ଓମିକ୍ରିନ ସଂଖ୍ୟା ବଢ଼ିଲାଣି: ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ !

ଓମିକ୍ରିନ ସଂଖ୍ୟା ବଢ଼ିଲାଣି: ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ !

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଜାନୁଆରୀ ୩ରୁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ । କରୋନା କାରଣରୁ ବନ୍ଦ ପଡିଥିବା ସ୍କୁଲକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ କିନ୍ତୁ ଯେଉଁ ଖବର ସାମ୍ନାକୁ ଆସିଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇ ଦେଇପାରନ୍ତି ।  

ପୁର୍ବର ସ୍ଥିତି କୁ ଦେଖି ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥିଲେ।ସେତେବେଳେ ଓମିକ୍ରିନ ଆସିନଥିଲା କି ସଂକ୍ରମିତ ସଂଖ୍ୟା ବଢିନଥିଲା। ଏବେ ସଂଖ୍ୟା ବଢିଲାଣି ନିଷ୍ପତ୍ତି ବଦଳିପାରେ ବୋଲି କହିଛନ୍ତି ଡିଏମ ଇଟି ଡାକ୍ତର ରମାରମଣ ମହାନ୍ତି ।

ଜାନୁଆରୀ ପ୍ରଥମ ସପ୍ତାହରେ ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର(ଫଟୋ ସୌଜନ୍ୟ: ୟୁଟ୍ୟୁବ )

ଏହା ପୂର୍ବରୁ ସରକାର କହିଥିଲେ  ଯେ, ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବା ପରେ ମଧ୍ୟ ଅନଲାଇନରେ କ୍ଲାସ୍ ଜାରି ରହିବ । ଯେଉଁ ପିଲାମାନେ ସ୍କୁଲ ଆସିବାକୁ ଚାହିଁବେନି, ସେମାନେ ଅନଲାଇନ୍ ସାହାର୍ଯ୍ୟରେ ମଧ୍ୟ ପାଠପଢା ଜାରି ରଖିପାରିବେ । ତେବେ କଣ୍ଟେନମେଣ୍ଟ ଜୋନ୍ ଅଂଚଳରେ ଥିବା ସ୍କୁଲ ଗୁଡିକ ଖୋଲିବ ନାହିଁ ।

କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି ରହିଛି । ତା ସହିତ ସ୍କଲୁକୁ ପ୍ରତିଦିନ ସଫା ରଖିବା, ସ୍କୁଲ ଆସବାବ ପତ୍ର ସଫା ଏବଂ ପାଣିଟାଙ୍କିକୁ ମଧ୍ୟ ସଫା ରଖିବାକୁ ଏସଓପିରେ ଉଲ୍ଲେଖ କରାଯାଇଛି । ତତ୍ ସହିତ ସ୍କୁଲରେ ହ୍ୟାଣ୍ଡୱାଶ ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ କୁହାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: