କାହା ପାଇଁ ଏକକ ପ୍ରବେଶିକା ପରୀକ୍ଷା, ଜାଣନ୍ତୁ…

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଚଳିତ ବର୍ଷ ପିଜିରେ ନାମ ଲେଖା ଲାଗି ଏକକ ପ୍ରବେଶିକା ପରୀକ୍ଷା। ଆସନ୍ତା ୧୨ ଅଗଷ୍ଟରୁ ଉପଲବ୍ଧ ହେବ କମନ୍ ଆପ୍ଲିକେସନ ଫର୍ମ। www.samsodisha.gov.in ରେ ଫର୍ମ ଉପଲବ୍ଧ ହେବ। ଅଗଷ୍ଟ ୩୧ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ସେହିପରି ସେପ୍ଟେମ୍ବର ୨୦ରେ ହଲ ଟିକେଟ ଉପଲବ୍ଧ ହେବା ସହ ୩୦ ସେପ୍ଟେମ୍ବରରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଅନ୍ୟପଟେ ଅକ୍ଟୋବର ୨୫ରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ୨୦ ନଭେମ୍ବର ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହୋଇ ଡିସେମ୍ବର ପହିଲାରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ଆରମ୍ଭ ହେବ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ବିଭାଗ ପକ୍ଷରୁ ବିଜ୍ଞାପ୍ତି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *