ସୁଇସ ଓପନ ଟାଇଟଲ ହାତେଇଲେ ସିନ୍ଧୁ

ସୁଇସ ଓପନ ଟାଇଟଲ ହାତେଇଲେ ସିନ୍ଧୁ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଓଙ୍ଗବାମୁରଙ୍ଗାଫାନରେ ଅନୁଷ୍ଠିତ ସୁଇସ ଓପନ ବ୍ୟାଡମିଂଟନରେ ଟାଇଟଲ ହାସଲ କରିଛନ୍ତି ଭାରତର ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସ ଟାଇଟଲ ମୁକାବିଲାରେ ସେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମରୁଙ୍ଗଫାନଙ୍କୁ ୨୧-୧୬ ଓ ୨୧-୧୮ ପଂଏଟରେ ପରାସ୍ତ କରିଥିଲେ । ୪୯ ମିନିଟ ଧରି ଚାଲିଥିବା ଏହି ମୁକାବିଲାର ୨ଟି ଯାକ ସେଟ ସଂଘର୍ଷପୂର୍ଣ୍ଣ ହୋଇଥିଲା ।ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଭାରତର ଏଚଏସ ପ୍ରଣୟ ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ ଭେଟିବେ । ୫ ବର୍ଷ ପରେ ସେ କୌଣସି ଟୁର୍ଣ୍ଣାମେଂଟର ଫାଇନାଲରେ ପ୍ରବେଶ କରିଛନ୍ତି । ବୁସାନନ ସର୍ବଦା ସିନ୍ଧୁଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି । ୨୦୧୯ରେ ବ୍ୟାଡମିଂଟନ ୱାର୍ଲ୍ଡ ଚାମ୍ପିୟନଶିପ ଫାଇନାଲରେ ସେ ନୋଜୋମି ଓଖୁରାଙ୍କୁ ପରାସ୍ତ କରି ଟାଇଟଲ ଜିତିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: