କେବଳ ଦହି ଓ ଆଳୁରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ତରକାରୀ

କେବଳ ଦହି ଓ ଆଳୁରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ତରକାରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆପଣଙ୍କ ଘରେ କିଛି ପରିବା ଥାଉକି ନଥାଉ ଆଳୁ ନିହାତି ଥିବ। ତେବେ ଖାଲି ଆଳୁ ଥିଲେ ବି ସେଥିରେ କଣ ତରକାରୀ କରିବେ ତାକୁ ନେଇ ଅନେକ ଚିନ୍ତିତ ହୋଇ ଯାଇଥାନ୍ତି। କିନ୍ତୁ ଯଦି ଆପଣଙ୍କ ଘରେ ଖାଲି ଆଳୁ ଅଛି ସେଥିରେ ଦହି ମିଶାଇ ତିଆରି କରନ୍ତୁ ସ୍ଵାଦିଷ୍ଟ ଦହି ଆଳୁ କରି । ଦହି ଆଳୁ କରି ପ୍ରସ୍ତୁତ କରିବା ଯେତିକି ସହଜ ଏହାର ସ୍ଵାଦ ମଧ୍ୟ ମନୋଲୋଭା। ତେବେ ଚାଲନ୍ତୁ ଜାଣିବା କିପରି କରିବେ ଦହି ଆଳୁ କରି।

ଆବଶ୍ୟକୀୟ ସାମଗ୍ରୀ- ଦୁଇଟି ବଡ ସିଝା ଆଳୁ, ୨ ରୁ ୩ଟି କଞ୍ଚାଲଙ୍କା, ୧୦୦ଗ୍ରାମ ବସାଦହି, ୧ଚାମଚ ଜୀରା, ଅଳ୍ପ ହିଙ୍ଗୁ, ୩ଟି ତେଜପତ୍ର, ଲୁଣ ସ୍ୱାଦ ଅନୁସାରେ, ୧ଚାମଚ ଲଙ୍କାଗୁଣ୍ଡ, ଅଧ ଚାମଚ ହଳଦୀ ଗୁଣ୍ଡ, ୧ଚାମଚ ଧନିଆ ଗୁଣ୍ଡ, ଗରମ ମସଲା ୧ ଚାମଚ, ତେଲ, ଧନିଆ ପତ୍ର ଅଳ୍ପ ।

ପ୍ରସ୍ତୁତ ପ୍ରଣାଳୀ – ପ୍ରଥମେ ଦହିକୁ ପାଣି ମିସାଇ ଭଲ ଭାବରେ ଗୋଳାନ୍ତୁ । ଏବେ ଏକ କଡାଇ ବସାଇ ତେଲ ଗରମ କରନ୍ତୁ ସେଥିରେ ଜିରା ଓ ତେଜପତ୍ର ପକାଇ ଫୁଟାନ୍ତୁ । ଏହାପରେ ବାକି ମସଲା କଞ୍ଚାଲଙ୍କା ପକାଇ ଗୋଳାଇ ଦିଅନ୍ତୁ। ମସଲା ଭଲ ଭାବରେ ଭାଜି ହୋଇ ଗଲା ପରେ ସେଥିରେ ଦହି ପକାଇ ଫେଣ୍ଟି ଦିଅନ୍ତୁ । ଧ୍ୟାନ ଦିଅନ୍ତୁ ଦହି ଯେପରି ଫାଟି ନଯାଏ । ଦହି ଭଲ ଭାବରେ ଘାଣ୍ଟି ହେବା ପରେ ସିଝା ଆଳୁ ପକାଇ ମଧ୍ୟମ ଆଂଚରେ ସିଝାନ୍ତୁ । ପାଖାପାଖି ୫ମିନିଟ୍ ସିଝାଇବା ପରେ ଆପଣଙ୍କ ଦହି ମିଶ୍ରଣ ବହଳିଆ ହୋଇଯିବ । ଏହାପରେ ଗ୍ୟାସ୍ ବନ୍ଦ କରି ସେଥିରେ ଧନିଆ ପତ୍ର ପକାନ୍ତୁ। ଓହ୍ଲାଇ ଆଣନ୍ତୁ ଓ ଗରମ ଗରମ ପ୍ଲେଟରେ ପରଷି ଦିଅନ୍ତୁ ଦହି ଆଳୁ କରି। ଆପଣ ଏହାକୁ ଭାତ,ରୁଟି,ପରଟା, ଚକୁଳି ସହ ଖାଇ ପାରିବେ। ଆପଣ ଏହାକୁ ମଶାଲ କସିବା ପରେ ଦହି ନପକାଇ ଆଳୁକୁ ସେଥିରେ ପକାଇ ଭାଜି ପରେ ଦହି ପକେଇ ଅଳ୍ପ ଫୁଟାଇଲେ ମଧ୍ୟ ଚଳିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: