ପ୍ରେମିକ ଖୋଜୁଛନ୍ତି ୫୭ ବର୍ଷୀୟ ମହିଳା

ପ୍ରେମିକ ଖୋଜୁଛନ୍ତି ୫୭ ବର୍ଷୀୟ ମହିଳା

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରେମ ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ନଥାଏ, ଆପଣ ନିଶ୍ଚିତ ଭାବରେ ଏହା ଶୁଣିଥିବେ ଏବଂ ଏହାର କେତେକ ଉଦାହରଣ ମଧ୍ୟ ଦେଖିଥିବେ। ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ୫୦-୬୦ ବର୍ଷ ବୟସ ଅତିକ୍ରମ କରିବା ପରେ ମଧ୍ୟ ବିବାହ କରିଛନ୍ତି। ତେବେ ଏପରି କିଛି ଲୋକ ପ୍ରାପ୍ତ ବୟସରେ ମଧ୍ୟ ପ୍ରେମ ଖୋଜୁଥିବା ଦେଖାଯାଏ। ଆପଣ ନିଶ୍ଚୟ ଏପରି ଅନେକ ମାମଲା ଦେଖିଥିବେ, ଯେଉଁଥିରେ ଲୋକମାନେ ନିଜଠାରୁ ସାନ ମହିଳାଙ୍କୁ ଡେଟ୍ କରୁଥାନ୍ତି, କେହି କେହି ନିଜଠାରୁ ଢେର ଅଧିକ ସାନ ପୁଅଙ୍କୁ ମଧ୍ୟ ବିବାହ କରିବାର ନଜିର ରହିଛି। କିନ୍ତୁ ଆଜିକାଲି ଜଣେ ମହିଳାଙ୍କ ବିଷୟରେ ଅନେକ ଆଲୋଚନା ହେଉଛି, ଯେଉଁ ବୟସରେ ନାତିନାତୁଣୀମାନଙ୍କୁ ଖେଲେଇବା କଥା ସେହି ବୟସରେ ସେ ପ୍ରେମିକ ଖୋଜୁଛନ୍ତି । କେବଳ ଏତିକି ନୁହେଁ, ପ୍ରେମିକା ଖୋଜିବା ପାଇଁ ମହିଳା ଏକ ‘ଚୁକ୍ତି’ ମଧ୍ୟ କରିଛନ୍ତି। ଆପଣ ଏହାକୁ ଅଦ୍ଭୁତ ମନେ କରିପାରନ୍ତି, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ଅଟେ।

ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆପଣ ଅନେକ ଲୋକଙ୍କୁ ସାଥୀ ଖୋଜୁଥିବା ନିଶ୍ଚୟ ଦେଖିଥିବେ, କିନ୍ତୁ ଆପଣ କ୍ୱଚିତ୍ ଶୁଣିଥିବେ ଯେ ଲକ୍ଷ ଲକ୍ଷ ଟଙ୍କା ଦେଇ ପ୍ରେମିକ ଖୋଜିବା ଭଳି । ପ୍ରେମିକ ଖୋଜୁଥିବା ଏହି ମହିଳାଙ୍କ ନାମ ହେଉଛି ଇସାବେେଲା ଏର୍ପିନୋ। ୫୭ ବର୍ଷୀୟ ଇସାବେେଲା ଲଣ୍ଡନର ଇଷ୍ଟକୋଟର ବାସିନ୍ଦା।ଇସାବେେଲା ୩ ଟି ସନ୍ତାନର ମା ମଧ୍ୟ। ରିପୋର୍ଟ ଅନୁଯାୟୀ, ତିନି ସନ୍ତାନର ମାତା ଇସାବେେଲା ୨୩ ବର୍ଷ ଧରି ବିବାହ କରିଥିଲେ, କିନ୍ତୁ ଯେତେବେଳେ ତାଙ୍କ ବିବାହ ଭାଙ୍ଗିଗଲା ସେତେବେଳେ ସେ ଏକାକୀ ଅନୁଭବ କରୁଛନ୍ତି। ବିବାହ ବିଚ୍ଛେଦ ପରେ ସେ ଏକା ଏକା ୪ ବର୍ଷ ବିତାଇଲେଣି, କିନ୍ତୁ ଏହା ପରେ ସେ ଡେଟିଂ ଆପରେ ନିଜ ପାଇଁ ପ୍ରେମ ଖୋଜିବା ଆରମ୍ଭ କଲେ, କିନ୍ତୁ ବୋଧହୁଏ ବୃଦ୍ଧାବସ୍ଥା ହେତୁ ସେ କୌଣସି ସାଥୀ ପାଇଲେ ନାହିଁ। ଏହି ସମୟରେ ଦିନେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକରେ କୋଚ ଜେକଙ୍କ ସହ ତାଙ୍କର ପରିଚୟ ହୋଇଥିଲା ଏବଂ ସେ ତାଙ୍କୁ ଏହି ଦାୟିତ୍ୱ ଦେଇଥିଲେ। ଖାଲି ସେତିକି ନୁହେଁ, ଇସାବେଲାଙ୍କର ଅର୍ଥର ଅଭାବ ନାହିଁ, କାରଣ ସେ ଜଣେ ଲଗଯୋରି ପ୍ରପଟି ଡେଭଲପର ଅଟନ୍ତି, ସେ ଶୀଘ୍ର ଏହି କାମକୁ ଜେକକୁ ଦେଇଥିଲେ ଏବଂ ଏହାର ପ୍ରତିବଦଳରେ ସେ ଜେକଙ୍କୁ ୨ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରିଥିଲେ।

ବର୍ତ୍ତମାନ ଜେକେଙ୍କ ପାଇଁ ମଧ୍ୟ ଏହା ଚ୍ୟାଲେଞ୍ଜ ହୋଇଥିଲା ଯେ ଜଣେ ଜେଜେ ମା ହୋଇ ସାରିଥିବା ମହିଳାଙ୍କ ପାଇଁ ପ୍ରେମିକ ଖୋଜିବା। ତେବେ ବହୁ ପରିଶ୍ରମ ପରେ ଜେକ ଶେଷରେ ଇସାବେେଲା ପାଇଁ ଏକ ପ୍ରେମିକ ପାଇଛନ୍ତି। ଜେକ ଇସାବେେଲାଙ୍କୁ ଆୟାନ୍ ନାମକ ଜଣେ ପୋଷ୍ଟମ୍ୟାନଙ୍କ ସହ ପରିଚିତ କରାଇଛନ୍ତି, ଯିଏ ତାଙ୍କୁ ବହୁତ ପସନ୍ଦ କରନ୍ତି। ତେବେ ଏହାପରେ ଇସାବେଲା ଆୟାନଙ୍କୁ ପ୍ରଶଂସା କରିବାରେ ଥକନ୍ତି ନାହିଁ । ଏହି ଦମ୍ପତିମାନେ ବର୍ତ୍ତମାନ ପରସ୍ପରକୁ ବିବାହ କରିବାକୁ ଚିନ୍ତା କରୁଛନ୍ତି। ତେବେ ତାଙ୍କ ଯୋଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେହି କେହି ଉଭୟଙ୍କୁ ଟ୍ରୋଲ୍ କରୁଥିବା ବେଳେ ଆଉ କେହି କେହି ଏଭଳି ନିଷ୍ପତିକୁ ସ୍ବାଗତ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: