କରୋନା ଅପଡେଟ୍: ଦିନକରେ ୬୨ ହଜାରରୁ ଅଧିକ ଆକ୍ରାନ୍ତ, ୧ ହଜାରରୁ ଅଧିକ ମୃତ

କରୋନା ଅପଡେଟ୍: ଦିନକରେ ୬୨ ହଜାରରୁ ଅଧିକ ଆକ୍ରାନ୍ତ, ୧ ହଜାରରୁ ଅଧିକ ମୃତ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦେଶରେ କୋରୋନା ମୃତ୍ୟୁ ସଂଖ୍ୟାରେ ଆଜି ପୁଣି ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟାରେ ଦେଶରେ ଏକ ହଜାର ସାତ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ମଧ୍ୟ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି । ଦିନକରେ ୬୨ ହଜାର ୬୪ ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଦେଶରେ ବର୍ତ୍ତମାନ ମୋଟ୍ ମୃତ୍ୟୁ ସଂଖ୍ୟା ୪୪ ହଜାର ୩୮୬, ଆକ୍ରାନ୍ତ ସଂଖ୍ୟା ୨୨ଲକ୍ଷ ୧୫ ହଜାର ୭୫। ସେହିଭଳି ଦେଶରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୧୫ ଲକ୍ଷ ୩୫ ହଜାର ୭୪୪ ।

ଗତକାଲି ସମଗ୍ର ଦେଶରେ ୬୪,୩୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ଯାହା ଦ୍ବାରା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୫୩,୦୧୦ଦନ ପହଞ୍ଚିଥିଲା। ଏହା ସହ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮୦୮୮୪ ଜଣ ସୁସ୍ଥ ହୋଇଥିଲେ ଏବଂ ବାକି ୪୩୩୭୯ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଜଣାପଡ଼ିଥିବା ୬୪,୪୦୦ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୮୭୪୭ ରହିଥିଲା। ୨୪ ଘଣ୍ଟାରେ ୮୬୧ଆକ୍ରାନ୍ତ ପ୍ରାଣ ହରାଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: