ଥରେ ଖାଇକି ଦେଖନ୍ତୁ ବନ୍ଧା କୋବି ଚଟଣୀ

ଥରେ ଖାଇକି ଦେଖନ୍ତୁ ବନ୍ଧା କୋବି ଚଟଣୀ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଆପଣ ବନ୍ଧା କୋବିରେ ପ୍ରସ୍ତୁତ ଅନେକ ପ୍ରକାର ଖାଦ୍ୟ ଖାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ବନ୍ଧା କୋବିରେ ପ୍ରସ୍ତୁତ ଏକ ସ୍ବତନ୍ତ୍ର ଆଇଟମ ବିଷୟରେ ଜଣାଇବୁ। ଏହି ନୂଆ ରେସିପଟି ହେଉଛି ବନ୍ଧା କୋବି ଚଟଣୀ…

ବନ୍ଧା କୋବି ଚଟଣୀ ପାଇଁ ଆବଶ୍ୟକ ଉପାଦାନ:

ବନ୍ଧା କୋବି – ୫୦୦ ଗ୍ରାମ

ରାଶି – ୨୫ ଗ୍ରାମ

ରସୁଣ – ସାତ ଆଠ କୋଲା

ଅଦା – ୧ଇଞ୍ଚେ

କଞ୍ଚାଲଙ୍କା – ଚାରି ପାଞ୍ଚଟି

ଲୁଣ, ହଳଦୀ, ତେଲ, ଜିରା, ତେନ୍ତୁଳି ଆବଶ୍ୟକତା ଅନୁସାରେ

ପ୍ରସ୍ତୁତ ପ୍ରଣାଳୀ:ବନ୍ଧାକୋବିକୁ ଛୋଟ ଛୋଟ କରି କାଟିବା ପରେ ଧୋଇ ଛାଣି ରଖନ୍ତୁ। ଏବେ ରାଶିକୁ ଭାଜି ଅଲଗା ରଖନ୍ତୁ। ଏହାପରେ କଡେଇରେ ତେଲ ଗରମ କରି ଜିରା ଫୁଟାନ୍ତୁ। ଜିରା ଫୁଟିବା ପରେ ସେଥିରେ କଞ୍ଚାଲଙ୍କା, ରସୁଣ ଓ ଅଦା ଛୋଟ ଛୋଟ ଖଣ୍ଡ କରି କାଟି ପକାନ୍ତୁ। ଅଳ୍ପ ସମୟ ଭାଜିବା ପରେ ସେଥିରେ କାଟି ରଖିଥିବା ବନ୍ଧା କୋବିକୁ ପକାନ୍ତୁ। ଏହା ପରେ ଲୁଣ, ହଳଦୀ ଦେଇ ଘୋଡ଼ାଇ ଦିଅନ୍ତୁ। ତିନି ଚାରି ମିନିଟ ପରେ ଦରସିଝା ଅବସ୍ଥାରେ ତାକୁ ଓହ୍ଲାଇ ତେନ୍ତୁଳି ଓ ରଖିଥିବା ଭଜା ରାଶି ସହିତ ମିଶାଇ ବାଟି ଦିଅନ୍ତୁ। ଏବେ ସେଥିରେ ଯଦି ପସନ୍ଦ କରନ୍ତି ଧନିଆ ପତ୍ର ମିଶାଇ ପାରନ୍ତି। ଆପଣ ଏହି ଚଟଣୀକୁ ଭାତ ଓ ରୁଟି ସହିତ ଖାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: