ଏଥିପାଇଁ ପିଅନ୍ତୁ ଦୁବ ଘାସ ରସ

ଏଥିପାଇଁ ପିଅନ୍ତୁ ଦୁବ ଘାସ ରସ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମୁଖ୍ୟତଃ ପୂଜାପର୍ବ ବା ଗୋଖାଦ୍ୟ ଭାବେ ଦୁବ ଘାସକୁ ବ୍ୟବହାର କରାଯାଇଥାଏ । ହେଲେ ଜାଣନ୍ତି କି ଦୁବରେ ଅନେକ ଔଷଧ ଗୁଣ ରହିଛି । ଏହାର ସେବନ ଦ୍ୱାରା ଅନେକ ମାରତ୍ମକ ରୋଗ ଭଲ ହୋଇଯାଏ । ଲକ୍ଷ ଲକ୍ଷ ଟଙ୍କା ଔଷଧର ରୋଗକୁ କେରାଏ ଦୁବ ଘାସ ଭଲ କରିଦିଏ। ଦୁବ ଘାସରେ ଆଇରନ, ମ୍ୟାଗ୍ନେସିଅମ, ଜିଙ୍କ, କପର ଏବଂ ଫାଇବର ଆଦି ବହୁମାତ୍ରାରେ ରହିଥାଏ । ତେବେ ଚାଲନ୍ତୁ ଜାଣିବା କିପରି ଦୁବକୁ ବ୍ୟବହାର କରିବେ ।
-ଏହା ପୁରୁଷମାନଙ୍କ ଯୌନ ସମସ୍ୟାଠାରୁ ଆରମ୍ଭ କରି ଶରୀରରେ ନୂତନ ରକ୍ତ ସୃଷ୍ଟି ଓ ସଂଚାଳନ ପର୍ଯ୍ୟନ୍ତ ବହୁ ସମସ୍ୟାର ସମାଧାନ କରିଥାଏ ଯୌନଜୀବନକୁ ଅତ୍ୟନ୍ତ ରୋମାଂଚକର କରିଥାଏ ।
-ଧ୍ବଜଭଙ୍ଗ, ଧାତୁ ଦୌର୍ବଲ୍ୟ ଭଳି ସମସ୍ୟା ଦୂର କରିବା ଲାଗି ଦିନେ ଛଡା ଦିନେ ମସେ ପର୍ଯ୍ୟନ୍ତ ଦୁବଘାସ ରସକୁ ଉଷୁମ କ୍ଷୀର ସହ ସେବନ କରନ୍ତୁ ସୁଫଳ ମିଳିବ । ସେହିଭଳି ଏନିମିଆ ଆଦି ରୋଗରୁ ମଧ୍ୟ ନିସ୍ତାର ମିଳିବ ।
-ମହିଳା ମାନଙ୍କ ସ୍ବାସ୍ଥ୍ୟ ଲାଗି ମଧ୍ୟ ଦୁବଘାସ ବେଶ ଉପକାରୀ ହୋଇଥାଏ।ବିଶେଷକରି ପ୍ରସୂତୀ ମହିଳାଙ୍କ ନିମନ୍ତେ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଦୁବଘାସ । ସ୍ତନ୍ୟପାନ କରାଉଥିବା ମହିଳାମାନେ ଦୁବରସ ସେବନ କରିବା ଜରୁରୀ । କାରଣ ଦୁବରସରେ ପ୍ରୋଲେକ୍ଟିନ ପ୍ରଚୁର ମାତ୍ରାରେ ରହିଥାଏ । ଏହା ଦୁଗ୍ଧ ସୃଷ୍ଟି ଓ କ୍ଷରଣରେ ସହାୟକ ହୋଇଥାଏ ।
-ଦୁବଘାସ ରସ ସହ ଦହି ମିଶାଇ ଖାଇବା ଦ୍ୱାରା ଗର୍ଭ ଧାରଣ ପ୍ରତିରୋଧ କରିହୁଏ । ଯଦି ଆପଣ ପାଇରିଆ ରୋଗରେ ଆକ୍ରାନ୍ତ ତେବେ ପ୍ରତିଦିନ ଦୁବ ଘାସ ରସ ସେବନ କରନ୍ତୁ ବା ସେଥିରେ କୁଳି କରନ୍ତୁ ଦେଖିବେ କିଛିଦିନ ପରେ ଦାନ୍ତ ମୂଳରୁ ରକ୍ତ ବୋହିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ।
-ରାଶି ତେଲରେ ଦୁବ ରସ ମିଶାଇ ଲଗାଇଲେ ଚର୍ମ ରୋଗ ଭଲ ହୋଇଥାଏ । ଏହାର ରସରେ ଦହି ମିଶାଇ ସେବନ କଲେ ନାଳ ଝାଡା ଭଲ ହୋଇଯାଇଥାଏ । ପିଲାଙ୍କ ତରଳ ଝାଡା ହେଉଥିଲେ ଦୁବ ଘାସ ରସରେ ମହୁ ମିଶାଇ ଦିଅନ୍ତୁ ସମ୍ପୂର୍ଣ୍ଣ ଭଲ ହୋଇଯିବ ।
-ନାକରୁ ରକ୍ତ ପଡୁଥିଲେ ଏହାର ରସ ନାକରେ ପକାଇଲେ ଭଲହୁଏ । ପିତ୍ତ ରୋଗ ଭଲ ପାଇଁ ଏହାର ମୂଳକୁ ଶୁଖାଇ ଗୁଣ୍ଡକରି ମହୁ ସହିତ ମିଶାଇ ଖାଇଲେ ଭଲ ହୋଇଯାଇଥାଏ । ସେହିଭଳି ମୁଣ୍ଡବିନ୍ଧା ହେଉଥିଲେ ଏହାର ଚେରକୁ ଅରୁଆ ଚାଉଳ ସହିତ ବାଟି ମୁଣ୍ଡରେ ପ୍ରଲେପ ଦିଅନ୍ତୁ ଭଲ ହୋଇଯିବ ।
-ଗାଈ ଲହୁଣୀ ସହିତ ଦୁବଘାସ ରସକୁ ମିଶାଇ ସେବନ କଲେ ଅର୍ଶ ରୋଗ ଭଲ ହୁଏ । ଏହାର ରସରେ ମହୁ ମିଶାଇ ସେବନ କଲେ ସମସ୍ତପ୍ରକାର ରକ୍ତ ବିକୃତି ଦୂର ହୁଏ। କାଟି ହୋଇଯାଇଥିବା ବା ଖଣ୍ଡିଆ ସ୍ଥାନରେ ଏହାକୁ ଲଗାଇଲେ ରକ୍ତ ଗଡ଼ିବା ବନ୍ଦ ହୋଇଯାଇଥାଏ ।
-ଦୁବ ଘାସ ବାନ୍ତି ଆଉ ବ୍ରଣ ଭଲ କରିଥାଏ। ଏହା ଛଡ଼ା ମଧୁମେହ ରୋଗ ଭଲ କରିବାରେ ଦୁବ ଘାସ ସହାୟତା କରିଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: