ଦେଶରେ ମାଡିଚାଲିଛି ଓମିକ୍ରନ୍

ଦେଶରେ ମାଡିଚାଲିଛି ଓମିକ୍ରନ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦେଶରେ ଚିନ୍ତା ବଢାଉଛି ଓମିକ୍ରନ୍ । ଘଣ୍ଟାକୁ ଘଣ୍ଟା ବଢିଚାଲିଛି ଏହି ସଂକ୍ରମିତଙ୍କ ସଂଖ୍ୟା । ତେବେ ଦିଲ୍ଲୀରେ ସବୁଠୁ ଅଧିକ ଓମିକ୍ରନ୍ ସ୍ରଂକମିତ ଥିବା ରିପୋର୍ଟରୁ ଜଣାପଡିଛି । ସାରା ଦେଶରେ ଏଯାଏଁ ୭୮୨ ଜଣ ଓମିକ୍ରନ୍ ଅକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିମଧ୍ୟରୁ କେବଳ ଦିଲ୍ଲୀରେ ଅଛନ୍ତି ୨୩୮ଜଣ ଓମିକ୍ରନ୍ ସଂକ୍ରମିତ ।

ଏହାପରେ ମହାରାଷ୍ଟ୍ରରେ ୧୬୭ଜଣ ଓମିକ୍ରନ୍ ଚିହ୍ନଟ ହୋଇଛନ୍ତି । ଗୁଜୁରାଟ ଓ କେରଳରେ ଯଥାକ୍ରମେ ୭୩ ଓ ୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ସଂକ୍ରମିତ ମୋଟ ୭୮୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥ ହୋଇସାରିଲେଣି ୨୪୧ ଜଣ ।

ଓମିକ୍ରନର ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅଧିକାଂଶ ରାଜ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି । ଅନେକ ସ୍ଥାନରେ ରାତ୍ରୀ କର୍ଫ୍ୟୁ ଜାରି ହୋଇଛି । ଏଯାଏଁ ଦେଶରେ ଟିକାକରରଣ ଜୋରସୋରରେ ଚାଲିଥିବାବେଳେ ପିଲାମାନଙ୍କୁ ଟିକାକରରଣ ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଏଯାଏଁ କୌଣସି ପିଲାଙ୍କୁ ଟିକା ଦିଆଯାଇନଥିଲେ ବି ଯଦି କୌଣସି ଆପାତକାଳୀନ ସ୍ଥିତି ସୃଷ୍ଟି ହୁଏ ତେବେ କୋର୍ବିଭାକ୍ସ ଓ କୋଭୋଭାକ୍ସ କୋଭିଡ ଟିକା ସହ ଆଣ୍ଟି ଭାଇରାଲ ଡ୍ରଗ୍ ଭାବେ ମୋଲନୁପିରାଭିର୍ କୁ ପିଲାମାନଙ୍କୁ ଦିଆଯାଇପାରିବ ।

ଦିଲ୍ଲୀରେ ଓମିକ୍ରନ୍ ସଂଖ୍ୟା ଅନ୍ୟ ରାଜ୍ୟ ମାନଙ୍କ ଠାରୁ ଅଧିକ ଥିବାରୁ ଏଠାରେ ଲେଭଲ-୧ସ୍ତରୀୟ ଆଲର୍ଟ ଜାରି କରିଛନ୍ତି ଦିଲ୍ଲୀ ସରକାର । ଏହାସହ ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ପରୀକ୍ଷା କରାଯିବା ସହ ବିମାନ ବନ୍ଦର ପାଖରେ ଥିବା ହୋଟେଲରେ ହିଁ ଏମାନକୁ ସଙ୍ଗରୋଧରେ ରଖାଯିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: