ପ୍ରେମିକ ଖଟତଳେ ଲୁଚି ସାରିଦେଲେ ଯୌବନ, ୧୧ ବର୍ଷ ପରେ ଜଣାପଡ଼ିଲା ନିଖୋଜ ଯୁବତୀର ଭୟାନକ ସତ

ପ୍ରେମିକ ଖଟତଳେ ଲୁଚି ସାରିଦେଲେ ଯୌବନ, ୧୧ ବର୍ଷ ପରେ ଜଣାପଡ଼ିଲା ନିଖୋଜ ଯୁବତୀର ଭୟାନକ ସତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରେମରେ ମଣିଷ କିଛିବି କରି ପାରେ। ପ୍ରେମରେ ପଙ୍ଗୁ ଗିରି ଲଙ୍ଘି ପାରେ ବୋଲି କୁହାଯାଏ। ପ୍ରେମର ଏହିଭଳି ଅନେକ ଉଦାହରଣ ଦେଖିଥିବେ କିମ୍ୱା ଶୁଣିଥିବେ। କିନ୍ତୁ କେରଳରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ​​ଯାହା ସମସ୍ତଙ୍କୁ ଚକିତ କରିଦେଇଛି। କେରଳର ପାଲକ୍କଡରେ ରହୁଥିବା ସାଜିଥା ମାତ୍ର ୧୮ ବର୍ଷ ବୟସରୁ ନିଖୋଜ ହୋଇଯାଇଥିଲେ। ତାଙ୍କ ପରିବାର ତାଙ୍କୁ ଖୋଜିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଖୋଜି ପାଇ ପାରିନଥିଲେ। ବର୍ଷ ବର୍ଷ ଧରି ତାଙ୍କୁ ଖୋଜିବା ପରେ ସମ୍ପର୍କୀୟମାନେ ହାର ମାନି ପାଇବାର ଆଶା ଛାଡ଼ି ଦେଇଥିଲେ।
କିନ୍ତୁ ଘଟଣାକୁ ୧୧ ବର୍ଷ ପୁରିବା ପରେ ଏବେ ସାଜିଥା ହଠାତ ନିଜ ଘରକୁ ଫେରି ଆସିଛନ୍ତି। ସେ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ। ତେବେ ସେ ଏତେ ଦିନ ଯାଏଁ କେଉଁଠୁ ଥିଲେ ଓ କିପରି ଜୀବନ ବିତାଉଥିଲେ ପ୍ରକାଶ କରିବା ପରେ ସମସ୍ତେ ଚକିତ ହୋଇଛନ୍ତି। ତେବେ ସାଜିତା ତାଙ୍କ ଘରୁ ମାତ୍ର ଅଧ କିଲୋମିଟର ଦୂରରେ ରହୁଥିଲେ। ସେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ରଖିଥିଲେ। ଯେହେତୁ ଉଭୟଙ୍କ ଜାତି ଭିନ୍ନ ଥିଲା, ଉଭୟେ ଅନୁଭବ କରିଥିଲେ ଯେ ସେମାନଙ୍କ ପରିବାର ସଦସ୍ୟ ତାଙ୍କ ବାହାଘରରେ ରାଜି ହେବେ ନାହିଁ। ଏହି କାରଣରୁ ସାଜିଥା ଘରୁ ପଳାଇ ନିଜ ପ୍ରେମିକ ଏଲିନଚୁବତୀ ରହମାନଙ୍କ ଘରେ ରହିଥିଲେ। କିନ୍ତୁ ସବୁଠୁ ବଡ଼ କଥା ହେଉଛୁ ଯେ ୧୧ ବର୍ଷ ନିଜ ପ୍ରେମିକଙ୍କ ଘରେ ରହୁଥିଲେ ମଧ୍ୟ ତାଙ୍କ ପରବାରର କେହି ସଦସ୍ୟ ସେ ବିଷୟରେ ଜାଣି ପାରିନଥିଲେ। ବାସ୍ତବରେ ସାଜିଥା ତାଙ୍କ ପ୍ରେମିକଙ୍କ କୋଠରୀରେ ଲୁଚି ରହିଥିଲେ। ସେ ଏହି ୧୧ ବର୍ଷ ଭିତରେ ଗୋଟିଏ ଦିନ ବି ପ୍ରେମିକ ରୁମରୁ କିମ୍ବା ଘରୁ ବାହାରକୁ ବାହାରି ନଥିଲେ। ତାଙ୍କ ପ୍ରେମିକ ସବୁବେଳେ ତାଙ୍କ ଶୋଇବା ଘରକୁ ବନ୍ଦ କରି ରଖୁଥିଲେ, ଯେପରି ଏହି ବିଷୟରେ କେହି ଜାଣି ପାରିବେ ନାହିଁ। ଯେତେବେଳେ ବି କେହି ସେହି ରୁମକୁ ଆସୁଥିଲେ, ସାଜିଥା ସେଠାରେ ରଖାଯାଇଥିବା ଆଲମିରାରେ ଲୁଚି ଯାଉଥିଲେ। ସାଜିଥାଙ୍କ ମନୋରଞ୍ଜନ ପାଇଁ ପ୍ରେମିକ କୋଠରୀରେ ଟିଭି ଲଗାଇଥିଲା। ଏହା ସହିତ ତାଙ୍କୁ ହେଡଫୋନ୍ ଏବଂ ମୋବାଇଲ୍ ମଧ୍ୟ ଯୋଗେଇ ଦେଇଥିଲେ। ୧୧ ବର୍ଷ ଧରି କେବଳ ପ୍ରେମ ପାଇଁ ଗୋଟିଏ କୋଠରୀରେ ବନ୍ଦ ହୋଇ ରହିଥିଲେ। ସମସ୍ତେ ରାତିରେ ଶୋଇବା ପରେ ସାଜିଥା ବାଥରୁମକୁ ଯିବା ପାଇଁ କେବଳ ରୁମରୁ ବାହାରକୁ ଆସୁଥିଲେ। ତାହା ପୁଣି ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ।
ଯେତେବେଳେ ତାଙ୍କ ପ୍ରେମିକଙ୍କ ବିବାହର କଥାବାର୍ତ୍ତା ଆରମ୍ଭ ହେଲା ସେତେବେଳେ ସାଜିଥା ତାହା ଜାଣିବା ସହ ବାହାଘର ଚାପ ହେତୁ ଦୁହେଁ ପୁଅର ଘରୁ ପଳାଇ ଅନ୍ୟତ୍ର ରହିବାକୁ ଲାଗିଲେ। ଯେତେବେଳେ ଯୁବକକୁ ଖୋଜାଖୋଜି କରାଯାଇଥିଲା, ସାଜିଥା ମଧ୍ୟ ତାଙ୍କ ସହ ମିଳିଥିଲେ। ତେବେ ସାଜିଥାଙ୍କ ସାକ୍ଷାତ ମିଳିବା ପରେ ସେ ସମ୍ପୂର୍ଣ୍ଣ ଘଟଣା ନିଜେ ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ ଏହି ୧୧ ବର୍ଷ ମଧ୍ୟରେ ସେ ଗୋଟିଏ କୋଠରୀରେ ତାଲା ପଡ଼ି ରହିଥିଲେ । ଏଥିସହିତ ତାଙ୍କୁ କୋଠରୀରେ ଖାଦ୍ୟ ଏବଂ ପାନୀୟ ହିସାବ ଅନୁଯାୟୀ ଦିଆଯାଉଥିଲା ଯେପରି ତାଙ୍କୁ ଦିନରେ ବାଥରୁମ ଯିବାକୁ ପଡିବ ନାହିଁ। ସତରେ ଏହି ପ୍ରେମ କାହାଣୀ ଲୋକଙ୍କୁ ଚକିତ କରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: