କରୋନାକୁ ହରେଇଲା ମାସକର ଶିଶୁ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ଅନେକ ହୃଦୟସ୍ପର୍ଶୀ ଖବର ଦେଖିବାକୁ ମିଳୁଛି । କେତେକ ଜାଗାରେ କରୋନାରେ କିଛି ଲୋକ ଜୀବନର ଯୁଦ୍ଧରେ ହାରୁଥିବା ବେଳେ କିଛି ଚମତ୍କାର ଖବର ମଧ୍ୟ ଦେଖିବାକୁ ମିଳୁଛି। ନିକଟରେ ଓଡ଼ିଶାରେ ସେମିତି ଏକ ଘଟଣା ନଜରକୁ ଆସିଛି। ରାଜ୍ୟରେ କରୋନା ସଂକ୍ରମଣରେ ପୀଡ଼ିତ ଏକ ମାସର ନବଜାତ  ଲୋକଙ୍କୁ ଖୁସି କରିଛି। ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏକ ନବଜାତ ଶିଶୁ କନ୍ୟା ୧୦ ଦିନ ମଧ୍ୟରେ କରୋନା ଭାଇରସକୁ ପରାସ୍ତ କରିଛି । ଏହି ନିରୀହ ଶିଶୁକୁ ଭେଣ୍ଟିଲେଟରରେ ୧୦ ଦିନ ରଖାଯାଇଥିଲା ।

ସୂଚନାନୁସାରେ, ଏହି ଶିଶୁ କରୋନା ଭାଇରସକୁ ପରାସ୍ତ କରି ଦେଶର ସବୁଠାରୁ ଛୋଟ କରୋନା ୱାରିଅର୍ ହୋଇପାରିଛନ୍ତି । ଶିଶୁଟି ଜନ୍ମର ମାତ୍ର ଦୁଇ ସପ୍ତାହ ପରେ କରୋନା ସଂକ୍ରମିତ ହୋଇଥିଲେ । ଶିଶୁଟିର ଘର କଳାହାଣ୍ଡି ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ୱରର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏଠାରେ ଏକ ଘରୋଇ ଡାକ୍ତରଖାନାରେ ନବଜାତ ଶିଶୁଟିକୁ ICU ଭେଣ୍ଟିଲେଟରରେ ୧୦ ଦିନ ରଖାଯାଇଥିଲା। ଶିଶୁଟିକୁ ଚିକିତ୍ସା କରୁଥିବା ଡକ୍ଟର ଅରିଜିତ ମହାପାତ୍ରଙ୍କ ଅନୁଯାୟୀ, ଶିଶୁ କନ୍ୟାଟି ରେମଡେସିଭିର, ଷ୍ଟେରୟେଡ ଏବଂ ବିଭିନ୍ନ ପ୍ରକାରର ଆଣ୍ଟିବାୟୋଟିକ୍ ଦେଇ ଚିକିତ୍ସା କରାଯାଇଥିଲା । ପ୍ରାୟ ତିନି ସପ୍ତାହ ଧରି ଶିଶୁଟିର ସମାନ ଚିକିତ୍ସା କରାଯାଇଥିଲା । ବର୍ତ୍ତମାନ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛି । ସେ କହିଛନ୍ତି ଯେ, ଏହା ଏକ ଚମତ୍କାର ଠାରୁ କମ୍ ନୁହେଁ ।

Leave a Reply

Your email address will not be published. Required fields are marked *