ଜାମୁକୋଳି ମଞ୍ଜିର ସ୍ୱାସ୍ଥ୍ୟ ଉପକାରିତା

ଜାମୁକୋଳି ମଞ୍ଜିର ସ୍ୱାସ୍ଥ୍ୟ ଉପକାରିତା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବର୍ତ୍ତମାନ ବଜାରରେ ଆମ୍ବ ସହିତ ଜାମୁକୋଳିର ପସରା ଦେଖିବାକୁ ମିଳୁଛି । ଏହି ଦୁଇଟି ଖରାଦିନିଆ ଫଳ ସାଙ୍ଗକୁ ଅତ୍ୟନ୍ତ ସ୍ବାସ୍ଥ୍ୟ ଉପକାରୀ। ଜାମୁକୋଳି ଯେମିତି ସ୍ୱାସ୍ଥପାଇଁ ଉପକାରୀ ତାର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଅନେକ ଲୋକ ଜାମୁକୋଳି ଖାଇବା ପରେ ତା ମଞ୍ଜିକୁ ଫେପାଡି ଦେଇଥାଆନ୍ତି କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରି ଅଟେ । ଏଥିରେ ଭିଟାମିନ A ଓ C ଭରପୂର ମାତ୍ରାରେ ରହିଥାଏ । ଜାମୁକୋଳି ଶରୀରର ପାଚନ କ୍ରିୟାକୁ ଠିକ୍ ରଖିଥାଏ ଓ ଡାଇବେଟିସ୍ ରୋଗ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ବିଷୟରେ . . .
ଜାମୁକୋଳି ମଞ୍ଜିର ବ୍ୟବହାର କିପରି କରିବେ:-
ଜାମୁକୋଳି ମଞ୍ଜିକୁ ଏକାଠି କରି ଧୋଇଦିଅନ୍ତୁ । ଏବେ ସେଗୁଡିକୁ ଖରାରେ ଶୁଖାଇବା ପାଇଁ ରଖିଦିଅନ୍ତୁ। ମଞ୍ଜିକୁ ପେସିବା ପାଇଁ ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ ।
ସେଗୁଡିକୁ ଭଲଭାବେ ପେସିବା ପରେ ମଞ୍ଜିର ଗୁଣ୍ଡଗୁଡ଼ିକୁ ଗୋଟିଏ କାଚ ପାତ୍ରରେ ରଖିଦିଅନ୍ତୁ ।

ଡାଇବେଟିସ୍ ପାଇଁ ଅତ୍ୟନ୍ତ ଲାଭଦାୟକ :– ଜାମୁକୋଳି ମଞ୍ଜି ଡାଇବେଟିସ୍ ଟାଇପ -୨ ରୋଗୀଙ୍କ ପାଇଁ ଅଭ୍ୟର୍ଥ ଔଷଧ ଅଟେ । ଡାଇବେଟିସ୍ ରୋଗୀମାନେ ପ୍ରତିଦିନ ସକାଳୁ ଖାଲି ପେଟରେ ଏହି ମଞ୍ଜିର ଗୁଣ୍ଡ ସେବନ କରିପାରିବେ । ଏହା ଦ୍ୱାରା ଶରୀରରେ ରକ୍ତ ଶର୍କରାର ସ୍ତର କମ୍ ରହିବ ।
ଦାନ୍ତ ପାଇଁ ହିତକର – ଯଦି ଆପଣଙ୍କର ଦାନ୍ତ ଜନିତ ସମସ୍ୟା ଥାଏ ତେବେ ଜାମୁକୋଳି ମଞ୍ଜିର ଗୁଣ୍ଡକୁ ବ୍ୟବହାର କରିପାରିବେ। ଏହା ଦ୍ୱାରା ପାଟି ଦୁର୍ଗଦ୍ଧ ଦୂର ହେବା ସହିତ ଅନେକ ପ୍ରକାରର ଦାନ୍ତ ସମସ୍ୟାରୁ ଆରାମ ମିଳିଥାଏ ।
ଶିଶୁ ମାନଙ୍କ ପାଇଁ – ସାଧାରଣ ଭାବରେ ଦେଖାଯାଏ ଛୋଟ ପିଲା ଶେଜରେ ପରିସ୍ରା କରିଥାଆନ୍ତି । ଏହି ଅଭ୍ୟାସ ଦୂର କରିବା ପାଇଁ ନିଜ ପିଲାକୁ ଦିନକୁ ଦୁଇଥର ଅଧାଚାମଚ ଜାମୁ ମଞ୍ଜି ଗୁଣ୍ଡ ଖାଇବା ପାଇଁ ଦିଅନ୍ତୁ, ଦେଖିବେ ଛୋଟ ପିଲାଙ୍କ ଏହି ଖରାପ ଅଭ୍ୟାସ ସାଙ୍ଗେ ସାଙ୍ଗେ ଦୂର ହୋଇଯିବ ।
ଋତୁସ୍ରାବ ପାଇଁ ଲାଭକାରୀ – ଅଧିକାଂଶ ମହିଳାଙ୍କର ଋତୁସ୍ରାବ ସମୟରେ ସମସ୍ୟା ଦେଖା ଦେଇଥାଏ । ଏହି ସମସ୍ୟା ପାଇଁ ଜାମୁକୋଳି ମଞ୍ଜିର ଗୁଣ୍ଡ ବହୁତ ଲାଭଦାୟକ ହୋଇଥାଏ। ଏଥିପାଇଁ ଆପଣ ଏକ ଚାମଚ ଗୁଣ୍ଡ ନିୟମିତ ସେବନ କରିପାରିବେ ।
ଧଳା ଦାଗ ଦୁର କରେ – ଯୋଉଁମାନଙ୍କ ଶରୀରରେ ଧଳାଦାଗ ରହିଛି ସେମାନଙ୍କ ପାଇଁ ଜାମୁକୋଳି ବେଶ ଉପକାରୀ ହୋଇଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଜାମୁକୋଳିର ଲେପ ତିଆରି କରନ୍ତୁ ଓ ଦାଗ ହୋଇଥିବା ସ୍ଥାନଗୁଡ଼ିକରେ ଲଗାନ୍ତୁ ଦେଖିବେ ଧଳା ଦାଗ ଦୂର ହୋଇଯିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: