ବିନା ପିଆଜ-ରସୁଣରେ ତିଆରି କରନ୍ତୁ ଆଳୁ-ପନିର୍ କୋଫତା

ବିନା ପିଆଜ-ରସୁଣରେ ତିଆରି କରନ୍ତୁ ଆଳୁ-ପନିର୍ କୋଫତା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଏବେ ପିତୃପକ୍ଷ ଚାଲିଛି। ଏହି ସମୟରେ, ଲୋକମାନେ ପୂର୍ବପୁରୁଷଙ୍କ ଆଶୀର୍ବାଦ ପାଇବା ପାଇଁ ଶୁଦ୍ଧ, ସାତ୍ୱିକ ଭୋଜନ କରନ୍ତି। ଏହି ସମୟରେ ଖାଦ୍ୟରେ ରସୁଣ-ପିଆଜ ବ୍ୟବହାର କରାଯାଏନି। ତେବେ ବିନା ରସୁଣ-ପିଆଜରେ କିପରି ସ୍ଵାଦିଷ୍ଟ ଖାଦ୍ୟ ରୋଷେଇ କରିବେ ଅନେକ ଲୋକ ସେଇ ଚିନ୍ତାରେ ପଡ଼ି ଯାଇଥାନ୍ତି। ତେବେ ଏଭଳି ସ୍ଥିତିରେ ଆପଣ ଆଳୁ-ପନିର୍ କୋଫତା ତିଆରି କରିପାରିବେ। ତେବେ କିପରି ତିଆରି କରିବେ ଆମେ ଜଣାଉଛୁ …

ଆବଶ୍ୟକ ସାମଗ୍ରୀ:
ଆଳୁ – ୨ ଟା
ପାନେର୍ ଗ୍ରେଡ୍ – ୧୦୦ ଗ୍ରାମ
ଖୁଆ – ୨ ବଡ ଚାମଚ
ମଇଦା -୨ ଚାମଚ
ଗୋଲମରିଚ ଗୁଣ୍ଡ – ଅଧ ଚାମଚ
ଲଙ୍କା ଗୁଣ୍ଡ – ୧ ଚାମଚ
କଞ୍ଚା ଲଙ୍କା କଟା – ୨ଟା

ଧନିଆ ପତ୍ର – ଛୋଟ କଟା
ଡ୍ରାୟେ ଫ୍ରୁଟ୍ – ଆବଶ୍ୟକତା ଅନୁଯାୟୀ
ଘିଅ – ଆବଶ୍ୟକତା ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ:
ଏକ ପାତ୍ରରେ ଆଳୁ, ପନିର, ଗୋଲ ମରିଚ ଏବଂ ଲଙ୍କା ଗୁଣ୍ଡ ମିଶାନ୍ତୁ । ବର୍ତ୍ତମାନ ଏଥିରେ କଞ୍ଚା ଲଙ୍କା, ଘିଅ, ଧନିଆ ଏବଂ ମଇଦା ମିଶାନ୍ତୁ । ମିଶ୍ରଣରେ ଡ୍ରାୟେ ଫ୍ରୁଟ୍ ଭରି କୋଫତା ଛୋଟ ଛୋଟ ଗୋଲ କରି ପ୍ରସ୍ତୁତ କରନ୍ତୁ । ଏବେ ଏକ ପ୍ୟାନରେ ଘିଅକୁ ଗରମ କରନ୍ତୁ ଏବଂ କୋଫତାକୁ ମଧ୍ୟମ ଆଞ୍ଚରେ ଫ୍ରାୟେ କରନ୍ତୁ। ଏବେ ପ୍ଲେଟରେ ବାହାର କରି ଚଟନି ସହିତ ପରିବେଷଣ କରନ୍ତୁ। ଆପଣ ଏହାକୁ ଉଭୟ ଭାତ ଓ ରୁଟି ସହିତ ଖାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: