ପୁରୀରେ ସ୍ଥଳଭାଗ ଛୁଇଁପାରେ ଜୱାଦ, ଆଜି ମଧ୍ୟରାତ୍ରୀରୁ ପ୍ରବଳ ବର୍ଷା

ପୁରୀରେ ସ୍ଥଳଭାଗ ଛୁଇଁପାରେ ଜୱାଦ, ଆଜି ମଧ୍ୟରାତ୍ରୀରୁ ପ୍ରବଳ ବର୍ଷା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆସନ୍ତା କାଲି ପୁରୀରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ଜୱାଦ। ସ୍ଥଳଭାଗ ନଛୁଇଁଲେ ମଧ୍ୟ ଓଡ଼ିଶା ଉପକୂଳ ଦେଇ ଯାଇପାରେ ବାତ୍ୟା। ପୁରୀଠୁ ୫୩୦ କିମି ଦୂରରେ ଏବେ ରହିଛି ବାତ୍ୟା ‘ଜୱାଦ’ । ଗତ ୬ ଘଣ୍ଟା ଧରି ୨୨ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’ । ପୁରୀଠୁ ୫୩୦ ଓ ଗୋପାଳପୁରରୁ ୪୭୦ , ପାରାଦୀପରୁ ୬୦୦ ଓ ବିଶାଖାପାଟଣାଠାରୁ ୩୬୦ କିମି ଦୂରରେ ରହିଛି ବାତ୍ୟା। କାଲି ସକାଳେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ପହଞ୍ଚିବ ‘ଜୱାଦ’। ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା ଥିବା ଏସଆରସି ପ୍ରଦୀପ ଜେନା ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ପାଇଁ ୪ ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରକୁ ରେଡ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। କାଲି ମଧ୍ୟାହ୍ନ ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ। ସ୍ଥଳଭାଗ ନିକଟତର ହେଲେ ସର୍ବାଧିକ ୯୦ରୁ ୧୦୦ କିମି ବେଗରେ ପବନ ବହିବ। ଏହାସହ ଆଜି ମଧ୍ୟରାତ୍ରୀରୁ ବର୍ଷା ଆରମ୍ଭ ହେବ, ଆସନ୍ତାକାଲି ବର୍ଷର ପରିମାଣ ବଢିବ । ବନ୍ୟାର ଆଶଙ୍କା ନାହିଁ, କେବଳ ପାଣି ଜମି ରହିବ । କିଛି ଜିଲ୍ଲାରେ ୧୦୦ ରୁ ୨୦୦ ମିମି ବର୍ଷା ସମ୍ଭାବନା ରହିଥିବାର SRC କହିଛନ୍ତି ।ଦୁଇ ଦିନ ପାଇଁ ଘରେ ପିଇବା ପାଣି ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି। ଆଜି ମଧ୍ୟରାତ୍ରୀରୁ ବର୍ଷାର ପରିମାଣ ବଢିବ, ଆସନ୍ତାକାଲି ବର୍ଷାର ପରିମାଣ ଅଧିକ ରହିବ ବୋଲି SRC ସୂଚନା ଦେଇଛନ୍ତି। ୪ ଓ ୫ ତାରିଖ ଘରୁ ନ ବାହାରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ବନ୍ୟା ଆଶଙ୍କା ନାହିଁ, ତଳିଆ ସ୍ଥାନରେ ପାଣି ଜମିପାରେ। ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ବାତ୍ୟା ମୁକାବିଲା ପାଇଁ ୨୬୬ଟି ଓଡ୍ରାଫ, NDRF, ଫାୟାର ଟିମ୍‌ ସଜାଗ ରଖାଯାଇଛି।ଅନ୍ୟ ପକ୍ଷରେ ବାତ୍ୟା ଜୱାଦ ପାଇଁ ବ୍ରହ୍ମପୁର ମହାନଗର ନିଗମର ବ୍ୟାପକ ପ୍ରସ୍ତୁତି କରିଛି । ବାତ୍ୟା ମୁକାବିଲା ପାଇଁ ସହରର ପ୍ରତ୍ୟେକ ଓ୍ବାର୍ଡରେ ଗଠନ ହେଲା ଓ୍ବାର୍ଡସ୍ତରୀୟ କମିଟି । ତଳିଆ ଅଞ୍ଚଳର ଲୋକଙ୍କ ସ୍ଥାନାନ୍ତର ପାଇଁ ୨୧ ଆଶ୍ରୟସ୍ଥଳୀ ଚିହ୍ନଟ କରାଯିବା ସହ ବର୍ଷାଜଳ ନିଷ୍କାସନ ପାଇଁ ୯ଟି ଜରୁରୀକାଳୀନ ସଫେଇ ୟୁନିଟ ଗଠନ କରାଯାଇଛି। ସହାୟତା ପାଇଁ ଜାରି ହୋଇଛି ହେଲ୍‌ପଲାଇନ ନମ୍ବର- 7326837329।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: