ଫୁଡିଜ୍ ଭିଲ୍ଲା ସ୍ୱତନ୍ତ୍ର- ଭେଣ୍ଡି ମସଲା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:

ଆବଶ୍ୟକ ସାମଗ୍ରୀ:

ଗୋଟା ଭେଣ୍ଡି, ଲୁଣ, ସିଝା ଆଳୁ, ଲଙ୍କା ଗୁଣ୍ଡ, ପିଆଜ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା ଗୁଣ୍ଡ, ହେଙ୍ଗୁ, ବେସନ, ତେଲ

ପ୍ରଣାଳୀ
ପ୍ରଥମେ ବେସନକୁ ବିନା ତେଲରେ କଡ଼େଇ ଟିକେ କଲର ଚେଞ୍ଜ ହେବା ଯାଏ ଆଉ କଞ୍ଚା ବାସ୍ନା ଯିବା ଯାଏ ଭାଜି ଦିଅନ୍ତୁ। ଏହାପରେ ଭେଣ୍ଡିକୁ ପାଣିରେ ଭଲ ଭାବେ ଧୋଇଦିଅନ୍ତୁ, ଆଉ ସେଥିରୁ ପାଣିକୁ ଭଲ ଭାବରେ ପୋଛି ଦିଅନ୍ତୁ। ଏହାପରେ ଭେଣ୍ଡିକୁ କାଟି ଦିଅନ୍ତୁ।ପିଆଜ ମଧ୍ୟ୍ୟ ଛୋଟ ଛୋଟ ଆକାରରେ କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ ସିଝା ଆଳୁରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ, ସେଥିରେ କଟା ପିଆଜକୁ ପକାନ୍ତୁ। ଆବଶ୍ୟକ ଅନୁଯାୟୀ ଲଙ୍କା ଗୁଣ୍ଡ ପକାନ୍ତୁ। ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା ଗୁଣ୍ଡ ଆଉ ଅଧା ଚାମଚ ହେଙ୍ଗୁ ପକେଇ ତାକୁ ଭଲ ଭାବରେ ଚକଟି ଦିଅନ୍ତୁ। ଏବେ ସେଥିରେ ଭଜା ବେସନକୁ ମିଶାନ୍ତୁ। ମସଲାରେ ବେସନ ଦେବା ଦ୍ଵାରା ଭେଣ୍ଡି ଭିତରୁ କିଛି ମସଲା ବାହାରକୁ ବାହାରିବନି। ବର୍ତ୍ତମାନ ସବୁ ମସଲାକୁ ଭେଣ୍ଡି ଭିତରେ ଭଲ ଭାବେ ଭରିଦେବା। ଏହାପରେ କଡ଼େଇରେ ଆବଶ୍ୟକ ଅନୁସାରେ ତେଲ ପକାନ୍ତୁ ଓ ତାକୁ ଗରମ କରନ୍ତୁ। ସେଥିରେ କିଛି ସୋରିଷ ପକାନ୍ତୁ ଆଉ ତାକୁ ଫୁଟିବାକୁ ଦିଅନ୍ତୁ। ବର୍ତ୍ତମାନ ଭେଣ୍ଡିକୁ କଡେଇରେରେ ପକାନ୍ତୁ ଆଉ ତାକୁ ଘୋଡେଇ ଦିଅନ୍ତୁ। ମଧ୍ୟମ ଆଞ୍ଚରେ ତାକୁ ୩ ରୁ ୪ ମିନିଟ ସମୟ ହେବାକୁ ଦିଅନ୍ତୁ। ୩ କି ୪ ମିନିଟ ପରେ ଏବେ ଭେଣ୍ଡି ଓଲଟାଇ ଦିଅନ୍ତୁ। ଏହାପରେ ଆପଣଙ୍କ ଭେଣ୍ଡି ମସଲା ପ୍ରସ୍ତୁତ ହୋଇଯାଇଥିବ।

Leave a Reply

Your email address will not be published. Required fields are marked *