ବିନା ପିଆଜ ରସୁଣରେ ତିଆରି କରନ୍ତୁ ଚିକେନ

ବିନା ପିଆଜ ରସୁଣରେ ତିଆରି କରନ୍ତୁ ଚିକେନ

ଆମିଷ କଥା ପଡ଼ିଲେ ବିନା ପିଆଜ ରସୁଣରେ ତରକାରୀ କରିବା ସମ୍ଭବ ନୁହେଁ। ତାହା ପୁଣି ଯଦି ଚିକେନ କଥା ପଡେ। ଆପଣ ନିଶ୍ଚୟ କହିବେ ବିନା ପିଆଜ ରସୁଣ ରେ ଚିକେନ ତରକାରୀ କେମିତି ସମ୍ଭବ। ହେଲେ ଆଜି ଆମେ ଆପଣଙ୍କୁ ବିନା ପିଆଜ ରସୁଣ କିପରି ଚିକେନ୍ ତିଆରି କରିବେ ସେ ବିଷୟରେ କହୁଛୁ। ବିନା ପିଆଜ ରସୁଣରେ ତିଆରି କରନ୍ତୁ ସ୍ଵାଦିଷ୍ଟ ଦହି ଚିକେନ୍ ତରକାରୀ।

ଆବଶ୍ୟକ ସାମଗ୍ରୀ:-୫୦୦ ଗ୍ରାମ ସିଝା ଚିକେନ୍‌, ୧୦୦ ଗ୍ରାମ ଦହି, ଚାମଚେ ଧନିଆ ଗୁଣ୍ଡ, ଚାମଚେ ଜୀରା ଗୁଣ୍ଡ, ଦୁଇଟି ଟମାଟୋ ବଟା, ଚିକେନ୍ ମସଲା ଆବଶ୍ୟକତା ଅନୁଯାୟୀ, ଆବଶ୍ୟକ ଅନୁଯାୟୀ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଗୋଟେ ଛୋଟ ଚାମଚ, ଗୋଲମରିଚ ଗୁଣ୍ଡ ଅଳ୍ପ, ଗରମ ମସଲା ଅଳ୍ପ, ସ୍ୱାଦ ଅନୁସାରେ ଲୁଣ, କଟା ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ:-ଗ୍ୟାସରେ କଡେଇ ବସାଇ ଆବଶ୍ୟକ ଅନୁଯାୟୀ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ସେଥିରେ ସିଝା ହୋଇ ଥିବା ଚିକେନ୍ ପକାଇ ଅଳ୍ପ ସମୟ ଭାଜନ୍ତୁ । ଭାଜିହେବା ପରେ ତାକୁ ଏକ ପ୍ଲେଟକୁ କାଢିଦିଅନ୍ତୁ । ପୁଣି କଡେଇରେ ଅଳ୍ପ ତେଲ ପକେଇ ସେଥିରେ ଟମାଟୋ ବଟା ପକାଇ ଅଳ୍ପ ଘାଣ୍ଟନ୍ତୁ, ପରେ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ,ଧନିଆ ଗୁଣ୍ଡ,ଜୀରା ଗୁଣ୍ଡ,ଚିକେନ୍ ମସଲା,ଅଳ୍ପ ଗୋଲମରିଚ ଗୁଣ୍ଡ,ଅଳ୍ପ ଦହି ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ୫ ରୁ ୬ ମିନିଟ୍ ଯାଏଁ ଘାଣ୍ଟନ୍ତୁ । ତା ପରେ ସେହି ମସଲାରେ ଭାଜି ହୋଇଥିବା ଚିକେନ୍ ପକାଇ ଭଲଭାବେ କଷାନ୍ତୁ।ଯଦି ଆପଣ ଝୋଳ ଖାଇବାକୁ ପସନ୍ଦ କରନ୍ତୁ ତେବେ ସେଥିରେ ପାଣି ଦେଇ ୧୦ ରୁ ୧୫ ମିନିଟ ଫୁଟିବାକୁ ଛାଡିଦିଅନ୍ତୁ । ଗ୍ୟାସ୍ ବନ୍ଦ କରିବା ପରେ ସେଥିରେ ଗରମ ମସଲା, ଧନିଆ ପତ୍ର ପକାଇ ଘୋଡେଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହେଇଗଲା ଆପଣଙ୍କର ବିନା ପିଆଜ,ରସୁଣରେ ଦହି ଚିକେନ୍। ଗରମ ଗରମ ପ୍ଲେଟକୁ କାଢି ସେଥିରେ ଧନିଆ ପତ୍ର ଏବଂ କଟା କଞ୍ଚାଲଙ୍କା ତା ସହିତ ଏକ ବୁନ୍ଦା ଲେମ୍ବୁରସ ପକାଇ ପରସନ୍ତୁ । ତରକାରୀ । ଆପଣ ଏହାକୁ ଭାତ,ରୁଟି ବା ନାନ ସହିତ ଖାଇ ପାରିବେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: