ବିକ୍ରି ହେବ ଦୁନିଆର ସବୁଠୁ ଛୋଟ ଘର

ବିକ୍ରି ହେବ ଦୁନିଆର ସବୁଠୁ ଛୋଟ ଘର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସହରରେ କମ୍ ଟଙ୍କାରେ ନିଜର ଗୋଟେ ଘର କିଣିବାକୁ ଚାହୁଁଛନ୍ତି କି? ଏହି ସୁବିଧା ଆପଣଙ୍କ ହାତ ପାହାନ୍ତାରେ ପହଁଚିଛି। କ୍ରେଗଲିଷ୍ଟ ନାମକ ୱେବ ସାଇଟରେ ପୋଷ୍ଟ ହୋଇଥିବା କାନାଡାର ଭାନକୋଭରରେ ଅବସ୍ଥିତ ଏକ ଫ୍ଲାଟର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହା ଏକ ଛୋଟ ଷ୍ଟୁଡିଓ ଫ୍ଲାଟ, ଯାହାର ମାସିକ ଭଡା ୩୯୮ ପାଉଣ୍ଡ ଅର୍ଥାତ୍ ୪୧,୦୩୦ ଭାରତୀୟ ଟଙ୍କା। ୧୬୦ ବର୍ଗଫୁଟର ଏହି ଷ୍ଟୁଡିଓ ଫ୍ଲାଟରେ ଗୋଟିଏ କୋଠରୀରେ ରୋଷେଇ ଘର, ୱାଶରୁମ୍, ଷ୍ଟୋରେଜ୍ ଏବଂ ବେଡ୍ ରହିଛି।
ଏହି ସୁସଜ୍ଜିତ ଷ୍ଟୁଡିଓରେ ଏକ ମିନି ବାର୍ ଫ୍ରିଜ୍ ଏବଂ ରୋଷେଇ ପାଇଁ ହଟ୍ ପ୍ଲେଟ୍ ମଧ୍ୟ ଅଛି। ଏହି ଘରେ ରହୁଥିବା ଲୋକ ଯଦି ଶୌଚାଳୟ କିମ୍ବା ରୋଷେଇ ଘରେ କିଛି କାମ କରିବାକୁ ଚାହାନ୍ତି ତେବେ ସେଥି ପାଇଁ ତାଙ୍କୁ କୋଠରୀ ଛାଡିବା ଆବଶ୍ୟକ ହେବନି, ସେ ସେଇଠି ବସି ସବୁ କିଛି କରି ପାରିବେ।
ଏହି ମିନି ଫ୍ଲାଟରେ ଏକ ବହୁତ ବଡ଼ ଝରକା ଅଛି, ଯାହାର କବାଟ ଡାଇନିଂ ଟେବୁଲରେ ପରିଣତ ହୋଇପାରେ। କିମ୍ବା ଏଠାରେ ରହୁଥିବା ଲୋକ ତାଙ୍କ ବିଛଣା କିମ୍ବା ସିଂକ ଉପରେ ଖାଇପାରିବେ। କ୍ରେଗଲିଷ୍ଟ ବିଜ୍ଞାପନ ଅନୁଯାୟୀ, ଏହି ଫ୍ଲାଟ ଜଣେ ବ୍ୟକ୍ତିଙ୍କ ପାଇଁ ଉପଯୁକ୍ତ, ଯିଏ ସହରରେ ଅତି ସୁଲଭ ମୂଲ୍ୟରେ ରହିବାକୁ ଚାହୁଁଥିବେ ଏବଂ ଯିଏ ଅଧିକ ସ୍ଥାନ ଆବଶ୍ୟକ କରୁନଥିବେ ତାଙ୍କ ପାଇଁ । ଏଥିସହ ବିଜ୍ଞାପନରେ ଆହୁରି ମଧ୍ୟ କୁହାଯାଇଛି ଯେ ରୁମକୁ ନବୀକରଣ କରାଯାଇଛି ଏବଂ ଏଥିରେ ପ୍ରୋକ୍ଲିଂ ଚଟାଣ ଏବଂ ଗ୍ରାନାଇଟ୍ ୱର୍କଟପ୍ ଅଛି। ତେବେ ଲୋକମାନେ ସୋସିଆଲ ମିଡିଆରେ ଏହି ଫ୍ଲାଟକୁ ବେଶ ଉପହାସ କରିବା ସହ ମେମେ ପୋଷ୍ଟ କରିଥିଲେ। ଯାହା ପରେ ଏହାର ବିଜ୍ଞାପନ ଉକ୍ତ ସାଇଟରୁ ହଟେଇ ଦିଆଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: