ରଣବୀର କପୁରଙ୍କୁ କାହିଁକି ଦୀପିକା କହିଥିଲେ ଧୋକାବାଜ ?

ରଣବୀର କପୁରଙ୍କୁ କାହିଁକି ଦୀପିକା କହିଥିଲେ ଧୋକାବାଜ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସମସ୍ତଙ୍କୁ ଜଣା ଯେ ବଲିଉଡ ଷ୍ଟାର ରଣବୀର କପୁର ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଏବଂ ପରେ କ୍ୟାଟ୍ରିନା କୈଫଙ୍କ ସହ ରିଲେସନରେ ଥିଲେ ରଣବୀର। କିନ୍ତୁ ଏବେ ତାଙ୍କୁ ମଧ୍ୟ ଛାଡ଼ି ଆଲିଆ ଭଟ୍ଟଙ୍କ ସହ ରହିଥିବାର ଚର୍ଚ୍ଚା ହେଉଛି। ତେବେ ଦୀପିକାଙ୍କୁ ଦୀର୍ଘ ସମୟ ଧରି ଡେଟ କରିବା ସତ୍ତ୍ଵେ ସେମାନଙ୍କ ସମ୍ପର୍କରେ ଏପରି କିଛି ଘଟିଥିଲା ​​ଯାହାକି ସେମାନଙ୍କୁ ସବୁଦିନ ପାଇଁ ଅଲଗା କରି ଦେଇଥିଲା।
ତେବେ ରଣବୀରଙ୍କ ସହ ବ୍ରେକଅପ୍ ପରେ ଦୀପିକା ପୁରାପୁରି ଭାଙ୍ଗି ପଡ଼ିଥିଲେ ଓ ଡିପ୍ରେଶନକୁ ଚାଲି ଯାଇଥିଲେ। ଏକ ସାକ୍ଷାତକାରରେ ଦୀପିକା ପାଦୁକୋନ୍ ରଣବୀର ଏଵଂ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି କହିଥିଲେ। ସେ ଏହି ସାକ୍ଷାତକାରରେ କ୍ୟାମେରା ଆଗରେ କାନ୍ଦି ପକାଇଥିଲେ। ଅଭିନେତ୍ରୀ ଜଣାଇଥିଲେ ଯେ ତାଙ୍କ ଆଖପାଖର ଲୋକମାନେ ତାଙ୍କୁ କହିଥିଲେ ଯେ ରଣବୀର ତାଙ୍କୁ ପ୍ରତାରଣା କରୁଛନ୍ତି। ତେବେ ସେହି ସବୁ କଥାକୁ ଅଣଦେଖା କରି ଦୀପିକା ରଣବୀରଙ୍କୁ ଦ୍ୱିତୀୟ ସୁଯୋଗ ଦେବା ଉଚିତ୍ ମନେ କରିଥିଲେ। କିନ୍ତୁ ଏହା ପରେ, ତାହା ଘଟିଲା ଯାହା ରଣବୀର କି ଦୀପିକା କେହି କେବେ ଆଶା କରି ନଥିବେ, ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଦୀପିକା ଥରେ ନିଜେ ତାଙ୍କୁ ରଣବୀ ଠକୁଥିବାର ପ୍ରମାଣ ପାଇଥିଲେ। ଏହି ଘଟଣା ପରେ ରଣବୀର ଏବଂ ଦୀପିକାଙ୍କର ବ୍ରେକଅପ୍ ହୋଇଥିଲା। ଏହି ସମୟରେ ସେ ତାଙ୍କୁ ରାଗି ଧୋକାବାଜ କହିଥିଲେ। ତେବେ, ଆସନ୍ତୁ ଆପଣଙ୍କୁ କହିବା ଯେ ବ୍ରେକଅପ୍ ସତ୍ତ୍ଵେ ରଣବୀର କପୁର ଏବଂ ଦୀପିକା ପାଦୁକୋନ୍ ଭଲ ବନ୍ଧୁ ଅଟନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: