ମନୀଷ ଦାସ ମୃତ୍ୟୁ ମାମଲା: ଆସିଲା ପ୍ରଥମିକ ପୋଷ୍ଟମର୍ଟମ ରିପୋର୍ଟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ଦାସ ମୃତ୍ୟୁ ମାମଲାର କାରଣ ଜଣା ପଡି ନଥିବା ବେଳେ ଆଜି ଆସିଛି ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ଶ୍ବାସରୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଦିନେ ଦୁଇ ଦିନରେ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିବ ବୋଲି କୁହାଯାଉଛି। ତେବେ ମନୀଷଙ୍କୁ ଅପହରଣ କରାଯାଇଥିବା ନେଇ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ପାଇନାହିଁ ।
ଏହା ଏକ ହତ୍ୟାକାଣ୍ଡ କିମ୍ବା ଏହା ପଛରେ ଆଉ କଣ କାରଣ ରହିଛି ତାହା ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ପରିଷ୍କାର ହୋଇପାରିବ। ଘଟଣାରେ ୩ଟି ଦିଗକୁ ନେଇ ତଦନ୍ତ କରୁଛି ପୋଲିସ। ମନୀଷ ସାଙ୍ଗରେ ଥିବା ବ୍ୟକ୍ତି ଘଟଣା ସ୍ଥଳରୁ ଫେରାର ହେଲେ କାହିଁକି ତାହାକୁ ନେଇ ତଦନ୍ତ କରୁଛି ପୋଲିସ । ଏହା ସହିତ ସେ ଭୋର ୩ଟା ୨୯ରୁ ୪ଟା ୧୨ ଯାଏଁ କେଉଁଠି ଥିଲେ ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି । ଏହାସହ ପୋଲିସ ଡାଏଟମ୍ ଟେଷ୍ଟ ପାଇଁ ପୋଖରୀ ପାଣିର ନମୂନା ଲ୍ୟାବକୁ ପଠେଇଛି।ଡାଏଟମ୍ ଟେଷ୍ଟ ସରିବା ପରେ ହିଁ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଥଶଇ ପାରେ ତାହା ସ୍ପଷ୍ଟ ହୋଇ ପାରିବ । ଏହାସହ ଏହି ଘଟଣାରେ ପତ୍ରପଡାରେ ରହିଥିବା ଗୋଟିଏ ହୋଟେଲକୁ ପୋଲିସ ସିଲ୍ କରିବା ସହ ସିସିଟିଭି କ୍ୟାମେରା ହାର୍ଡ ଡିସ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।
ଏଠାରେ ସୂଚନା ଥାଉକି, ରବିବାର ଦିନ ରାଜଧାନୀ ଉପକଣ୍ଡ ପାତ୍ରପଡା ଅଞ୍ଚଳର ଏକ ପୋଖରୀରୁ ମନୀଷଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ପୂର୍ବ ଦିନ ରାତିରେ ଭୋଜି କରିବେ କହି ଘରୁ ଆସିଥିବା ମନୀଷ ଆଉ ଘରକୁ ଫେରି ନଥିଲେ, ତାଙ୍କୁ କେହି ଅପହରଣ କରିଥିବା ଘରଲୋକଙ୍କୁ ଫୋନ୍ କରି ଜଣାଇ ଥିଲେ।

Leave a Reply

Your email address will not be published. Required fields are marked *