାହିମ ଶାହିମ ଗୋପାଳକୃଷ୍ଣନଙ୍କ ନେତୃତ୍ୱରେ ଏକ ଜଙ୍ଗଲ ପାଟ୍ରୋଲିଂ ପୋଲିସ ବଳ କାର୍ଯ୍ୟ କରୁଥିଲା। ଗୋପାଳକୃଷ୍ଣନଙ୍କ ବାହୁ ଏତେ ଶକ୍ତିଶାଳୀ ଥିଲା ଯେ ତାଙ୍କ ସାଥୀମାନେ ତାଙ୍କୁ ରାମ୍ବୋ ବୋଲି କହୁଥିଲେ। ରାମ୍ବୋ ଗୋପାଳକୃଷ୍ଣଙ୍କ ବିଷୟରେ ବିଶେଷ କଥା ହେଲା ଯେ ସେ ବିରାପ୍ପାନ ଭାନିୟର୍ ଜାତିର ଥିଲେ। ୯ ଏପ୍ରିଲ ୧୯୯୩ ଦିନ ସକାଳେ କୋଲାଥପୁର ଗାଁରେ ଏକ ବଡ ବ୍ୟାନର ଦେଖିବାକୁ ମିଳିଥିଲା ​​ଯେଉଁଥିରେ ରାମ୍ବୋ ପାଇଁ ବିରାପ୍ପାନ ତରଫରୁ ଅଶ୍ଳୀଳ ଭାଷାରେ ଗାଳି ଲେଖାଯାଇଥିଲା। ଏହାସହ ସେଥିରେ ତାଙ୍କୁ ଚ୍ୟାଲେଞ୍ଜ କରାଯାଇ ଲେଖା ଯାଇଥିଲା ଯେ ଯଦି ତାଙ୍କର ଦମ୍ ଅଛି, ତେବେ ସେ ଆସି ବିରାପାନକୁ ଧରିକି ଦେଖାନ୍ତୁ। ଏହି ଘଟଣା ପରେ ରାମ୍ବୋ ସ୍ଥିର କରିଥିଲା ଯେ ସେ ସେହି ସମୟରେ ବିରାପ୍ପାନକୁ ଧରିବାକୁ ଯିବେ। ଏହାପରେ ସେ ତାଙ୍କର କିଛି ସହଯୋଗୀଙ୍କୁ ନେଇ ବାହାରିଥିଲେ ମଧ୍ୟ। ସେ ପାଲର ବ୍ରିଜରେ ପହଞ୍ଚିବା ମାତ୍ରେ ତାଙ୍କ ଜିପ୍ ଖରାପ ହୋଇଯାଇଥିଲା। ଏବଂ ସେମାନେ ତାକୁ ସେଭଳି ଛାଡି ପୋଲିସ ପାଖରୁ ଦୁଇଟି ବସ୍ ନେଇ ଆଗକୁ ଯାଇଥିଲେ। ରାମ୍ବୋ ୧୫ ଜଣ ସୂଚନାଦାତା, ୪ ଜଣ ପୋଲିସ କର୍ମଚାରୀ ଏବଂ ୨ ଜଣ ବନ କର୍ମଚାରୀଙ୍କ ସହିତ ପ୍ରଥମ ବସ୍‌ରେ ଯାଇଥିଲେ।

ବିରାପ୍ପାନ ଆତଙ୍କ:

ତାମିଲନାଡୁ ପୋଲିସର ଇନ୍ସପେକ୍ଟର ଅଶୋକ କୁମାର ଦ୍ୱିତୀୟ ବସ୍‌ରେ ତାଙ୍କ ୬ ଜଣ ସାଥୀଙ୍କ ସହ ଯାଉଥିଲେ। ବିରାପାନ ଗ୍ୟାଙ୍ଗ ଦ୍ରୁତ ଗତିରେ ଆସୁଥିବା ବସ୍ ଶବ୍ଦ ଶୁଣି ରାଗି ଯାଇଥିଲେ, କାରଣ ସେ ଭାବୁଥିଲେ ରାମ୍ବୋ ଜିପରେ ଅସିବ। ତେବେ ବିରାପାନ ଦୂରରୁ ବସ ଦେଖି ହ୍ୱିସଲ ବଜାଇ ତାର ସାଥିମାନଙ୍କୁ ଇଶାରା କରିଥିଲା। ଏବଂ ସେ ଦୂରରୁ ଆସୁଥିବା ବସର ଆଗ ସିଟରେ ରାମ୍ବୋ ବସିଥିବାର ଦେଖିଥିଲା। ବସ୍ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ବିରାପାନ ଗ୍ୟାଙ୍ଗର ସଦସ୍ୟ ସାଇମନ୍ ୧୨ ଟି କାର୍ ବୋଲ୍ଟ ବ୍ୟାଟେରୀକୁ ଲ୍ୟାଣ୍ଡମାଇନ୍ ସହିତ ସଂଯୋଗ କରିଦେଇଥିଲେ। ଯାହା ଦ୍ଵାରା ସେଠାରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ସେଠାରେ 3000 ° C ତାପମାତ୍ରା ଉତ୍ପନ ହୋଇଥିଲା। ବସ୍ ତଳ ମାଟି ଥରି ଉଠିଲା ଏବଂ ପୁରା ବସ୍ ପବନରେ ଉଡିବାକୁ ଲାଗିଥିଲା ଓ ପଥର, ଧାତୁ ଏବଂ ବିକୃତ ମାଂସ ଖଣ୍ଡଗୁଡିକ ଘଣ୍ଟା ପ୍ରତି ୧୦୦୦ କିଲୋମିଟର ବେଗରେ ମାଟିରେ ପଡ଼ିଥିଲା।
କେ ବିଜୟ କୁମାର ତାଙ୍କ ପୁସ୍ତକ ବିରାପାନ ଚେଞ୍ଜ ବ୍ରିଗାଣ୍ଡରେ ଲେଖିଛନ୍ତି, “ଏହି ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ଦୂର ପଥର ପଛରେ ଲୁଚି ରହିଥିବା ବିରାପାନ ମଧ୍ୟ କମ୍ପିବାକୁ ଲାଗିଥିଲା ଏବଂ ତା ଶରୀର ଝାଳରେ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲା। କିଛି ସମୟ ପରେ ଇନ୍ସପେକ୍ଟର ଅଶୋକ କୁମାର ସେଠାରେ ପହଞ୍ଚିଥିଲେ। ସେ ୨୧ ଟି ଶବ ସେଠାରେ ଦେଖିଥିଲେ।ଅଶୋକ କୁମାର ବିଜୟ କୁମାରଙ୍କୁ କହିଥିଲେ ଯେ ସେ ଦ୍ୱିତୀୟ ବସ୍‌ରେ ସମସ୍ତ ମୃତଦେହ ଏବଂ ଆହତମାନଙ୍କୁ ରଖିଥିଲେ, କିନ୍ତୁ ଏହି ଅଘଟଣରେ ଆମେ ଆମର ଜଣେ ସାଥୀ ସୁଗୁମାଙ୍କୁ ସେଠାରେ ଛାଡି ଦେଇଥିଲୁ କାରଣ ସେ କିଛି ଦୂରରେ ବିସ୍ଫୋରଣରେ ଉଡ଼ି ପଡ଼ିଯାଇଥିଲେ। ବସ୍ ସେଠାରୁ ପଳେଇବା ପରେ ଆମେ ସେ ବିଷୟରେ ଜାଣିବାକୁ ପାଇଲୁ। ସେ ମାତ୍ର କିଛି ସମୟ ମଧ୍ୟରେ ମରିଯାଇଥିଲେ ମଧ୍ୟ। ଏହା ବିରାପାନର ପ୍ରଥମ ବଡ ହିଟ୍ ଥିଲା ଯାହା ତାକୁ ସାରା ଭାରତରେ କୁଖ୍ୟାତ କରିଥିଲା। ୧୮ଜାନୁଆରୀ ୧୯୫୨ ରେ ଜନ୍ମ ହୋଇଥିବା ବିରାପାନ ମାତ୍ର ୧୭ ବର୍ଷ ବୟସରେ ପ୍ରଥମ ଥର ପାଇଁ ଏକ ହାତୀ ଶିକାର କରିଥିବା କୁହାଯାଏ। ହାତୀକୁ ହତ୍ୟା କରିବାର ତାର ପ୍ରିୟ ଶୈଳୀ ଥିଲା ସେ ତାହାର କପାଳର ମଝିକୁ ଗୁଳି କରିଥାଏ।

ଯେତେବେଳେ ବିରପ୍ପାନ ଧରାହେଲା:

କେ ବିଜୟ କୁମାର ବ୍ୟାଖ୍ୟା କରିଛନ୍ତି ଯେ, “ଥରେ ବନ ଅଧିକାରୀ ଶ୍ରୀନିବାସ ମଧ୍ୟ ବିରାପ୍ପାନ ଗିରଫ କରିଥିଲେ। କିନ୍ତୁ ସେ ସୁରକ୍ଷା କର୍ମୀଙ୍କୁ କହିଥିଲା ଯେ ତାର ମୁଣ୍ଡବିନ୍ଧା ହେଉଛି, ତେଣୁ ତାକୁ ତେଲ ଦିଆଯାଉ ଯାହା ସେ ତା ମୁଣ୍ଡରେ ଲଗାଇ ପାରିବେ। ତେବେ ପୋଲିସ ତାକୁ ତେଲ ଦେଇ ମୁଣ୍ଡରେ ଲଗେଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେ ଏହାକୁ ନିଜ ହାତରେ ଲାଗିଥିଲା। ଏବଂ କିଛି ମିନିଟ ମଧ୍ୟରେ ତା ହାତକଡ଼ି ବାହାରି ଯାଇଥିଲା, ସେ ଫେରାର ହୋଇଯାଇଥିଲା। ଯଦିଓ ବିରାପାନ ଅନେକ ଦିନ ଧରି ପୋଲିସ ହେପାଜତରେ ଥିଲା ତଥାପି ତାର ଆଙ୍ଗୁଠି ଚିହ୍ନ ନିଆଯାଇନଥିଲା। “
ବିରାପାନ ବର୍ବରତା ଏଭଳି ଥିଲା ଯେ ଥରେ ସେ ଭାରତୀୟ ବନ ସେବା ଅଧିକାରୀ ପି ଶ୍ରୀନିବାସଙ୍କ ମୁଣ୍ଡ କାଟି ନିଜ ସାଥୀମାନଙ୍କ ସହ ଫୁଟବଲ ଖେଳିଥିଲା। ଶ୍ରୀନିବାସ ହେଉଛନ୍ତି ସେହି ବ୍ୟକ୍ତି ଯିଏ ପ୍ରଥମ ଥରେ ବିରାପାନକୁ ଗିରଫ କରିଥିଲେ।

ବିରାପ୍ପାନ ସହଯୋଗୀଙ୍କ ଫାଶୀ ବନ୍ଦ:

ବିଜୟ କୁମାର ବ୍ୟାଖ୍ୟା କରିଛନ୍ତି ଯେ, “ଶ୍ରୀନିବାସ ବିରାପାନ ସାନ ଭାଇ ଅର୍ଜୁନଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ। ଦିନେ ସେ ଶ୍ରୀନିବାସଙ୍କୁ କହିଥିଲେ ଯେ ବିରାପାନ ହତ୍ୟାର ଛାଡ଼ିବାକୁ ପ୍ରସ୍ତୁତ ଅଛି। ସେ କହିଛନ୍ତି ଯେ ଆପଣ ନାମଡେଲୀ ଆଡକୁ ଚାଲିବା ଆରମ୍ଭ କରନ୍ତୁ। ସେ ଆପଣଙ୍କୁ ଅଧା ବାଟରେ ଭେଟିବେ। ବିରାପାନକୁ ଭେଟିବା ପାଇଁ ଶ୍ରୀନିବାସ କିଛି ଲୋକଙ୍କୁ ଧରି ବାହାରି ଗଲେ କିନ୍ତୁ ସେ ଜାଣି ନଥିଲେ ଯେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଲୋକ ତାଙ୍କ ସାଥ ଛାଡ଼ି ଦେଲେଣି।

ବିରାପ୍ପାନର ବର୍ବରତା:
ଏକ ସମୟ ଆସିଲା ଯେତେବେଳେ କେବଳ ବିରାପାନ ଭାଇ ଅର୍ଜୁନ ତାଙ୍କ ସହିତ ରହିଥିଲା। ଯେତେବେଳେ ସେ ଏକ ପୋଖରୀ ନିକଟରେ ପହଞ୍ଚିଥିଲେ, ସେଠାରେ ଥିବା ବୁଦା ଭିତରୁ କିଛି ଲୋକଙ୍କର ଛାୟା ଦେଖାଗଲା। ସେମାନଙ୍କ ମଧ୍ୟରୁ ଗୋଟିଏ ଲମ୍ବା ନିଶ ରଖିଥିବା ଡେଙ୍ଗା ବ୍ୟକ୍ତିର ବି ଥିଲେ। ଶ୍ରୀନିବାସନ୍ ପ୍ରଥମେ ଭାବିଥିଲେ ଯେ ବିରାପାନ ହତ୍ୟାର ଛାଡ଼ିବାକୁ ଆସୁଛି। କିନ୍ତୁ ପରେ ସେ ଅନୁଭବ କରିଥିଲେ ଯେ କିଛି ଗଡବଡ ନିଶ୍ଚୟ ଅଛି। ବିରାପାନ ହାତରେ ଗୋଟିଏ ରାଇଫଲ ଥିଲା ଏବଂ ତାଙ୍କ ଆଡକୁ ଚାହିଁ ରହିଥିଲା। ଶ୍ରୀନିବାସ ପଛକୁ ଚାହିଁ ଦେଖିଲେ ଯେ ସେ ଅର୍ଜୁନଙ୍କ ସହ ଏକାକୀ ଠିଆ ହୋଇଛନ୍ତି। ବିରାପାନ ତାଙ୍କୁ ଅନାଇ ଜୋର୍ ଜୋରେ ହସିବାକୁ ଲାଗିଥିଲା। ଶ୍ରୀନିବାସ କିଛି ବୁଝିବା ଆଗରୁ ବିରାପାନ ତାଙ୍କୁ ଗୁଳି କରିଥିଲା। କେବଳ ସେତିକିରେ ଅଟକି ନଥିଲା ସେ, ଶ୍ରୀନିବାସଙ୍କ ମୁଣ୍ଡ କାଟି ଟ୍ରଫି ପରି ତା ଘରକୁ ନେଯାଇଥିଲେ। ସେଠାରେ ସେ ଏବଂ ତାର ଗ୍ୟାଙ୍ଗ ଫୁଟବଲ ଭଳି ଶ୍ରୀନିବାସଙ୍କ ମୁଣ୍ଡକୁ ଖେଳିଥିଲେ। “

ନିଜ ଜୀବନ ପାଇଁ ଝିଅକୁ ମାରି ଦେଇଥିଲା ବିରାପ୍ପାନ:

ଅପରାଧ ଦୁନିଆରେ ଆପଣ ନିଷ୍ଠୁରତାର ଅନେକ ଉଦାହରଣ ଶୁଣିଥିବେ, କିନ୍ତୁ ଆପଣ ନିଶ୍ଚୟ କେବେ ଶୁଣି ନଥିବେ ଯେ ଜଣେ ଲୁଟେରା କିମ୍ବା ଡାକୁ ନିଜ ନବଜାତ ଶିଶୁକୁ ନିଜକୁ ବଞ୍ଚାଇବା ପାଇଁ ବଳି ଦେବାର। ବିଜୟ କୁମାର ବ୍ୟାଖ୍ୟା କରିଛନ୍ତି ଯେ, “ବିରାପାନର ଗୋଟିଏ ଝିଅ ୧୯୯୩ ମସିହାରେ ଜନ୍ମଗ୍ରହଣ କରିଥିଲା। ସେତେବେଳକୁ ତା ଗ୍ୟାଙ୍ଗ ସଦସ୍ୟଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିସାରିଥିଲା। ଗୋଟିଏ ଶିଶୁ କାନ୍ଦିବାର ଶବ୍ଦ ପ୍ରାୟ ୧୧୦ ଡେସିବଲ ଅଟେ ଯାହା ବିଜୁଳି ଶବ୍ଦରୁ ମାତ୍ର ୧୦ ଡେସିବଲ କମ ଅଟେ। ରାତିରେ ଜଙ୍ଗଲରେ ପିଲାଟିର କ୍ରନ୍ଦନ ଅଢେଇ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥାଏ। “
ଥରେ ବିରାପ୍ପାନ ତାର ଝିଅ କାନ୍ଦିବା କାରଣରୁ ଅସୁବିଧାରେ ପଡ଼ିଥିଲା।ତେଣୁ ସେ ନିଜ ଶିଶୁ କନ୍ୟାର ସ୍ୱର ସବୁଦିନ ପାଇଁ ବନ୍ଦ କରିବାକୁ ସ୍ଥିର କରିଥିଲା। ୧୯୯୩ ମସିହା ରେ, କର୍ଣ୍ଣାଟକ STF ମାରି ମାଡୁଭୁର ସେଠାକା ସମତଳ ଭୂମିରେ ଏକ ଉଚ୍ଚ ସ୍ଥାନ ଦେଖିଥଲେ। ଯେତେବେଳେ ସେହି ସ୍ଥାନକୁ ଖୋଳା ଯାଇଥିଲା, ତା ତଳୁ ଗୋଟିଏ ନବଜାତ ଝିଅର ମୃତଦେହ ମିଳିଥିଲା।”
୧୦୦ ଦିନ ବିରାପାନ କବଜାରେ ସାଉଥ୍ ହିରୋ :
୨୦୦୦ ମସିହାରେ, ବିରାପ୍ପାନ ଦକ୍ଷିଣ ଭାରତୀୟ ପ୍ରସିଦ୍ଧ ଅଭିନେତା ରାଜ କୁମାରଙ୍କୁ ଅପହରଣ କରିଥିଲା। ରାଜକୁମାର ୧୦୦ ଦିନରୁ ଅଧିକ ସମୟ ବିରାପାନ କବଜାରେ ରହିଥିଲେ। ଏହି ସମୟରେ ସେ କର୍ଣ୍ଣାଟକ ଏବଂ ତାମିଲନାଡୁର ଉଭୟ ରାଜ୍ୟ ସରକାରଙ୍କୁ ନାକେଦମ୍ କରିଥିଲା।
ଜୁନ୍ ୨୦୦୧ ମସିହାରେ, ଦିନ ୧୧ ଟା ସମୟରେ ହଠାତ୍ ବରିଷ୍ଠ ଆଇପିଏସ୍ ଅଧିକାରୀ କେ ବିଜୟ କୁମାରଙ୍କ ଫୋନ୍ ବାଜିଉଠିଥିଲା। ସ୍କ୍ରିନ ଫ୍ଲାସ୍ ହେଲା, ‘ଆମ୍ମା’। ସେ ଜୟଲଳିତାଙ୍କ ଫୋନ୍ ନମ୍ବରକୁ ଆମ୍ମା ନାମରେ ସେଭ କରିଥିଲେ। କୌଣସି ସମୟ ନଷ୍ଟ ନକରି ଜୟଲଳିତା ଏହି ପ୍ରସଙ୍ଗକୁ ଆସି କହିଥିଲେ, “ଆମେ ଆପଣଙ୍କୁ ତାମିଲନାଡୁ ସ୍ପେଶାଲ ଟାସ୍କ ଫୋର୍ସର ମୁଖ୍ୟ କରୁଛୁ। ଏହି ଚନ୍ଦନ ଚୋରା ଚାଲାଣକାରୀଙ୍କ ସମସ୍ୟା ଟିକେ ଅଧିକ ମୁଣ୍ଡ ଟେକୁଛି। ଆସନ୍ତାକାଲି ସୁଦ୍ଧା ଆପଣଙ୍କର ନିର୍ଦ୍ଦେଶନାମା ପାଇଯିବେ।” ଏସଟିଏଫର ମୁଖ୍ୟ ହେବା ମାତ୍ରେ ବିଜୟ କୁମାର ବିରାପ୍ପାନ ବିଷୟରେ ଗୁପ୍ତ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଥିଲେ। ସେ ଜାଣିବାକୁ ପାଇଥିଲେ ଯେ ବିରାପ୍ପାନ ଆଖିରେ ସମସ୍ୟା ଅଛି। ନିଜ ନିଶରେ ଅଞ୍ଜିର ଲଗେଇବା ସମୟରେ କିଛି ବୁନ୍ଦା ତାର ଆଖିରେ ପଡିଯାଇଥିଲା।
ବିଜୟ କୁମାର ବ୍ୟାଖ୍ୟା କରିଛନ୍ତି, “ବିରାପ୍ପାନ ବାହ୍ୟ ଜଗତକୁ ଅଡିଓ ଏବଂ ଭିଡିଓ ଟେପ୍ ପଠାଇବାକୁ ଭଲ ଲାଗୁଥିଲା। ଥରେ ଏହିପରି ଗୋଟିଏ ଭିଡିଓରେ ଆମେ ଦେଖିଲୁ ବିରାପ୍ପାନକୁ କାଗଜରେ ଥିବା କିଛି ଲେଖା ପଢିବାକୁ ଅସୁବିଧା ହେଉଛି। ସେତେବେଳେ ଆମେ ପ୍ରଥମ ସୂଚନା ପାଇଲୁ ଯେ ତାର ଆଖିରେ କିଛି ସମସ୍ୟା ଅଛି। ତା’ପରେ ଆମେ ସ୍ଥିର କଲୁ ଯେ ଆମେ ଆମର ଦଳକୁ ହ୍ରାସ କରିବୁ। ଯେତେବେଳେ ବି ଆମେ ବଡ଼ ଦଳ ପାଇଁ ରାସନ କିଣୁଥିଲୁ, ଏହା ଲୋକମାନଙ୍କ ନଜରକୁ ଆସିଯାଉଥିଲା ଏବଂ ବିରାପ୍ପାନ ଆମ ବିଷୟରେ ଆଗରୁ ଜାଣିପାରୁଥିଲା। ତେଣୁ ଆମେ ୬ ଜଣିଆ ଅନେକ ଟିମ୍ ଗଠନ କରିଥିଲୁ।
ବିରାପ୍ପାନ ପାଇଁ ଜାଲ ବିଛାଇ ତାର ଆଖି ଚିକିତ୍ସା କରିବାକୁ ଜଙ୍ଗଲରୁ ବାହାରକୁ ଆସିବାକୁ ବାଧ୍ୟ କରିଥିଲୁ। ତା ପାଇଁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା, ଯେଉଁଥିରେ ଏସକେଏସ ହସ୍ପିଟାଲ ସାଲେମ ଲେଖାଯାଇଥିଲା।
ଇନ୍ସପେକ୍ଟର ଭାଲାଇଦୁରାଇ ଏବଂ ଡ୍ରାଇଭର ସାରବନନ ନାମକ ଦୁଇଜଣ ଏସଟିଏଫ ସଦସ୍ୟ ସେହି ଆମ୍ବୁଲାନ୍ସରେ ପ୍ରଥମରୁ ବସିଥିଲେ। ବିରାପାନ ସେହିଦିନ ଧଳା ରଙ୍ଗର ପୋଷାକ ପିନ୍ଧିଥିଲା ଏବଂ ନିଜ ପରିଚୟ ଲୁଚେଇବି ପାଇଁ ତାର ଫେମସ ହ୍ୟାଣ୍ଡେଲବାର୍ ନିଶ କାଟି ଦେଇଥିଲା। ଡ୍ରାଇଭର ସାରବନନ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ବ୍ରେକକୁ ଏତେ ଜୋର ଲଗାଇ ଥିଲେ ଯେ ଆମ୍ବୁଲାନ୍ସରେ ସମସ୍ତେ ନିଜ ସ୍ଥାନରେ ପଡ଼ିଯାଇଥିଲେ। କେ ବିଜୟ କୁମାର ସ୍ମରଣ କରନ୍ତି ଯେ, “ସେ ବହୁତ ଦ୍ରୁତ ଗତିରେ ଆସୁଥିଲେ। ସାରବନନ୍ ଏତେ ଦ୍ରୁତ ଗତିରେ ବ୍ରେକ୍ ଲଗେଇଲେ ଯେ ଆମେ ଟାୟାରରୁ ଧୂଆଁ ବାହାରୁଥିବାର ଦେଖିଲୁ। ଟାୟାର ଜଳିବାର ଗନ୍ଧ ଆମ ନାକରେ ପହଞ୍ଚୁଥିଲା। ସାରବନନ ମୋ ପାଖକୁ ଦୌଡ଼ିଗଲେ।”

ବିଜୟ କୁମାରଙ୍କ ବିଜୟ ଅଭିଯାନ:

“ମୁଁ ତାଙ୍କ ପାଟିରୁ ଏହା ସ୍ପଷ୍ଟ ଭାବରେ ଶୁଣିଛି ଯେ, ବିରାପ୍ପାନ ଆମ୍ବୁଲାନ୍ସ ଭିତରେ ଅଛି। ଠିକ୍ ସେତିକିବେଳେ ମେଗା ଫୋନରେ ମୋର ସହକାରୀଙ୍କ ସ୍ୱର ଶୁଣାଗଲା, ‘ତୁମର ହତ୍ୟାର ତଳେ ରଖ। ତୁମେ ସବୁ ଦିଗରୁ ବନ୍ଦୀ ହୋଇ ସାରିଛ। ପ୍ରଥମ ଗୁଳି ସେମାନଙ୍କ ତରଫରୁ ଆସିଥିଲା। ପରେ ଆମେ ଚତୃପକ୍ଷରୁ ‘ଗୁଳି ଚଳାଇବା ଆରମ୍ଭ କଲୁ। ମୁଁ ଆମ୍ବୁଲାନ୍ସରେ ମୋର AK-47 ର ସମସ୍ତ ଗୁଳି ସାରି ଦେଇଥିଲି। କିଛି ସମୟ ପରେ ଆମ୍ବୁଲାନ୍ସରୁ ପାଲଟା ଜବାବରେ ଗୁଳି ଚାଳନ ବନ୍ଦ ହୋଇଯାଇଥିଲା। ” “ଆମେ ତାଙ୍କ ଉପରେ ସମୁଦାୟ ୩୩୮ ରାଉଣ୍ଡ ଗୁଳି ଚଳାଇଥିଲୁ। ହଠାତ୍ ସବୁକିଛି ଧୂଆଁରେ ପରିଣତ ହୋଇଥିଲା। ଏକ ପ୍ରଚଣ୍ଡ ଶବ୍ଦ ଶୁଣାଗଲା। ଅଲ୍ କ୍ଲିୟର। ରାତି ୧୦.୫୦ ରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏବଂ ୨୦ ମିନିଟ୍ ମଧ୍ୟରେ ବିରାପାନ ଏବଂ ତାର ତିନି ସହଯୋଗୀଙ୍କର ମୃତ୍ୟୁ ଘଟିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ବିରାପାନକୁ କେବଳ ଦୁଇଟି ଗୁଳି ଲାଗିଥିଲା।ଯେତେବେଳେ ତୁମେ ଆମ୍ବୁଲାନ୍ସରେ ପ୍ରବେଶ କଲ ସେତେବେଳେ ବିରାପାନ ଜୀବନ୍ତ ଥିଲେ କି? ବୋଲି ଵିବିଶି ପକ୍ଷରୁ ପ୍ରଶ୍ନ କରାଯାଇଥିଲା ବିଜୟ କୁମାରଙ୍କୁ। ତାଙ୍କର ଉତ୍ତର ଥିଲା, “ତାର ଅଳ୍ପ ବହୁତ୍ ଜୀବନ ଥିଲା, ସେ ନିଶ୍ୱାସ ତ୍ୟାଗ କରିବ କରିବ ହେଉଥିଲା। ମୁଁ ସ୍ପଷ୍ଟ ଭାବରେ ଦେଖିପାରୁଥିଲି ଯେ ସେ ମୃତ୍ୟୁ ଆଡ଼କୁ ଯାଉଛି। କିନ୍ତୁ ତା’ପରେ ମଧ୍ୟ ମୁଁ ତାକୁ ଡାକ୍ତରଖାନା ପଠାଇବାକୁ ସ୍ଥିର କରିଥିଲି। ଗୁଳିଟି ତାର ବାମ ଆଖି ଦେଇ ମୁଣ୍ଡରେ ବାଜିଥିଲା। “ବିରାପ୍ପାନ ତାର ନିଶ ବିନା ଜଣେ ସାଧାରଣ ଲୋକ ପରି ଦେଖାଯାଉଥିଲେ। ପରେ ତାର ପୋଷ୍ଟମର୍ଟମ କରିଥିବା ଡକ୍ଟର ବଲିନାୟାଗାମ ମୋତେ କହିଥିଲେ ଯେ ୫୨ ବର୍ଷ ବୟସ ସତ୍ବେ ବିରାପାନ ଶରୀର ୨୫ ବର୍ଷ ବୟସ୍କ ଯୁବକ ଭଳି ଥିଲା।” ବିରାପାନ ମୃତ୍ୟୁ ହେବା ମାତ୍ରେ, STF ସଦସ୍ୟମାନେ ସାଧାରଣତଃ ବିଶ୍ୱାସ କରିନଥିଲେ ଯେ ଏହା ପ୍ରକୃତରେ ଘଟିଛି। ସେ ଏହା ଅନୁଭବ କରିବା ମାତ୍ରେ ସେ ତାଙ୍କ ମୁଖ୍ୟ ବିଜୟ କୁମାରଙ୍କୁ କାନ୍ଧରେ ବୋହି ନେଇଥିଲେ। ବିଜୟ କୁମାର ଦ୍ରୁତ ଗତିରେ ଦୁଇ ଦୁଇଟି ପାହାଚ ଚଢ଼ି ସ୍କୁଲ ଛାତରେ ପହଞ୍ଚିଥିଲେ। ସେଠାରୁ ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ଫୋନ୍ କରିଥିଲେ, ତାଙ୍କ ସଚିବ ଶୀଲା ବାଲାକ୍ରିଷ୍ଣନ୍ ଫୋନ୍ ଉଠାଇଥିଲେ। ଏବଂ କହିଥିଲେ, ମ୍ୟାଡାମ୍ ଶୋଇଛନ୍ତି। ଏହାପରେ ବିଜୟ କୁମାର କହିଥିଲେ ମୁଁ ଭାବୁଛି ମୋର କଥା ଶୁଣି ସେ ବହୁତ ଖୁସି ହେବେ।
ବିଜୟ କୁମାର ସ୍ମରଣ କରନ୍ତି ଯେ, “ପରବର୍ତ୍ତୀ ମୁହୂର୍ତ୍ତରେ ମୁଁ ଫୋନରେ ଜୟଲଳିତାଙ୍କ ସ୍ୱର ଶୁଣିଲି। ମୋ ପାଟିରୁ ବାହାରିଲା, ମ୍ୟାମ ଆମେ ତାଙ୍କୁ ପାଇଲୁ। ଜୟଲଳିତା ମୋତେ ଏବଂ ମୋ ଦଳକୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ମୁଁ ମୁଖ୍ୟମନ୍ତ୍ରୀ ଥିଲା ଭିତରେ ଏହାଠୁ ଭଲ ଖବର ମିଳି ନାହିଁ।
ଫୋନ୍ କାଟିବା ପରେ ବିଜୟ କୁମାର ତାଙ୍କ ଜିପ୍ ଆଡକୁ ଯାଇଥିଲେ ଏବଂ ସେ ଆମ୍ବୁଲାନ୍ସକୁ ଶେଷ ଥର ପାଇଁ ଦେଖିଥିଲେ। ତାର ଛାତ ଉପରେ ଥିବା ନୀଳ ଆଲୋକ ଏପର୍ଯ୍ୟନ୍ତ ଘୂର୍ଣ୍ଣନ କରୁଥିଲା। କୌତୁହଳର ବିଷୟ ହେଉଛି ଯେ ଗୋଟିଏ ବି ଗୁଳି ତାକୁ ବାଧା ଦେଇ ନଥିଲା। ତେବେ ସେ ସେହି ଆଲୋକକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସତେ ଯେପରି ସେହି ଲିଭିବା ଆଲୋକ ସମଗ୍ର ବିଶ୍ୱକୁ କହୁଥିଲା, ‘ମିଶନ୍ ସମ୍ପନ୍ନ ହୋଇଛି।’

Leave a Reply

Your email address will not be published.