ଫୁଡିଜ୍ ଭିଲ୍ଲା ସ୍ୱତନ୍ତ୍ର- ଫ୍ରେଞ୍ଚ ଫ୍ରାଇ

ଫୁଡିଜ୍ ଭିଲ୍ଲା ସ୍ୱତନ୍ତ୍ର- ଫ୍ରେଞ୍ଚ ଫ୍ରାଇ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସକାଳ ହେଉ କି ସନ୍ଧ୍ୟା, ଲୋକମାନେ ଚା’ ସହିତ ସ୍ନାକ୍ସ ଟିକେ ଖାଇବାକୁ ବେଶ ପସନ୍ଦ କରନ୍ତି। ନମକିନ୍, ଭୁଜିଆ, ସିଙ୍ଗଡ଼ା, ବିଭିନ୍ନ ପ୍ରକାର ପକୋଡ଼ି ଆଦି ପ୍ରତ୍ୟେକ ଘରର ନିତିଦିନିଆ ସ୍ନାକ୍ସ କହିଲେ ଭୁଲ ହେବନି। ତେବେ ଅନେକ ଲୋକ ଏହି ସବୁ ନିତିଦିନିଆ ସ୍ନାକ୍ସଠୁ ଅଲଗା କିଛି ଖାଇବାକୁ ଇଚ୍ଛା କରନ୍ତି। ତେବେ ନୂଆ କଣ ତିଆରି କରିବେ ବୋଲି ସେମାନେ ଜାଣି ପାରନ୍ତି ନାହିଁ। ଯଦି ଆପଣବି କଣ ନୂଆ ଓ ସ୍ଵାଦିଷ୍ଟ ସ୍ନାକ୍ସ ତିଆରି କରିବେ ଜାଣି ପାରୁ ନାହାଁନ୍ତି ତାହାଲେ ଫ୍ରେଞ୍ଚ ଫ୍ରାଇ ତିଆରି କରନ୍ତୁ। ଏଥର ଚା’ ସହିତ ସ୍ଵାଦିଷ୍ଟ ଫ୍ରେଞ୍ଚ ଫ୍ରାଇ ତିଆରି କରି ପ୍ରିୟଲୋକଙ୍କୁ ପରସନ୍ତୁ, ଆଉ ଆପଣବି ଖାଆନ୍ତୁ। ଫ୍ରେଞ୍ଚ ଫ୍ରାଇ ଆଳୁ ଏବଂ ସୁଜିରେ ପ୍ରସ୍ତୁତ ହୋଇଥିବା ବେଳେ ଖାଇବାକୁ ବହୁତ ସ୍ୱାଦିଷ୍ଟ ହୋଇଥାଏ। ଆଜି ଆମେ ଆପଣଙ୍କୁ ରେସ୍ତୋରାଁ ଷ୍ଟାଇଲର ଫ୍ରେଞ୍ଚ ଫ୍ରାଇ ତିଆରି କରିବାର ସହଜ ରେସିପି କହୁଛୁ …
ଆବଶ୍ୟକ ସାମଗ୍ରୀ:
ସୁଜି – ୧କପ୍
ସିଝା ଆଳୁ -୫ଟା
ଧନିଆ ପତ୍ର – ୨ / cup କପ୍ (ଛୋଟ ଛୋଟ କଟା)
କଞ୍ଚା ଲଙ୍କା – ୬ତି (ଛୋଟ ଛୋଟ କଟା)
ଲୁଣ – ସ୍ୱାଦ ଅନୁସାରେ
ତେଲ – ଛାଣିବା ପାଇଁ
ଫ୍ରେଞ୍ଚ ଫ୍ରାଇ କିପରି କରିବେ:
-ଫ୍ରେଞ୍ଚ ଫ୍ରାଇ ପ୍ରସ୍ତୁତ କରିବା ପାଇଁ ପ୍ରଥମେ, ଏକ ପାତ୍ରରେ ଅଧା କପ୍ ପାଣି ଦିଅନ୍ତୁ ଏବଂ ଏହାକୁ ଗରମ କରନ୍ତୁ। ସେଥିରେ ୧ ଚାମଚ ତେଲ ପକେଇ ଦିଅନ୍ତି ଏବଂ ପାଣିକୁ ଭଲଭାବେ ଗରମ ହେବାକୁ ଦିଅନ୍ତୁ।ଯେତେବେଳେ ପାଣି ଜୋରରେ ଫୁଟିବା ଆରମ୍ଭ କରେ, ଗ୍ୟାସ ବନ୍ଦ କରି ପାଣିରେ ସୁଜି ମିଶାନ୍ତୁ। ସୁଜିକୁ ୩ ମିନିଟ୍ ପର୍ଯ୍ୟନ୍ତ ସେହିଭଳି ଘୋଡାଇ ରଖନ୍ତୁ।
-ସିଝା ଆଳୁକୁ ଚୋପା ଛଡେଇ ସେଗୁଡିକୁ କୋରେଇ ରଖି ଦିଅନ୍ତୁ। ଏବେ କଡେଇରେ ଥିବା ସୁଜିକୁ ବଡ ପାତ୍ରରେ ବାହାର କରନ୍ତୁ ଏବଂ ତାହାକୁ ଗୋଟିଏ ଚାମଚ ଦ୍ଵାରା ଭଲ ଭାବରେ ଘାଣ୍ଟି ନରମ କରନ୍ତୁ। ସୁଜି ନରମ ହେବା ପରେ କୋରା ସିଝା ଆଳୁକୁ ସେଥିରେ ମିଶାଇ ଦିଅନ୍ତୁ। ଏବେ ସେଥିରେ ଲୁଣ, କଟା କଞ୍ଚାଲଙ୍କା, କଟା ଧନିଆ ପତ୍ର ପକାଇ ସବୁକିଛି ଭଲ ଭାବରେ ମିଶାଇ ଦିଅନ୍ତୁ।
-ଆଳୁ ସୁଜି ଫିଙ୍ଗର ତିଆରି କରିବାକୁ, କଡ଼େଇରେ ତେଲ ଗରମ କରନ୍ତୁ। ଏବେ ହାତରେ ଅଳ୍ପ ତେଲ ଲଗାଇ ସେହି ମିଶ୍ରଣକୁ ଭଲ ଭାବେ ମିଶାନ୍ତୁ ଏବଂ ଏହାକୁ ଚକଟା ଅଟା ପରି ପ୍ରସ୍ତୁତ କରନ୍ତୁ। ଏଥିରୁ ଟିକିଏ ମିଶ୍ରଣକୁ ଭାଙ୍ଗନ୍ତୁ ଏବଂ ଏହାକୁ ସରୁ ଓ ଲମ୍ବରେ ଏକ ଆକୃତି ଦେଇ ହାତରେ ରଗଡନ୍ତୁ।

  • ଏବେ ତେଲ ଗରମ ହେବା ପରେ ଆଳୁ ଫିଙ୍ଗରକୁ ଗୋଟିଏ ପରେ ଗୋଟିଏ ସେଥିରେ ପକାନ୍ତୁ। କିଛି ଖଣ୍ଡ ଫ୍ରାଇ ହେବା ପରେ, ଅନ୍ୟ ଆଳୁ ଫିଙ୍ଗରକୁ ଫ୍ରାଇ କରନ୍ତୁ ଏବଂ ଫ୍ରାଇ ଆଳୁ ଫିଙ୍ଗରକୁ କଡ଼େଇରୁ ବାହାର କରି ଗୋଟିଏ ପ୍ଲେଟରେ ରଖନ୍ତୁ। ଏବେ ସେହି ଫ୍ରାଇ ଆଳୁ ଫିଙ୍ଗର ଉପରେ ଚାଟ ମସାଲା, ଶୁଖିଲା ପୋଦିନା ଗୁଣ୍ଡ ପକାଇବା ସହ ଟମାଟୋ ସକ୍ସ୍ ବା ଚଟଣୀ ସହ ପରସନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: