ଖୁବ୍‌ଶୀଘ୍ର ପିଲାଙ୍କୁ ଦିଆଯିବ କୋରୋନା ଟିକା, ଅନୁମତି ଦେଲେ କେନ୍ଦ୍ର ସରକାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଦେଶରେ ଖୁବ୍‌ଶୀଘ୍ର ପିଲାଙ୍କୁ ଦିଆଯିବ କୋରୋନା ଟିକା। ୨ରୁ ୧୮ ବର୍ଷର ସମସ୍ତ ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା। କୋଭାକ୍ସିନ ଟିକା ପିଲାମାନଙ୍କୁ ଦେବା ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର। କୋଭାକ୍ସିନ ଟିକାକୁ ଅନୁମୋଦନ କଲା DCGI। ଖୁବ୍‌ଶୀଘ୍ର ପିଲାଙ୍କୁ କରାଯିବ ଟିକାକରଣ। ଟିକାକରଣ ପାଇଁ ସରକାର ଜାରି କରିବେ ଗାଇଡଲାଇନ୍। କୋଭାକ୍ସିନ ଟିକା ପିଲାମାନଙ୍କୁ ଦିଆଯିବା ପୂର୍ବରୁ ତିନିଟି ବୟସ ଗ୍ରୁପରେ ପରୀକ୍ଷା କରାଯାଇଛି। ପ୍ରଥମ ପରୀକ୍ଷଣ ୧୨ ରୁ ୧୮ ବର୍ଷ ପିଲାଙ୍କ ମଧ୍ୟରେ ହୋଇଥିବା ବେଳେ ଦ୍ଵିତୀୟରେ ୬-୧୨ ଓ ତୃତୀୟରେ ୨-୬ ବର୍ଷ ପିଲାଙ୍କ ମଧ୍ୟରେ ପରୀକ୍ଷଣ ହୋଇଛିl
୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କୋଭାକ୍ସିନ୍ ଦେବାକୁ ସୁପାରିଶ କରିଛି ସବଜେକ୍ଟ ଏକ୍ସପର୍ଟ କମିଟି । ପିଲାଙ୍କୁ କୋଭାକ୍ସିନ୍ ନେଇ ଡ଼ିସିଜିଆଇକୁ ସୁପାରିଶ କରିଛି ଏହି ଏକ୍ସପର୍ଟ କମିଟି । କୋଭିଡ଼୍ ଟିକା ନେଇ ଫେଜ୍ -୨ ଓ ଫେଜ୍‌-୩ ଟ୍ରାଏଲ୍ ହୋଇଥିଲା । ଭାରତ ବାୟୋଟେକ୍ ପିଲାଙ୍କ ଉପରେ ଟ୍ରାଏଲ ଶେଷ କରିଛି ମଧ୍ୟ ।

Leave a Reply

Your email address will not be published. Required fields are marked *