ମୂଷା ତିଆରି କରିଥିବା ପେଣ୍ଟିଂର ଦାମ୍ ୯୨ ହଜାର!

ମୂଷା ତିଆରି କରିଥିବା ପେଣ୍ଟିଂର ଦାମ୍ ୯୨ ହଜାର!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୁନ୍ଦର ଚିତ୍ର ବା ପେଣ୍ଟିଂ ହଜାର ହଜାର ଟଙ୍କାରେ ବିକ୍ରି ହେବା କୌଣସି ନୂଆ କଥା ନୁହେଁ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ମୂଷା ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ହଜାର ହଜାର ଟଙ୍କାରେ ବିକ୍ରି ହେବାର? ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ, କିନ୍ତୁ କଥାଟା ସମ୍ପୂର୍ଣ୍ଣ ସତ୍ୟ ଅଟେ। ଗୋଟିଏ ମୂଷା ଏପରି ଏକ ପେଣ୍ଟିଂ କରିଥିଲା ​​ଯେ ଯାହାର ଦାମ ୧୦୦୦ ପାଉଣ୍ଡରେ ଅର୍ଥାତ୍ ପ୍ରାୟ ୯୨ ହଜାର ଟଙ୍କାରେ ବିକ୍ରି ହୋଇଥିଲା।ସୋସିଆଲ ମିଡିଆରେ ଏହି ଚିତ୍ରର ବେଶ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।
ଏହି ମୂଷାର କାରନାମା ଶୁଣି ଯେ କେହିବି ଚକିତ ହେଉଛନ୍ତି। ସେହି ବହୁମୁଖୀ ମୂଷାର ନାମ ହେଉଛି ଗୁସ୍। ଗୁସ୍ ତାର ଛୋଟ ପାଦରେ ଏହି ପେଣ୍ଟିଂ କରିଥିଲେ। ତାର ଚିତ୍ରଗୁଡ଼ିକ ସମଗ୍ର ବିଶ୍ୱରେ ବିକ୍ରି ହୁଏ। ନିକଟରେ ଗୁସ୍ ତିଆରି କରିଥିବା ଚିତ୍ର ୧୦୦୦ ପାଉଣ୍ଡରୁ ଅଧିକ ଅର୍ଥାତ୍ ୯୨,୦୦୦ ଟଙ୍କାରେ ବିକ୍ରି ହୋଇଥିଲା। ଗୁସ୍ ପ୍ରଥମେ ତାର କଳା ସେତେବେଳେ ପଦାକୁ ଆସିଥିଲା ଯେତେବେଳେ ତାର ମାଲିକ ଜେସ୍ ଇନ୍ଦୁସଥ ତାଙ୍କୁ ଆର୍ଟ ଆଣ୍ଡ କ୍ରାଫ୍ଟ ସେଟ୍ ରେ ମୁକ୍ତ କରି ଦେଇଥିଲେ।
ମଞ୍ଚେଷ୍ଟରର ଜଣେ ୧୯ ବର୍ଷ ବୟସ୍କ ଯୁବକ ଏହି ମୂଷାଟି କୁ କିଛି ପେପରରେ ପେଣ୍ଟ ରଙ୍ଗ ଦେଇ ରଖିଥିଲେ ଏବଂ ଫଳାଫଳ ଦେଖି ଆନନ୍ଦିତ ହୋଇଥିଲେ। ତା’ପରେ ମୂଷାର ପ୍ରତିଭାକୁ ବୃଦ୍ଧି କରିବା ପାଇଁ ଜେସ୍ ଇଣ୍ଡୁସେଥ୍ ରାସାୟନିକ ମୁକ୍ତ ରଙ୍ଗ ଏବଂ ମିନି କାନଭାସ କିଣିଥିଲେ। ଗୁସ୍ ଏହା ଉପରେ ନିଜର ଯାଦୁକରି କାମ କରିବା ଆରମ୍ଭ କରିଥିଲା । ଗୁସଙ୍କ ବ୍ୟତୀତ ଜେସଙ୍କର ଅନ୍ୟ ଚାରିଟି ମୂଷା ଅଛି।
ସେ ଗୁସ୍ ମୂଷାର କଳାକୃତିକୁ ଅନଲାଇନରେ ବିକ୍ରୟ ପାଇଁ ରଖିଥିଲେ। ଏହା ପରେ ସେ ଅନେକ ଅର୍ଡ ପାଇଥିଲେ। ଜେସ୍ ଇନ୍ଦୁସଥ ଏକ ପେଣ୍ଟି ପାଇଁ ୨୦ ପାଉଣ୍ଡ ପାଇଥିଲେ ଏବଂ ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆର ଗ୍ରାହକ ମଧ୍ୟ ସେହି ପେଣ୍ଟିଂ କିଣି ଥିଲେ। ସୋସିଆଲ ମିଡିଆରେ ଗୁସର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ସେ ତାଙ୍କ କାମ ଅର୍ଥାତ୍ ପେଣ୍ଟିଂ କରୁଥିବା ଦେଖାଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: