ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପରଲୋକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ହୃଦଘାତରେ ପରଲୋକ ଘଟିଛି।ମୃତ୍ୟୁର ଖବର ଶୁଣି ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ବରିଷ୍ଠ କଂଗ୍ରେସ ନେତା ରିପୁନାଥ ରବିବାର ଦିନ ନିଜ ବରପାଲି ସ୍ଥିତ ବାସଭବନରେ ଥିବା ସମୟରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ନର୍ସିଂ ହୋମକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ତେବେ ଓଡ଼ିଶାର ଯେତେବେଳେ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳ ଥିଲେ । ସେହି ସମୟରେ ସେ ଗଣଶିକ୍ଷା ମନ୍ତ୍ରୀ ଥିଲେ। ଜଣେ ଦକ୍ଷ ନେତା ଓ ସଂଗଠକ ଭାବେ ବେଶ୍‌ ପରିଚିତ ଥିଲେ ରିପୁନାଥ । ଏକଦା ବିଜେପୁର ବିଧାୟକ ସୁବଳ ସାହୁ ଦେହାନ୍ତ ପରେ ବରଗଡ଼ ବିଧାନସଭା ଆସନରୁ ରିପୁନାଥଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା କଂଗ୍ରେସ । ବରଗଡ଼ ଜିଲା ବରପାଲି ନିବାସୀ ସ୍ବର୍ଗତ ସେଠ୍‌ କଂଗ୍ରେସରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୧୯୯୫ ବିଧାନସଭା ନିର୍ବାଚନରେ ବିଜେପୁର ଆସନରୁ ନିର୍ବାଚିତ ହେବା ସହିତ ତତ୍କାଳୀନ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଶିକ୍ଷାମନ୍ତ୍ରୀ ଥିଲେ । ଗତ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ସେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଥିଲେ । ରିପୁନାଥଙ୍କ ମୃତ୍ୟୁ ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: