ମହାମାରୀ ବେଳେ ଇସ୍କନ ଭକ୍ତଙ୍କ ମହାନତା; ପୃଥକବାସରେ ଥିବା ବ୍ୟକ୍ତିଙ୍କ ଘରେ ପହଞ୍ଚାଇଲେ ପ୍ରସାଦ, ଚାରିଆଡୁ ପ୍ରଶଂସା

ମହାମାରୀ ବେଳେ ଇସ୍କନ ଭକ୍ତଙ୍କ ମହାନତା; ପୃଥକବାସରେ ଥିବା ବ୍ୟକ୍ତିଙ୍କ ଘରେ ପହଞ୍ଚାଇଲେ ପ୍ରସାଦ, ଚାରିଆଡୁ ପ୍ରଶଂସା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମହାମାରୀ ମହାବିପତ୍ତି ବେଳେ ମଣିଷ ଦେଖିଛି, ଅନୁଭବ କରୁଛି କାଳର ଘାତକ ରୂପ । ଅଜଣା ଶତ୍ରୁ କରୋନା କାଳ ଚକ୍ରରେ ଆକ୍ତାମାକ୍ତା ମଣିଷ ସମାଜ । ଗାଁଠୁ ସହର ନଗରଠୁ ମହାନଗର ସବୁଠି ଘାରିଛି ସଂକ୍ରମଣର ଯମ ରୂପକ ଭୟ । ଭାଇରସ ଭୟରେ ଜୀବନ ଦୁର୍ବିସହ ହୋଇ ପଡ଼ିଛି । ଲକଡାଉନ ସଟଡାଉନ ପାଇଁ ଜୀବନ ଯାତ୍ରା ଠପ୍ ହୋଇ ପଡ଼ିଛି । କିଏ ରୋଜଗାର ହରାଇ ସର୍ବସ୍ୱାନ୍ତ ହୋଇ ପଡ଼ିଛି ତ ପୁଣି କିଏ ଅନ୍ନ ମୁଠାଏରୁ ବଞ୍ଚିତ ରହିଛନ୍ତି । ଆଉ ଯିଏ ସଂକ୍ରମଣ ହୋଇଛି ସେ ଜାଣିଛି ଜିଇଁବା କେତେ କଷ୍ଟ । ଆଉ ଏଭଳି କଠିନ ସମୟରେ କରୋନା ସଂକ୍ରମଣରେ ସଂକ୍ରମିତ ବ୍ୟକ୍ତିଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରି ମାଧବ ସେବା କରିବାର ସୌଭାଗ୍ୟ ପାଇଛନ୍ତି ଭୁବନେଶ୍ୱର ଇସ୍କନର ଭକ୍ତ ଗଣ । ଆଉ ହୋମ୍ କ୍ୱାରେଣ୍ଟେନ୍ ଏବଂ ସେଲ୍ଫ ଆଇସୋଲେସନରେ ଥିବା ବ୍ୟକ୍ତି ଇସ୍କନ ଭକ୍ତଙ୍କ ଦ୍ୱାରା ଅନ୍ନ ପ୍ରସନ୍ନ ପାଇ ବେସ୍ ଖୁସି ବ୍ୟକ୍ତି କରିଛନ୍ତି ।

  କରୋନା ବିପତ୍ତି ବେଳେ ଘରେ ଆଇସୋଲେସନରେ ରହୁଥିବା ବ୍ୟକ୍ତିଙ୍କୁ ସେବା ପହଞ୍ଚାଇବା ଭଳି ମହାନ କାମରେ ବ୍ୟସ୍ତ ଅଛନ୍ତି ରୋଷେୟା । ସୁଦ୍ଧପୁତ ଭାବରେ ଅତି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ସଠିକ୍ ପରିମାଣରେ ଅନ୍ନ, ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ଆଦି ପ୍ରସ୍ତୁତି ପରେ ଏହାକୁ ଆବଶ୍ୟକ ବ୍ୟକ୍ତିଙ୍କ ଘରେ ପହଞ୍ଚା ଯାଇଥାଏ ।

ଭୁବନେଶ୍ୱରର ବିଭିନ୍ନ ୟୁନିଟରେ ଇସ୍କନ ଭକ୍ତଙ୍କ ଦ୍ୱାରା ଏହି ସେବା ପ୍ରଦାନ

  ଭୁବନେଶ୍ୱରର ବିଭିନ୍ନ ୟୁନିଟରେ ଇସ୍କନ ଭକ୍ତଙ୍କ ଦ୍ୱାରା ଏହି ସେବା ପ୍ରଦାନ କରାଯାଇଥିଲା । ଯାହାକୁ ପାଇ ବେଶ୍ ଆନନ୍ଦିତ ହେବା ସହ କରୋନା କଟକଣାରେ ପ୍ରସାଦ ପହଞ୍ଚାଇଥିବାରୁ ଇସ୍କନ ପରିବାରକୁ ସାଧୁବାଦ ଜଣାଇଛନ୍ତି ସେବା ପାଇଥିବା କୋଭିଡ୍ ଆକ୍ରାନ୍ତ । ସାମୟିକ ଭାବେ ବର୍ତ୍ତମାନ ସେବା ବନ୍ଦ ରହିଛି, ଆଗକୁ ପୁଣି ଥରେ ସମସ୍ୟାରେ ପଡ଼ିଥିବା ରାଜଧାନୀ ବାସିନ୍ଦାଙ୍କ ସେବାରେ ନିଜକୁ ନିୟୋଜିତ କରି ମାଧବ ସେବା କରିବା ସହ ଇସ୍କନ ଭକ୍ତଙ୍କ ଜରିଆରେ ଜଗତ ଠାକୁରଙ୍କ କଥାର ପ୍ରଚାର ପ୍ରସାର କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି ।  

0 Comments

Leave Your Comment

Your email address will not be published. Required fields are marked *

%d bloggers like this: