ଏହି ରାଜ୍ୟରେ କଲେଜ୍ ପିଲାଙ୍କର ହେବ HIV ପରୀକ୍ଷା

ଏହି ରାଜ୍ୟରେ କଲେଜ୍ ପିଲାଙ୍କର ହେବ HIV ପରୀକ୍ଷା

ପ୍ରିଜମ ନ୍ୟୁଜ ବ୍ୟୁରୋ:କଲେଜ ପିଲାଙ୍କର ମଧ୍ୟ ହେବ HIV ଟେଷ୍ଟ, ରାଜ୍ୟରେ ମାମଲା ବଢିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ତ୍ରିପୁରା ସରକାର। ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ବୁଧବାର ରାଜ୍ୟରେ ବ୍ୟାପକ ଏଚଆଇଭି ଟେଷ୍ଟ୍ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦରକାର ହେଲେ କଲେଜଗୁଡ଼ିକରେ ମଧ୍ୟ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗରତାଲାରେ ଏଡସ୍ ମାମଲା ଲଗାତର ବଢ଼ିବାରେ ଲାଗିଛି । ସଂକ୍ରମିତ ଇଞ୍ଜେକ୍ସନ ଦ୍ୱାରା ଡ୍ରଗ୍ସ ସେବନ କାରଣରୁ ଏପରି ହୋଇଥିବାରୁ ଜଣାପଡିବା ପାରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଏନଆଇ ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ଏଡସ ଦିବସ ଅବସରରେ ସାମ୍ବାଦିକଙ୍କ ସହ ଆଲୋଚନା କରି କହିଥିଲେ ଯେ, ରାଜ୍ୟ ଏଡସ ନିୟନ୍ତ୍ରଣ ସୋସାଇଟି ସଙ୍ଗୀନ ତଥ୍ୟ ଦେଇଛି । ଯାହା ରାଜ୍ୟ ପାଇଁ ଚିନ୍ତାଜନକ ନିଶ୍ଚୟ । ରାଜ୍ୟରେ ଏଚଆଇଭି ମାମଲା ଲଗାତର ବଢୁଛି । ଦରକାର ହେଲେ କଲେଜରେ ଏଡସ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସେ ଆହୁରି କହିଛନ୍ତି ଯେ, ଅଧିକ ମାମଲା ଅଗରତାଲାର ବିଭିନ୍ନ କଲେଜରୁ ଆସୁଛି । ଯାହା ଚିନ୍ତା ବଢାଇ ଦେଇଛି । କଲେଜରେ କିପରି ଡ୍ରଗ୍ସ ପହଁଚୁଛି ତାର ତଦନ୍ତ ହେବ ବୋଲି ସେ କହିଛନ୍ତି । ଆବଶ୍ୟକ ହେଲେ ପୋଲିସ ଏହି ମାମଲାରେ ସହଯୋଗ କରିବ ବୋଲି ସେ କହିଛନ୍ତି ।ବିପ୍ଳବ ଆହୁରି କହିଛନ୍ତି ଯେ, ଏହି ଲଢେଇରେ ସମସ୍ତଙ୍କ ସହଯୋଗର ଆବଶ୍ୟକ ରହିଛି । ସ୍ଥିତିକୁ ଏଠାରେ ରୋକିବା ଦରକାର । ଆଗାମୀ ଦିନରେ ଅଧିକ ନିଶା ନିବାରଣ କେନ୍ଦ୍ର ସ୍ଥାପନ କରାଯିବାକୁ ଯୋଜନା ହେଉଥିବା ସେ କହିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: