ଦୈନିକ ଟ୍ରେଣ୍ଡରେ ହ୍ରାସ ଘଟୁଛି, ମେ ସ୍ଥିତି ଜୁନରେ ରହିବନି; ସ୍ୱାସ୍ଥ୍ୟ ବିଶେଷଜ୍ଞ

ଦୈନିକ ଟ୍ରେଣ୍ଡରେ ହ୍ରାସ ଘଟୁଛି, ମେ ସ୍ଥିତି ଜୁନରେ ରହିବନି; ସ୍ୱାସ୍ଥ୍ୟ ବିଶେଷଜ୍ଞ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଚଳିତ ମେ ମାସରେ ରାଜ୍ୟ ହେଉ ଅବା ଦେଶ ଘାତକ ଥିଲା କରୋନାର ରୂପ । ପ୍ରତିଦିନ ସଂକ୍ରମଣ ହାର ବଢ଼ୁଥିଲା ଆଉ ତା ସାଙ୍ଗକୁ ବଢୁଥିଲା ମୃତ୍ୟୁର ହାର । ଏପଟେ ବିଶେଷଜ୍ଞଙ୍କ କହିବା କଥା ମେ ମାସ ଘାତକ ଥିଲା,  ଏବେ ଯେହେତୁ କିଛି ଦିନ ହେବ ଟ୍ରେଣ୍ଡ କମୁଛି ଏହି ହାରରେ ହ୍ରାସ ଆଶା କରାଯାଇପାରେ ।

ସରକାର, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏହା ବି ମାନିବା ଯେ, ମେ ମାସରେ ଯେଉଁ ସ୍ଥିତି ସୃଷ୍ଟି ହୋଇ ବିପଦ ବଢ଼ାଇଥିଲା । ଜୁନ ମାସରେ ସେମିତି କିଛି ହେବନି । ଲକ ଡାଉନର ପ୍ରଭାବ ୪ ସପ୍ତାହ ପରେ ଦେଖିବାକୁ ମିଳେ । ବର୍ତ୍ତମାନ ତାର ପ୍ରଭାବ ଦେଖିବା ଆରମ୍ଭ ହେଇଛି । ତିନୋଟି ଜିଲ୍ଲାରେ କିଛି କଟକଣା କୋହଳ କରାଯାଇଛି । ମାତ୍ର ଦୁଇ ଘଣ୍ଟା କୋହଳ କରାଯାଇଛି।  ସୁନ୍ଦରଗଡ଼ରେ ସଂକ୍ରମିତ ଅଧିକ ଥିଲା ଏବେ  କମୁଛି । ତେଣୁ ଲକଡାଉନ କୋହଳକୁ  ନେଇ ପ୍ରଶ୍ନ କରିବାନୀ। ପୁଣି ସଂଖ୍ୟା ବଢିଲେ ପୁଣି ଲକ ଡାଉନକୁ କରାଯିବ। ତେଣୁ ସଜାଗ ରହିବା ଉଚିତ ।

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୩୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୬୫୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୬୫୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୪ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: