ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଅକ୍ଟୋବର ୮ରେ ଖୋର୍ଦ୍ଧା ଅତିରିକ୍ତ ଦୌରା ଜଜ୍ ଅଦାଲତରେ ତାଙ୍କ ଜାମିନ ଖାରଜ ହେବା ପରେ ଏହି ନିର୍ଦ୍ଦେଶ ବିରୋଧରେ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଆବେଦନ କରିଛନ୍ତି। ନିମ୍ନ ଅଦାଲତରେ ପ୍ରଶାନ୍ତଙ୍କ ଜାମିନ ଖାରଜ ହେବା ପରେ ସେ ଏବେ ହାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆଗୁଆ ଜାମିନ ଲୋଡ଼ି ପୂର୍ବରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଧାୟକ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମତେ ସେ ନିମ୍ନ ଅଦାଲତରେ ହାଜର ହୋଇଥିଲେ । ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ସହ କୋର୍ଟ ପୋଲିସ ହେପାଜତକୁ ତାଙ୍କୁ ପଠେଇ ଥିଲେ।
ସୂଚନା ଥାଉକି , ବିଜେପି ବାଲୁଗାଁ ମଣ୍ଡଳ ସଭାପତି ଓ ତାଙ୍କ ସମର୍ଥକଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିବା ଅଭିଯୋଗରେ ଚିଲିକା ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ବିରୋଧରେ ବାଲୁଗାଁ ଥାନାରେ ଆଇପିସିର ଦଫା ୩୪୧, ୨୯୪, ୩୨୩, ୫୦୬, ୩୪ ସହିତ ଏସସି ଆଣ୍ଡ ଏସଟି(ପିଏ) ଆଇନର ଧାରା ୩(୧)(ଆର)(ଏସ)ରେ ଏତଲା ରୁଜୁ ହୋଇଥିଲା। ଏହାପରେ ଗିରଫଦାରୀ ଏଡ଼ାଇବା ପାଇଁ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଦାୟର କରିଥିବା ଆଗୁଆ ଜାମିନ ଆବେଦନ ଅକ୍ଟୋବର ୫ରେ ଅଗ୍ରାହ୍ୟ ହୋଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: