ହାତକୁ ଦି’ହାତ ହେଲେ ବଲିଉଡ୍ ବିୟୁଟି ୟାମି ଗୌତମ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ୟାମି ଗୌତମ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପୂର୍ବରୁ କୌଣସି ସୂଚନା ନଦେଇ ସେ ସିକ୍ରେଟ୍ ଭାବରେ ବିବାହ କରିଥିବା ବେଳେ ତାଙ୍କ ବାହାଘରର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ୟାମି ଫିଲ୍ମ ‘ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଛନ୍ତି। ଏହି ବିବାହ ଅତ୍ୟନ୍ତ ଅନ୍ତରଙ୍ଗ ଥିଲା ଏବଂ ସେଠାରେ କେବଳ ଉଭୟଙ୍କ ପରିବାର କିଛି ସଦସ୍ୟ ଉପସ୍ଥିତ ଥିଲେ।
ତାଙ୍କ ବିବାହର ପ୍ରଥମ ଫଟୋ ସେୟାର କରି ୟାମି ଲେଖିଛନ୍ତି, ‘ଆଜି ଆମେ ଆମ ପରିବାରର ଆଶୀର୍ବାଦ ସହିତ ବିବାହ କରିଲୁ।ବ୍ୟକ୍ତିଗତ ଲୋକ ହୋଇ, ଏହି ଉତ୍ସବକୁ କେବଳ ଆମ ପରିବାର ସହିତ ପାଳନ କରିଛୁ।
ୟାମି ଏବଂ ଆଦିତ୍ୟ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ତାଙ୍କ ବାହାଘରର ସମାନ ଫଟୋ ଏବଂ ପୋଷ୍ଟ ସେୟାର କରିଛନ୍ତି। ତାଙ୍କ ବିବାହ ଫାଟରେ ଅଭିନେତ୍ରୀ ନାଲି ରଙ୍ଗର ଶାଢୀରେ ବେଶ ଆକର୍ଷଣୀୟ ଦିଶୁଛନ୍ତି।
ହଠାତ୍ ୟାମିଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଦେଖି ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ ୟାମି ଏବଂ ଆଦିତ୍ୟଙ୍କ ବାହାଘର ଖବର ପାଇବା ପାରେ ତାଙ୍କ ପାଖକୁ ବଲିଉଡ ଇଣ୍ଡଷ୍ଟ୍ରି ଏବଂ ପ୍ରଶଂସକଙ୍କ ପାଖରୁ ଅଭିନନ୍ଦନର ସୁଅ ଛୁଟିଛି। ଦିଆ ମିର୍ଜା, ଜ୍ୟାକଲିନ୍, ନେହା ଧୁପିଆ, ଭୁମି ପେଡନେକର, ବିକ୍ରାନ୍ତ ମାସେଙ୍କ ପରି ଅନେକ କଳାକାର ୟାମିଙ୍କ ସେହି ପୋଷ୍ଟରେ ଅଭିନନ୍ଦନ ଜଣାଇଥିବାର ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *