୩୫ ଗର୍ଲଫ୍ରେଣ୍ଡ ସହ କରୁଥିଲେ ଚିଟିଂ, ସତ ଜାଣିବା ପରେ ଯୁବତୀମାନେ ଦେଲେ ପାନେ

୩୫ ଗର୍ଲଫ୍ରେଣ୍ଡ ସହ କରୁଥିଲେ ଚିଟିଂ, ସତ ଜାଣିବା ପରେ ଯୁବତୀମାନେ ଦେଲେ ପାନେ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପ୍ରେମରେ ପଡିଲେ ନିଜକୁ ଭୁଲି ଯାଆନ୍ତି ପ୍ରେମୀ ଯୁଗଳ । ବୁଲାବୁଲି, ଉପହାର ଦିଆନିଆ ସାଧାରଣ କଥା । ଜଣକ ଉପହାର ଅନ୍ୟ ଜଣକ ମନରେ ଖୁସି ଅଣିଦିଏ। ସେଥିପାଇଁ ଉପହାରର ମୂଲ୍ୟ ନୁହେଁ, ଦେଇଥିବା ଲୋକର ପ୍ରେମ ଦେଖା ଯାଇଥାଏ । କିନ୍ତୁ ଯଦି କେହି ଉପହାର ପାଇବା ଚକରରେ ମିଛ ଜନ୍ମଦିନ ବା ଅନ୍ୟ ଉତ୍ସବ ପାଳନ୍ତି ତାହାଲେ ସତ ଜାଣିବା ପରେ ଆପଣଙ୍କୁ କେମିତି ଲାଗିବ ? ସେହିଭଳି ଗୋଟିଏ ଘଟଣା ଜାପାନରେ ଘଟିଛି। ଏଠାରେ ଜଣେ ବ୍ୟକ୍ତି ମାଗଣା ଉପହାର ପାଇବା ପାଇଁ ଯାହା କରିଛନ୍ତି ଆପଣ ଜାଣିଲେ ମୁଣ୍ଡରେ ହାତ ଦେବେ । ଜାପାନର ସେହି ବ୍ୟକ୍ତିଙ୍କ ଉପରେ ଜନ୍ମଦିନରେ ମିଳୁଥିବା ମାଗଣା ଉପହାରଗୁଡ଼ିକ ଏପରି ପ୍ରଭାବ ପକାଇଥିଲା ଯେ, ସେ ଏଥିପାଇଁ ୩୫ ଜଣ ଗର୍ଲଫ୍ରେଣ୍ଡ କରିବାକୁ ପଛେଇ ନଥିଲେ ।
କେବଳ ସେତିକି ନୁହେଁ, ସେ ନିଜର ପ୍ରତ୍ୟେକ ଗର୍ଲଫ୍ରେଣ୍ଡକୁ ଅଲଗା ଅଲଗା ଜନ୍ମଦିନ ତାରିଖ କହିଥିଲେ। ଏହି ତାରିଖ ଗୁଡିକରେ, ସେ ଜନ୍ମଦିନ ପାଳିବା ସହ ଗର୍ଲଫ୍ରେଣ୍ଡ ମାନଙ୍କଠାରୁ ମହଙ୍ଗା ଉପହାର ନେଇ ସେମାନଙ୍କୁ ଠକୁ ଥିଲେ । ତେବେ ଉକ୍ତ ବ୍ୟକ୍ତିଙ୍କ ସତ ସମସ୍ତଙ୍କ ସମ୍ନାକୁ ଆସିବା ପରେ ସେ ଏବେ ଜେଲରେ ଅଛନ୍ତି ।
ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଖବର ଅନୁଯାୟୀ, ଜାପାନରେ ରହୁଥିବା ୩୯ ବର୍ଷିୟ ତାକାସି ମିୟାଗାୱାଙ୍କୁ ଠକେଇ ଅଭିଯୋଗରେ ଜେଲ୍ ଦଣ୍ଡ ଦିଆଯାଇଛି। ଏହି ବ୍ୟକ୍ତି ଏକତ୍ର ୩୫ ଜଣ ଝିଅକୁ ଡେଟ୍ କରୁଥିଲେ। ଶାରୀରିକ ଆବଶ୍ୟକତା ପାଇଁ ନୁହେଁ, ବରଂ ଝିଅମାନଙ୍କଠାରୁ ମାଗଣା ଉପହାର ପାଇବା ଆଶାରେ ସେମାନଙ୍କ ସହ ତାକାସି ସମ୍ପର୍କ ଗଢିଥିବାର ଜଣାପଡ଼ିଛି । ଏହି ନିଶା ତାଙ୍କୁ ସେତେବେଳେ ଲାଗିଥିଲା ଯେତେବେଳେ ତାଙ୍କର ପ୍ରଥମ ଗର୍ଲଫ୍ରେଣ୍ଡ ତାକାସିଙ୍କୁ ତାଙ୍କ ଜନ୍ମଦିନରେ ଏକ ମହଙ୍ଗା ଉପହାର ଦେଇଥିଲେ। ଏହା ପରେ ସେ ସେହିଭଳି ଦାମୀ ଉପହାରଗୁଡ଼ିକ ପାଇବା ଆଶାରେ ୩୫ ଜଣ ଗର୍ଲଫ୍ରେଣ୍ଡ କରିଥିଲେ।
ସେ ପ୍ରତ୍ୟେକ ଝିଅକୁ ତାଙ୍କର ଭିନ୍ନ ଭିନ୍ନ ଜନ୍ମଦିନ ତାରିଖ କହିଥିଲେ। ଏବଂ ସେ ସମସ୍ତଙ୍କଠୁ ଦାମୀ ଉପହାର ନେଉଥିଲେ। କେବଳ ସେତିକି ନୁହେଁ, ଯଦି ସେ କୌଣସି ଡେଟରେ ଯାଇଥିଲେ ତେବେ ବିଲ୍ ମଧ୍ୟ ସେହି ଝିଅମାନଙ୍କୁ ଦେବାକୁ ପଡୁଥିଲା । ତାକାସି ବୃତ୍ତିରେ ଜଣେ ଡେଲିଭରି ବୟ । ସେ ଦ୍ୱାର ଦ୍ଵାରା ବୁଲି ବିଭିନ୍ନ ସାମଗ୍ରୀ ବିକ୍ରୟ କରୁଥିବା ବେଳେ ତାଙ୍କର ପରିଚୟ ସେହି ସମୟରେ ଏହି ୩୫ ଜଣ ଝିଅଙ୍କ ସହ ହୋଇଥିଲା।
ପ୍ରକୃତରେ ୧୪ ନଭେମ୍ବରକୁ ତାକାସିଙ୍କ ପ୍ରକୃତ ଜନ୍ମଦିନ ହୋଇଥାଏ। କିନ୍ତୁ ସେ ୩୫ ଝିଅମାନଙ୍କୁ ଅଲଗା ଅଲଗା ଦିନରେ ତାଙ୍କ ଜନ୍ମଦିନ କହିଥିଲେ। କିନ୍ତୁ ସେହି ଝିଅମାନଙ୍କ ମଧ୍ୟରୁ ଜଣେ ତାକାସିଙ୍କୁ ସନ୍ଦେହ କରିଥିଲେ। ସେ ଏନେଇ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ । ଯାହା ପରେ ତଦନ୍ତ ପାଇଁ ମାମଲା ରୁଜୁ ହୋଇଥିଲା। ଏହା ପରେ ଗୋଟିଏ ପରେ ଗୋଟିଏ ମହିଳା ତାକାସିଙ୍କ ଉପରେ ଅଭିଯୋଗ କରିବା ଆରମ୍ଭ କରିଥିଲେ। ଏହା ପରେ ଉପହାର ପାଇଁ ଗର୍ଲଫ୍ରେଣ୍ଡ ତିଆରି କରିବାର କଥା ପୋଲିସ ଆଗରେ ତାକାସି ମାନିଥିଲେ। ଘଟଣା ଜଣାପଡିବା ପରେ ପୋଲିସ ଆଉ ତାଙ୍କର ସମସ୍ତ ୩୫ ଜଣ ଗାର୍ଲଫ୍ରେଣ୍ଡ ଚକିତ ହୋଇଯାଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: