ବାଛୁରୀ ବିକ୍ରିକୁ ନେଇ : ଯୁବକକୁ ଟାଙ୍ଗିଆ ଓ ଠେଙ୍ଗାରେ ଆକ୍ରମଣ, ଜଣେ ଅଟକ..

ବାଛୁରୀ ବିକ୍ରିକୁ ନେଇ : ଯୁବକକୁ ଟାଙ୍ଗିଆ ଓ ଠେଙ୍ଗାରେ ଆକ୍ରମଣ, ଜଣେ ଅଟକ..

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଲକଡାଊନ ସମୟରେଶେରଗଡ଼ ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣଛାଇ ଗ୍ରାମ ନିକଟସ୍ଥ ଏକ ବିଲରେ ପଡିଥିବା ଅସୁସ୍ଥ ଏକ ବାଛୁରୀକୁ ଗ୍ରାମର କିଛି ଯୁବକ ଉଦ୍ଧାର କରି ଚିକିତ୍ସା କରିବା ପରେ ତାକୁ ବିକ୍ରି କରିବାକୁ କେନ୍ଦ୍ର କରି ସନିବାର ଏକ ଅଭାବନୀୟ ଘଟଣା ଘଟିଛି । ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମରେ ଜଣେ ଯୁବକକୁ ସେହି ଗ୍ରାମର ୨ ଭାଇ ଟାଙ୍ଗିଆ ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଆହତ ଜଣକ ହେଲେ ସଂପୃକ୍ତ ଗ୍ରାମର ମଙ୍ଗୁଳୁ ପୃଷ୍ଟି(୨୨) । ଆକ୍ରମଣକାରୀ ମାନେ ହେଲେ ସେହି ଗ୍ରାମର ଦୁଖା ପୃଷ୍ଟି ଙ୍କ ୨ ପୁଅ ସ୍ୱରାଜ୍ୟ ଓ ପୀତବାସ। ମିଳିଥିବା ଏତଲା ଅନୁଯାୟୀ ଗତ ୨ମାସ ତଳେ ଅଶୋକ ପୃଷ୍ଟି ଙ୍କବିଲ ନିକଟରୁ ଅଶୋକ ଓ ତାଙ୍କ କିଛି ଘନିଷ୍ଠ ସାଙ୍ଗ ଏକ ଅସୁସ୍ଥ ବାଛୁରୀକୁ ଉଦ୍ଧାର କରି ଚିକିତ୍ସା କରାଇ ଥିଲେ। ସୁସ୍ଥ ହୋଇ ଗାଁ ରେ ବୁଲୁଥିବା ବାଛୁରୀକୁ କିଛି ଦିନ ପରେ ସେମାନେ ଦେଖିବାକୁ ପାଇ ନ ଥିଲା। ବାଛୁରୀଟି ବିକ୍ରି ହୋଇ ଥିବା ନେଇ ଗ୍ରାମର ସ୍ୱରାଜ୍ୟ ପୃଷ୍ଟିଙ୍କ ଉପରେ ସେମାନଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା।ପରେ ଅଶୋକ ଓ ଭାଇ ମଙ୍ଗୁଳୁ ବାଛୁରୀ ବିକ୍ରି କଥା ସ୍ୱରାଜ୍ୟଙ୍କୁ ପଚାରିଥିଲେ। ସ୍ୱରାଜ୍ୟ ହଠାତ ଉତ୍ତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ମଙ୍ଗୁଳୁ ଙ୍କ ମୁଣ୍ଡକୁ ଚୋଟ ମାରିଥିଲା ବେଳେ ତାଙ୍କ ଭାଇ ପୀତବାସ ଏକ ଠେଙ୍ଗାରେ ଅଶୋକ ଙ୍କ ପିଠିକୁ ପ୍ରହାର କରିଥିଲେ। ଆକ୍ରମଣରେ ମଙ୍ଗୁଳୁ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ଅଶୋକ ଓ ସାଥୀମାନେ ଉଦ୍ଧାର କରି ଚିକିତ୍ସା ସକାଶେ ପିତଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଆହତଙ୍କ ଭାଇ ଅଶୋକ ସ୍ଥାନୀୟ ଥାନାରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେଶ ନଂ ୨୭୩/୨୧ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି। ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ପୁଲିସ ଜଣକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ଅନ୍ୟ ପକ୍ଷରେ ଦୁଖା ନିଜ ୨ ପୁଅଙ୍କୁ ମଙ୍ଗୁଳୁ ଆକ୍ରମଣ କରିଥିବା ନେଇ ଦୁଖା ପୃଷ୍ଟି ହିଞ୍ଜିଳି ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ଏ ନେଇ ହିଞ୍ଜିଳି ଥାନାରେ ନଂ ୨୭୪/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: